ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟୁତ୍‌ ବିଭାଗର ଅବହେଳା : ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ବିଦ୍ୟୁତ୍‌ ତାର

ବିଦ୍ୟୁତ୍‌ ବିଭାଗର ଅବହେଳା : ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ବିଦ୍ୟୁତ୍‌ ତାର

ସଇଁତଳା : ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ବେଲଗାଁ ସେକ୍ସନ କେଛୋମୁହାଁଣ ଗାଁର ଚାଷ ଜମି ଉପରେ ଦୀର୍ଘ ବର୍ଷ ଧରି ବିପଦପୂର୍ଣ୍ଣ ଅବସ୍ଥାରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର । ଏନେଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ବିଦ୍ୟୁତ୍‌ ବିଭାଗ କର୍ଣ୍ଣପାତ କରୁନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ସୂଚନା ମୁତାବକ, କେଛୋମୁହାଁଣ ଗ୍ରାମ ତେଲ ନଦୀ ଉପରେ ୩ଟି ଉଠାଜଳ ସେଚନ ପ୍ରକଳ୍ପ ରହିଛି । ୨ ନମ୍ବର ଉଠାଜଳ ସେଚନ ପ୍ରକଳ୍ପକୁ ସଂଯୋଗ କରୁଥିବା ବିଦ୍ୟୁତ୍ ଖୁଣ୍ଟ ଦୀର୍ଘ ୩ ବର୍ଷ ତଳେ ନଇ ବଢ଼ିରେ ଢଳି ପଡ଼ିଥିଲା । ଏନେଇ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀ କିମ୍ବା କର୍ମଚାରୀମାନେ ସଜାଡି ନଥିଲେ । ଯାହା ଫଳରେ ଚଳିତ ବର୍ଷ ରବି ଋତୁରେ ଧାନ ଚାଷ କରି ନପାରି ଲକ୍ଷାଧିକ ଟଙ୍କା କ୍ଷତି ସହିଥିବା ନେଇ ଚାଷୀମାନେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ବାଧ୍ୟ ହୋଇ ଚାଷୀମାନେ ବାଉଁଶ ବାଡ଼ି ସାହାଯ୍ୟରେ ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାରକୁ ବାନ୍ଧି ପାଣି ପମ୍ପକୁ ବିଦ୍ୟୁତ୍‌ ସଂଯୋଗ କରିବା ପାଇଁ ଉଦ୍ୟମ କରୁଛନ୍ତି । ଏନେଇ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ଶୀଘ୍ର ସଜାଡ଼ିବାକୁ ଚେଷ୍ଟା କରିବୁ ବୋଲି ପ୍ରକାଶ କରିଥିଲେ । 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ବିଂଝାଲ ସମାଜ ପକ୍ଷରୁ ସହିଦ ଦିବସ ପାଳନ

Sunil Chandra Nayak

ବରିଷ୍ଠ କଳାକାର ଙ୍କୁ ଅନ୍ତିମ ବିଦାୟ

masiha

ଝରିଗାଁ ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!