ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇସ୍ପାତ ନଗରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳନ

ଇସ୍ପାତ ନଗରୀ ଶ୍ରୀଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳନ

ରାଉରକେଲା: ଇସ୍ପାତ ନଗରୀ ରାଉରକେଲା ଠାରେ ବିଭିନ୍ନ ଶ୍ରୀଜଗନ୍ନାଥ ମନ୍ଦିରରେ ମହାସ୍ନାନ ପୂର୍ଣ୍ଣିମା ନୀତିକାନ୍ତି ସହ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରମରେ ରୀତିନୀତି ସକାଳୁ ଆରମ୍ଭ ହୋଇ ରାତିରେ ଅନବସର ଘରକୁ ପହଣ୍ଡିବିଜେ ପର୍ଯ୍ୟନ୍ତ ସୁରୁଖୁରୁରେ ସମାପନ କରାଯାଇଥିଲା। ସକାଳୁ ଦ୍ବାରଫିଟା ନୀତି, ମଙ୍ଗଳ ଆଳତି, ସୂର୍ଯ୍ୟ ପୂଜା, ଦ୍ଵାରପାଳ ପୂଜା,ନେତ ପରିବର୍ତ୍ତନ, ଟାହିଆଲାଗି, ପହଣ୍ଡିବିଜେ, ଅଧର ପୋଛା,ସ୍ନାନ ଅଧିବାସ, ମହାପ୍ରଭୁଙ୍କ ସ୍ନାନ, ଛେରାପହଁରା, ଉପଚାର ପୂଜା, ବାଲ୍ୟ ଭୋଗ, ସର୍ବସାଧାରଣ ଭୋଗ, ମଧ୍ୟାହ୍ନ ଭୋଗ, ପହୁଡ଼, ସନ୍ଧ୍ୟାରେ ଗଜାନନ ବେଶ, ରାତିରେ ଅନବସର ଘରକୁ ପହଣ୍ଡିବିଜେ ଅନୁଷ୍ଠିତ ହୋଇଥିଲା। ଏହି କ୍ରମରେ ସେକ୍ଟର ୩ସ୍ଥିତ ସ୍ଥିତ ଅହିରାବନ୍ଧ ଜଗନ୍ନାଥ ମନ୍ଦିର ରେ ଟ୍ରଷ୍ଟି ଗିରିଜା ଶଙ୍କର ଦ୍ବିବେଦୀ ଙ୍କ ପୈ।ରହିତ୍ୟ ରେ ରାଉରକେଲା ଇସ୍ପାତ କାରଖାନାର ଡିଆଇସି ଆଲୋକ ବର୍ମା ରାଜା ଭାବେ ଯୋଗଦେଇ ଛେରାପହଁରା ଓ ଅନ୍ୟାନ୍ୟ ନୀତି କାନ୍ତି ସମାପନ କରିଥିଲେ। ପୂଜକ ଭାବେ ତ୍ରିନାଥ ପାଢ଼ୀ ଓ ମଣ୍ଟୁ ପଣ୍ଡା, ସେବାୟତ ସଭାପତି ପ୍ରକାଶ ଚନ୍ଦ୍ର ଦାଶ ଓ କିଶୋର ନାୟକ ପ୍ରମୁଖ ଦାୟିତ୍ଵ ତୁଲାଇଥିବା ବେଳେ ଜ୍ୟୋତିର୍ମୟ ଆଚାର୍ଯ୍ୟ ଙ୍କ ଆବାହକତ୍ଵରେ କାର୍ଯ୍ୟକ୍ରମ ତଥା ଭଜନ ସମାରୋହ ଦିବା ୧୦ଟାରୁ ଆରମ୍ଭ ହୋଇ ରାତି ୧୧ ଟା ପର୍ଯ୍ୟନ୍ତ ଚାଲିଥିଲା। ଏହି କାର୍ଯ୍ୟକ୍ରମରେ ସହସ୍ରାଧିକ ଭକ୍ତ, ବିଶିଷ୍ଟ ଅତିଥି ଭାବେ ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ, ଆରଏସପି ର ପ୍ରାକ୍ତନ ମୁଖ୍ୟ ମହାପ୍ରବନ୍ଧକ ପ୍ରତାପ କୁମାର ସ୍ବାଇଁ ଉପସ୍ଥିତ ଥିଲେ। ଅନ୍ୟ ଟ୍ରଷ୍ଟି ଙ୍କ ମଧ୍ୟରେ ମିତ୍ରଭାନୁ ପଣ୍ଡା, ସୁଧୀର ସୁନ୍ଦର ରାୟ, ଲକ୍ଷ୍ମୀଧର ପାଣିଗ୍ରାହୀ, ସୁଶାନ୍ତ ତ୍ରିପାଠୀ, ରଜତ ଚୈ।ଧୁରୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। 

     ସେହିପରି କୋଏଲ ନଗର ଏ ବ୍ଲକ୍ ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ରେ ଟ୍ରଷ୍ଟି ଆଲୋକ ରଂଜନ ମଲ୍ଲିକଙ୍କ ପୈ।ରହିତ୍ୟ ରେ ପାନପୋଷ ଉପଜିଲ୍ଲାପାଳ ବିଜୟ କୁମାର ନାୟକ ରାଜା ଭାବେ ଯୋଗଦେଇ ଛେରାପହଁରା ଓ ଦେବସ୍ନାନ ପୂର୍ଣ୍ଣିମା ର ଅନ୍ୟାନ୍ୟ ରୀତିନୀତି ଶତାଧିକ ଭକ୍ତଙ୍କ ଗହଣରେ ପାଳନ କରିଥିଲେ। ପୂଜକ ଭାବେ ସୁମନ୍ତ ଦାଶ ଓ ବିଷ୍ଣୁ ପଣ୍ଡା, ଦଇତାପତି ଭାବେ ବିବେକାନନ୍ଦ ପଣ୍ଡା, ରାଜେଶ ମହାନ୍ତି,ଦୀପକ ବାରିକ,ବରଦା ମହାନ୍ତି, ମୋହିନୀ ଦଳବେହେରା ପ୍ରମୁଖ ଦାୟିତ୍ଵ ନିର୍ବାହ କରିଥିଲେ। ଟ୍ରଷ୍ଟି ଶ୍ରୀ ମଲ୍ଲିକଙ୍କ ବ୍ୟତୀତ ଟ୍ରଷ୍ଟି ସର୍ବଶ୍ରୀ ପ୍ରଦୀପ ପଣ୍ଡା, ଅମୂଲ୍ୟ ମିଶ୍ର, ମନୋଜ କୁମାର ପଣ୍ଡା,ବିନୟ ମହାନ୍ତି, ଡ ସନାତନ ପ୍ରଧାନ, ବ୍ରଜେନ୍ଦ୍ର ଦାଶ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କୁମାରୀ ପ୍ରମିଳା ନାୟକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି 

Sunil Chandra Nayak

ବିବେକ ସେନା ପାଳନ କଲା ଜାତୀୟ ମତଦାତା ଦିବସ

Sunil Chandra Nayak

ଅଜଣା ଗାଡି ଧକ୍କାରେ ବୃଦ୍ଧ ମୃତ 

masiha

Leave a Comment

error: Content is protected !!