ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ସ୍ନାନ ମଣ୍ଡପରେ ବିରାଜିତ ପ୍ରଭୁ ଦଧିବାମନ ସ୍ଵାମୀ , ୧୦୮ ଶୁଵାଷିତ ଜଳରେ ସ୍ନାନ କରି ଭକ୍ତଙ୍କୁ ଦେଲେ ଦର୍ଶନ

ସ୍ନାନ ମଣ୍ଡପରେ ବିରାଜିତ ପ୍ରଭୁ ଦଧିବାମନ ସ୍ଵାମୀ , ୧୦୮ ଶୁଵାଷିତ ଜଳରେ ସ୍ନାନ କରି ଭକ୍ତଙ୍କୁ ଦେଲେ ଦର୍ଶନ 

କାମାକ୍ଷାନଗର (ମନିସ)11/6/25 — କାମାକ୍ଷାନଗର ଅଞ୍ଚଳର ଐତିହାସିକ କୀମ୍ଵଦନ୍ତି ସମ୍ପର୍ଣ୍ଣ ଦେବୋତ୍ତର ବିଭାଗ ଅଧିନସ୍ଥ ଆଳତୁମା ଗାଁ ଦଧିବାମନ ଜୀଉ ମନ୍ଦିର ରେ ଦେବସ୍ନାନ ପୂର୍ଣ୍ଣିମା ଦିବ୍ୟ କାର୍ଯ୍ୟକ୍ରମ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଅଛି ।ଆଖପାଖ ୨୪ ଖଣ୍ଡ ମଉଜା‌ ଭିତରେ ଆଳତୁମା ଗାଁ ଅନନ୍ୟ କାରଣ ଏ ଗାଁ ର ଆରାଧ୍ୟ ଦେବତା ପ୍ରଭୁ ଦଧିବାମନ ସମଗ୍ର ଅଞ୍ଚଳବାସୀଙ୍କ ପାଇଁ ଅତୁଟ ଆସ୍ଥା ଵିଶ୍ଵାସର ପ୍ରତୀକ, ଏ ମନ୍ଦିର ବହୁ ପୁରାତନ , ମାଦେଳି ପାଞ୍ଜି କହୁଛି କଳାପାହାଡ଼ ଆକ୍ରମଣ ପୂର୍ବରୁ ଆଳତୁମା ଗାଁ ରେ ପ୍ରଭୁ ଦଧିବାମନ ପୂଜା ପାଇ ଆସୁଛନ୍ତି , ପ୍ରଭୁଙ୍କର ପ୍ରତିଟି ଯାନି ଯାତରା ପର୍ବ ପର୍ବାଣୀ ଆବାହନମାନ କାଳରୁ ହୋଇ ଆସୁଛି ।

ସେହିଭଳି ଭାବରେ ପ୍ରଭୁ ଦଧିବାମନ ଙ୍କ ଦେବସ୍ନାନ ପୁର୍ଣିମା ପର୍ବ ମଧ୍ୟ ଆଜି ଗ୍ରାମ ସଭାପତି ବିଭୂତି ଭୂଷଣ ମହାନ୍ତି ଙ୍କ ପ୍ରତ୍ୟେକ୍ଷ ତତ୍ବାବଧାନରେ ସର୍ବୋପରି ପ୍ରଭୁଙ୍କ ପ୍ରଥମ ସେବକ ତଥା ଗ୍ରାମର ଗଜପତି ସନାତନ ପଟ୍ଟନାୟକ ଙ୍କ ପାରମ୍ପାରିକ ସେବାରେ ଅନୁଷ୍ଠିତ ହୋଇଯାଇଅଛି। ପ୍ରଥମେ ପ୍ରଭୁଙ୍କୁ ଦଇତାପତି ସେଵକ ଓ ଗଜପତି ପହଣ୍ଡିରେ ଆଣି ସ୍ନାନମଣ୍ଡପରେ ବିରାଜିତ କରାଇଥିଲେ । ତାପରେ ରିତିନିତୀ ବିଧିବିଧାନ ଅନୁଯାୟୀ ୧୦୮ ଶୁଵାଶିତ ଜଳରେ ସ୍ନାନ କରାଯାଇଥିଲା ।‌ ପ୍ରଭୁଙ୍କର ଏ ଦିବ୍ୟ ଲୀଳାକୁ ଭକ୍ତମାନେ ଦର୍ଶନ କରି ତୃପ୍ତ ହେଵାର ଦୃଶ୍ୟ ଦେଖିବାକୁ ମିଳିଥିଲା ।

ମନ୍ଦିର କମିଟି ତରଫରୁ ସଭାପତି ଦୁଷ୍ମନ୍ତ କୁମାର ନନ୍ଦ, ସମ୍ପାଦକ ହେମନ୍ତ ଦାସ ଙ୍କର ଠାରୁ ଆରମ୍ଭ କରି ଗ୍ରାମ୍ୟ କମିଟିର ସମ୍ପାଦକ ମଧୁସୂଦନ ଷେଣ୍ଢ ଓ ପ୍ରାକ୍ତନ ସମ୍ପାଦକ ନିତ୍ୟାନନ୍ଦ ସତପଥୀ ଏଵଂ ଗାଁ କମିଟିର ଅଭିମନ୍ୟୁ ରାଉଳ, ରାସଵିହାରୀ ମହାନ୍ତି , ରାଜକିଶୋର ମହାରଣା, ସଞ୍ଜୟ ପରିଡା, ପରମାନନ୍ଦ ସାହୁ,ନରେଶ ମହାରଣା ପ୍ରମୁଖ ଉପସ୍ଥିତ ରହି ପ୍ରଭୁ କାର୍ଯ୍ୟରେ ସହଯୋଗ କରିବାର ସୈାଭାଗ୍ୟ ପାଇଥିଲେ । ସର୍ବୋପରି ଵାରେହିପାଟ ମଉଜା‌ ଅଖଣ୍ଡ ଆଳତୁମା ଗାଁ ର ଆବାଳ ବୃଦ୍ଧ ବନିତା ଉପସ୍ଥିତ ରହି ପ୍ରଭୁ ଦଧିବାମନଙ୍କ ଦିବ୍ୟ ଲୀଳାକୁ ସ୍ବଚକ୍ଷୁରେ ଦର୍ଶନ କରି କୋଟି ଜନ୍ମ ପୂନ୍ୟ ଅର୍ଜିଥିଲେ ।

   ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଧର୍ମଗଡ଼ ବ୍ଲକ ତରାପୁର ଠାରେ ରେ ମହାଭାରତ ପାରାୟଣ ଜ୍ଞାନଯଜ୍ଞ ରେ ଭକ୍ତଙ୍କ ପ୍ରବଳ ସମାଗମ

ମହୁଲଖୋଳି ଗ୍ରାମରରେ ଧୂମଧାମରେ ପାଳିତ ହେଉଛି ଅଷ୍ଟପହରୀ ନାମଯଂଜ୍ଞ  

Sunil Chandra Nayak

୧୧କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ ଉପଲକ୍ଷେ ବିଶାଳ କଳସ ଯାତ୍ରା

masiha

Leave a Comment

error: Content is protected !!