ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମପରାୟଣ ମହିଳାଙ୍କ ବିୟୋଗରେ ଶୋକ

ଧର୍ମପରାୟଣ ମହିଳାଙ୍କ ବିୟୋଗରେ ଶୋକ 

ରାଉରକେଲା: ବାସନ୍ତୀ କଲୋନୀ ବାସିନ୍ଦା ସୁରୁଚି ସାହୁଙ୍କ ୯୫ ବର୍ଷ ବୟସରେ ଗତ ୨୯ ତାରିଖରେ ପରଲୋକ ହୋଇଯାଇଥିଲା। ଜଣେ ଅମାୟିକ ଓ ଧର୍ମପରାୟଣ ମହିଳା ଭାବେ ସେ ସ୍ଥାନୀୟ ଅଞ୍ଚଳରେ ପରିଚିତ ଥିଲେ। ଏହି ଉପଲକ୍ଷେ ଆଜି ସେକ୍ଟର ୧୪ ଲକ୍ଷ୍ମୀ ନାରାୟଣ ମନ୍ଦିର ଠାରେ ଆୟୋଜିତ ଗଙ୍ଗା ଭୋଜି ଓ ସ୍ମୃତି ଚାରଣ ସଭା ରେ ସହରର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ନିହାର ରାୟ, ରମେଶ ଅଗ୍ରୱାଲ,ଡ଼ଃ ବିଦ୍ୟାଧର ରଣା,ଅନାଦି ମାହାତୋ,ଡ଼ଃ ସନାତନ ପ୍ରଧାନ,ସ୍ବରୂପ ପାଣିଗ୍ରାହୀ, ଡ଼ଃ କିଶୋରୀ ଦାଶ, ପ୍ରକାଶ ପାଢ଼ୀ,ଡ ସମର ମୁଦାଲି, କୁଞ୍ଜବିହାରୀ ରାଉତ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ସଞ୍ଜୀବ ଭୋଇ, ବିନୋଦିନୀ ପ୍ରଧାନ, ଅଖିଳେଶ ପ୍ରଧାନ,କିରଣ ସାହୁ,ନିଖିଲେଶ ପ୍ରଧାନ, ଅନ୍ବେଷା ପ୍ରଧାନ, ଗଣେଶ ଜୟସିଂହ, ବିଷ୍ଣୁ ପାତ୍ର ,ଦୀପକ ରାଉତ,ସୁବ୍ରତ ସାମନ୍ତରାୟ, ଡ଼ା ଆର ସି ମେହେର, ଧୀରେନ ସେନାପତି ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ସ୍ମୃତି ଚାରଣ କରିଥିଲେ। ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକରେ ଛାୟା ଖେଳିଯାଇଛି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଉମରକୋଟ ବ୍ଲକ ବିଜୁ ପଟ୍ଟନାୟକ ଷ୍ଟାଡିୟମ ଠାରେ ଜିଲ୍ଲାସ୍ତରୀୟ କ୍ରୀଡ଼ା ଉତ୍ସବ ୨୦୨୫ ଉଦଘାଟିତ 

masiha

ପିଏମଶ୍ରୀ ସୁବାଇ ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକୋତ୍ସବ 

Sunil Chandra Nayak

ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟରେ ରାଜଯୋଗି ଜଗଦୀଶଚନ୍ଦ୍ରଙ୍କ ୨୫ ତମ ଅବ୍ୟକ୍ତ ସ୍ମୃତି ଦିବସ ପାଳିତ 

Leave a Comment

error: Content is protected !!