ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟ ସରକାରଙ୍କ ଶାସନ ୧ ବର୍ଷ ପୂର୍ତ୍ତି ଅବସରରେ ବିକାଶ ବାହାନ ଯାତ୍ରା ର ଶୁଭାରମ୍ଭ, ବଡ଼ବସୁଲ ପଞ୍ଚାୟତ ରେ ସ୍ୱାଗତ ସମ୍ବର୍ଦ୍ଧନା

ରାଜ୍ୟ ସରକାରଙ୍କ ଶାସନ ୧ ବର୍ଷ ପୂର୍ତ୍ତି ଅବସରରେ ବିକାଶ ବାହାନ ଯାତ୍ରା ର ଶୁଭାରମ୍ଭ, ବଡ଼ବସୁଲ ପଞ୍ଚାୟତ ରେ ସ୍ୱାଗତ ସମ୍ବର୍ଦ୍ଧନା

ରାଜ୍ୟରେ ବିଜେପି ସରକାର ୧ ବର୍ଷ ଆଜି ପୂରଣ ହୋଇଥିବା ବେଳେ ଏହି ସ୍ମରଣୀୟ ଦିନ କୁ ପାଳନ ପାଇଁ ପ୍ରତି ବ୍ଲକ ସ୍ତରରେ ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କ ୧ ବର୍ଷ ର ଉପଲବ୍ଧି ଲୋକାଭିମୁଖୀ ଯୋଜନା କୁ ଗାଁ ଗାଁ ରେ ପହଞ୍ଚିବା ପାଇଁ ବିକାଶ ବାହାନ ଯାତ୍ରା ର ଆୟୋଜନ କରାଯାଇଛି।ଏହି ପରିପ୍ରେକ୍ଷୀରେ ଧର୍ମଗଡ ବ୍ଲକ ପ୍ରଶାସନ ଓ ବଡ଼ବସୁଲ ଗ୍ରାମ ପଞ୍ଚାୟତ ପକ୍ଷରୁ ବଡ଼ବସୁଲ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ସ୍ଥାନୀୟ ସରପଞ୍ଚ ମୁକୁନ୍ଦ ଶବର ଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ସମ୍ମାନିତ ଅତିଥି ଭାବରେ ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ, ଧର୍ମଗଡ ବିଡ଼ିଓ ସଦାଶିବ ନାୟକ,ଉପାଧ୍ୟକ୍ଷା ଜୁଲି ମେହେର, ତହସିଲଦାର କୀର୍ତ୍ତି ଚନ୍ଦ୍ର ପ୍ରଧାନ,ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ପଙ୍କଜିନୀ ମାଝୀ, ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ପକ୍ଷରୁ ଆଭାସି ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ବିକାଶ ବାହାନ ଯାତ୍ରା ର ଶୁଭାରମ୍ଭ ପରେ ଉପସ୍ଥିତ ଯୋଗ୍ୟ ହିତାଧିକାରୀ ଙ୍କୁ ଅନ୍ତାଦୟ ଗୃହ ଯୋଜନା ରେ ଗୃହ ନିର୍ମାଣ ପାଇଁ କାର୍ଯ୍ୟାଦେଶ, ଘରଡିହ ପଟ୍ଟା, ନୂତନ ପିଡ଼ିଏସ ହିତାଧିକାରୀ ଙ୍କୁ କାର୍ଡ଼ ଓ ଭତ୍ତା ବଣ୍ଟନ କରାଯାଇଥିଲା।କାର୍ଯ୍ୟକ୍ରମ କୁ ବ୍ଲକ ଓ ବଡବସୁଲ ଗ୍ରାମପଞ୍ଚାୟତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ। 

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

PARENTS AS PARTNERS MEETING HELD AT ANCHALBADI SEVASHRAM

masiha

୪୨ ମୌଜାର ବିଭିନ୍ନ କାର୍ତ୍ତିକେଶ୍ଵର ମଣ୍ଡପ ଭ୍ରମଣ କଲେ ଯୁବ ଜନ ନେତା 

Sunil Chandra Nayak

ଅଲ ଓଡିଶା ଆଶା କର୍ମୀ ସଂଘ ବିଭିନ୍ନ ସମସ୍ୟା ନେଇ  ଜିଲ୍ଲାପାଳଙ୍କୁ ଭେଟିଲେ 

masiha

Leave a Comment

error: Content is protected !!