ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ନାରାୟଣ ପାଟଣା ରେ ନୂତନ ବିଡ଼ିଓଙ୍କ ଯୋଗଦାନ,୨- ଯନ୍ତ୍ରୀଙ୍କ ଉପସ୍ଥିତରେ ବ୍ରିଜ ଉପରେ ପଡିଲା ପିଚୁ, ଗାଡି ଚଲା ଚଳ ଆରମ୍ଭ 

ନାରାୟଣ ପାଟଣା ରେ ନୂତନ ବିଡ଼ିଓଙ୍କ ଯୋଗଦାନ

ବନ୍ଧୁଗାଁ ତା, ୧୧/୬/୨୫, ନାରାୟଣ ପାଟଣା ବ୍ଲକ ଠାରେ ଆଜି ନୂତନ ଭାବରେ ଶ୍ରୀ ବିକ୍ରମ କୁମାର ଦୋରା ନୂତନ ବିଡ଼ିଓ ଭାବରେ ଯୋଗଦାନ ଦେଇଛନ୍ତି I ନାରାୟଣ ପାଟଣା ବ୍ଲକର ସମାଜ ସେବି ରାଜେଶ କୁମାର ଲୁହା ନାରାୟଣ ପାଟଣା ର ବ୍ଲକ କାର୍ଯ୍ୟଳୟକୁ ଯାଇ ନୂତନ ବିଡ଼ିଓଙ୍କୁ ଭେଟି ଫୁଲତଡା ସହ ଉପ ଢ଼କନ ପକେଇ ସ୍ୱାଗତ ସମ୍ଭର୍ଦ୍ଧନା ଜଣାଇଥିବା ସହ ବ୍ଲକର ଅନେକ ଗ୍ରାମରେ ରହିଥିବା ମୌଳିକ ସମସ୍ୟାକୁ ନେଇ ଉନ୍ନତି କରିବା ପାଇଁ ବିଡ଼ିଓ ଶ୍ରୀ ଦୋରାଙ୍କ ସହ କିଛି ସମୟ ବସି ଆଲଚନା କରିଥିବାର ଦେଖିବାକୁ ମିଳିଥିଲା I 

ଯନ୍ତ୍ରୀଙ୍କ ଉପସ୍ଥିତରେ ବ୍ରିଜ ଉପରେ ପଡିଲା ପିଚୁ, ଗାଡି ଚଲା ଚଳ ଆରମ୍ଭ 

ବନ୍ଧୁଗାଁ ତା, ୧୧/୬/୨୫, କୋରାପୁଟ ଠାରୁ ଆନ୍ଦ୍ର ର ପାର୍ବତି ପୁରମ କୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗର ରାସ୍ତା ଆଲମଣ୍ଡା ଠାରେ କିଛିବର୍ଷ ଧରି ଚାଲିଥିଲା ଝଞ୍ଜାବତୀ ବ୍ରିଜ କାମ ଶେଷ ହୋଇ ଦୁଇମାସ ଧରି ବ୍ରିଜ ଉପର ଦେଇ ଗାଡି ଚଲାଚଲ କରିଥିଲା I ଦୁଇମାସ ବିତିବା ପରେ ଆଜି ବ୍ଲକ ଦାୟୀତ୍ୱରେ ରହିଥିବା ପୂର୍ତ୍ତ ବିଭାଗର ଯନ୍ତ୍ରୀ ଶ୍ରୀ ଭାଗୀରଥୀ ପାଢ଼ୀ ଓ ଠିକା ଦାରଙ୍କ ଙ୍କ ଉପସ୍ଥିତରେ ଆଜି ପ୍ରଥମ ସ୍ତର ୩ ଇଞ୍ଚ ପିଚୁ ପକାଯାଉଛି ଓ ଏହାପରେ ଦ୍ୱିତୀୟ ସ୍ତର ୨ ଇଞ୍ଚ ପିଚୁ ପକାଯିବ ବଲି ଯନ୍ତ୍ରୀ ଶ୍ରୀ ପାଢ଼ୀ କହିଥିଲେ I ବର୍ଷା ମାସ ଆସିବା ପୂର୍ବେ ବ୍ରିଜ କାମ ସାରି ବ୍ରିଜ ରାସ୍ତା ଉପରେ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ର ବ୍ରିଜଦୁଇ ପଟେ ଅଳ୍ପ ଅଳ୍ପ ଖଣ୍ଡ ରାସ୍ତା କାମ ଆଜି ପିଚୁ ପଢ଼ିଥିବାର ଆରମ୍ଭ ହୋଇଥିବାର ଅଞ୍ଚଳବାସୀ ଦେଖି ଖୁସି ହୋଇଥିବାର ଦେଖିବାକୁ ମିଳିଥିଲା I କାରଣ ବହୁବର୍ଷ ଧରି ଚାଲିଥିବା ଓଡିଶା ଓ ଆନ୍ଦ୍ର ସଂଯୋଗ କରୁଥିବା ଆଲମଣ୍ଡା ନିକଟ ଝଞ୍ଜାବତି ପୁଲିଆ ବହୁବର୍ଷ ହୋଇଥିବାରୁ ବର୍ତମାନ ତାହା ସଙ୍କୁଳ ଅବସ୍ଥାରେ ରହିଥିବାର ଦେଖିବାକୁ ମିଳୁଛି I ଆଜିକାଲି ବହୁ ବଡ଼ ବଡ଼ ବର୍ଷା ହବା ଫଳରେ ଉପର ମୁଣ୍ଡରେ ଝଞ୍ଜାବତୀ ନଦୀର ପାଣି ଅଧିକ ମାତ୍ରାରେ ପୁରୁଣା ପୁଲିଆ ଉପର ଦେଇ ପ୍ରାୟ ଯାଉଥିବାର ମଧ୍ୟ ଦେଖିବାକୁ ମିଳିଛି I ଯୋଦ୍ୱାରା କି ଦୁଇ ରାଜ୍ୟକୁ ସଂଯୋଗ କରୁଥିବା ବେପାର ବାଣୀଜ ମଧ୍ୟ ଠପ ପାଇବାରେ ବହୁଥର ଦେଖିଥିଲୁ I 

ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

କଥାଦେଇ ଠକିଦେଲେ କୁଳପତି : ହଷ୍ଟେଲ ଫି ପୁଣି ଆଦାୟ କରିବ ବିଶ୍ବବିଦ୍ୟାଳୟ 

ଏରିଆ ଖବର ପକ୍ଷରୁ ୭ମ ସ୍ଵନକ୍ଷତ୍ର ଦିବସ ପାଳିତ

Sunil Chandra Nayak

ବିଶ୍ୱ ପ୍ରତିମୂର୍ତ୍ତି ସଫେଇ ଓ ସଂରକ୍ଷଣ ଦିବସରେ  ଓଡ଼ିଶା ମହିଳା ଆଇନଜୀବୀ ସଙ୍ଘ ପକ୍ଷରୁ ବରପୁତ୍ର ଙ୍କୁ ଶ୍ରଦ୍ଧାଞ୍ଜଳି

masiha

Leave a Comment

error: Content is protected !!