ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଅଡ଼ାବାଡ଼ି ଚମ୍ପିୟାନସିପ୍ କ୍ରିକେଟ୍ ଟୁର୍ନାମେଣ୍ଟର ଉଦଯାପିତ , କଦମ ଦ୍ୱାର ସାହି ଟିମ୍ ହେଲା ବିଜୟୀ 

ଅଡ଼ାବାଡ଼ି ଚମ୍ପିୟାନସିପ୍ କ୍ରିକେଟ୍ ଟୁର୍ନାମେଣ୍ଟର ଉଦଯାପିତ , କଦମ ଦ୍ୱାର ସାହି ଟିମ୍ ହେଲା ବିଜୟୀ 

କଲ୍ୟାଣସିଂହପୁର/ରାୟଗଡ଼ା ତା ୧୧/୦୬ – ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର ଅଡ଼ାବାଡ଼ି ଗ୍ରାମ ପଡ଼ିଆ ଠାରେ ବ୍ଲକ୍ଚ ସ୍ତରୀୟ ଚମ୍ପିୟାନସିପ୍  କ୍ରିକେଟ୍ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ା ଜିଲ୍ଲା କଳା ସଂସ୍କୃତି ସଙ୍ଘ ଉପ ସଭାପତି ତଥା ସମାଜସେବୀ ସନ୍ତୋଷ କୁମାର ବଛା ଉପସ୍ଥିତ ରହିଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଜେପି ଯୁବ ସଂଘଠକ ଗଙ୍ଗାରାଓ ପ୍ରାସ୍କା, ମନ୍ କି ବାତ୍ କାର୍ଯ୍ୟକ୍ରମର କଲ୍ୟାଣସିଂହପୁର ମଣ୍ଡଳ ସଂଯୋଜକ ନକୁଳ ବେନିଆ, ଯୁବ ସାମ୍ବାଦିକ କାମେଶ୍ୱର କରକରିଆ ,ଅଡ଼ାବାଡ଼ି ଗ୍ରାମର ଯୁବ ନେତା ସୁରେନ୍ଦ୍ର କୌଶଲ୍ୟା, ଗ୍ରାମର ଭଦ୍ର ବ୍ୟକ୍ତି କାଲିଆ ବେନିଆ ଓ ମିନା ମହାନନ୍ଦିଆ ଉପସ୍ଥିତ ରହି ଖେଳାଳୀଙ୍କୁ ଉଚ୍ସାହିତ କରିବା ସହ ବିଜେତା ଓ ରନର ଟିମ୍ ଙ୍କୁ ଟ୍ରଫି ସହ ଅର୍ଥରାଶି ପ୍ରଦାନ କରିଥିଲେ । ଅନ୍ତିମ ଦିନର ଖେଳ ଅଡ଼ାବାଡ଼ି ଓ କଦମ୍ ଦ୍ବାର ସାହି ଟିମ୍ ମଧ୍ୟରେ ଖେଳ ହୋଇଥିଲା ଏଥିରେ କଦମ୍ ଦ୍ବାର ସାହି ଟିମ୍ ବିଜୟୀ ହୋଇଛନ୍ତି। ଏମ୍ପ୍ୟାର ଭାବେ ପବନ କୌଶଲ୍ୟା ଓ ନବୀନ କୌଶଲ୍ୟା ରହିଥିବା ବେଳେ ଗ୍ରାମର ସମସ୍ତ ଯୁବ ଗୋଷ୍ଟି ଆୟୋଜକ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ । ଏହି ଖେଳ ଦେଖିବାକୁ ଆଖପାଖ ଅଞ୍ଚଳର ଅନେକ ଖେଳ ପ୍ରେମୀ ଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଉତ୍ତର ପୂର୍ବାଞ୍ଚଳ ଯୁବ ଉତ୍ସବରେ ଓଡିଶାର ପ୍ରତିନିଧିତ୍ଵ କଲେ ପ୍ରତାପ ଚନ୍ଦ୍ର ଦାଶ

masiha

ରୁଦ୍ର ପ୍ରସାଦ ସାହୁ ମେମୋରିଆଲ ଜୁନାଗଡ଼ କପ ଜୟପୁର କୁ ହରାଇ ବରଗଡ ବିଜୟୀ 

masiha

ଡମ କର୍ଲାଖୁଣ୍ଟା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଧୁମଭାଟ ଚାମ୍ପିଅନ

Sunil Chandra Nayak

Leave a Comment

error: Content is protected !!