ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ୍ୟୁ 

ଟ୍ରକ ଧକ୍କାରେ ବାଇକ ଆରୋହୀ ମୃତ୍ୟୁ 

କାମାକ୍ଷାନଗର (ମନିସ)11/6/25 — କାମାକ୍ଷାନଗର ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥର ମୁକ୍ତାପସି ଠାରେ ମଙ୍ଗଳବାର ରାତି ଏକ ଟ୍ରକ ଧକ୍କାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି l ମୃତକ ଜଣକ ହେଲେ ଏହି ଥାନା ଅନ୍ତର୍ଗତ କାନପୁରା ପଞ୍ଚାୟତର ଚିତ୍ରସେନ ସାହୁଙ୍କ ପୁଅ ବିଶ୍ୱଜିତ (୨୫ ) l 

ବିଶ୍ୱଜିତ ନିଜ ଭଉଣୀ ଘର କନ୍ତୁର ଗ୍ରାମକୁ ବାଇକ ରେ ଯାଉଥିଲେ l ଯିବା ସମୟରେ ମୁକ୍ତାପସି ଠାରେ ଏକ ଦ୍ରୁତଗାମୀ ଟ୍ରକ ବିଶ୍ୱଜିତ ଙ୍କ ବାଇକ କୁ ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା l ଏହି ଦୁର୍ଘଟଣାରେ ବିଶ୍ୱଜିତଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି l ଖବରପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ପରେ ବ୍ୟବଛେଦର ବ୍ୟବସ୍ଥା କରି ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିଥିବାର ଜଣାଯାଇଛି l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ନକଲି ନୋଟ୍ କାରବାର, : ୨୦୦ ଟଙ୍କିଆ ୧୦୦ ଖଣ୍ଡ ନକଲି ନୋଟ ସହ ମୋବାଇଲ୍ ଜବତ, ଜଣେ ଗିରଫ 

Sunil Chandra Nayak

ଖଇରା ଅବକାରୀ ବିଭାଗ ଓଆଇସିଙ୍କୁ ମିଳିଲା ବଡ଼ ସଫଳତା

masiha

ଅବକାରୀ ବିଭାଗର ମାରାଥନ ଚଢାଉ : ଜୟପାଟଣା ଥାନା ଅଞ୍ଚଳରେ 96 ଲିଟର ମୃତ ସଞ୍ଜିବନୀ ବୋତଲ ଜବତ , 4 ଜଣ ଗିରଫ 

masiha

Leave a Comment

error: Content is protected !!