ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁମ୍ଭିକୋଟା , କୁଟୁଳି ଓ ନାକିଟିରେ ବୁଲିଲା ବିକାଶ ବାହନ

କୁମ୍ଭିକୋଟା , କୁଟୁଳି ଓ ନାକିଟିରେ ବୁଲିଲା ବିକାଶ ବାହନ 

ରାୟଗଡ ତା ୧୩-୬-୨୦୨୫ —   ରାୟଗଡ ବ୍ଳକର କୁମ୍ଭିକୋଟା , କୁଟୁଳି ଓ ନାକିଟି ଗ୍ରାମ ପଞ୍ଚାୟତ ରେ ଶୁକ୍ରବାର ବିକାଶ ବାହନ ଜନ ସଚେତନତା ସୃଷ୍ଟି ନିମନ୍ତେ ପ୍ରଚାର ଓ ପ୍ରସାର କରିଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଜିତ କୁମାର ମିଶ୍ର, ଏବିଡିଓ କାଳୁ ଚରଣ ନାୟକ ଓ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗ୍ରାମବାସୀ ବହୁ ସଂଖ୍ୟାରେ ବିକାଶରଥକୁ ସ୍ବାଗତ କରିଥିଲେ। ନାଚଗୀତର ମୁର୍ଛନାରେ ମୁଖରିତ ସଭାସ୍ଥଳରେ ସରକାରଙ୍କ ବହୁମୂଖୀ ଯୋଜନା ଗୁଡିକ ବିଷୟରେ ଜନସଚେତନତା ସୃଷ୍ଟି କରାଯାଇଥିଲା। ଅନବରତ ଅନ୍ତଦ୍ୱନ୍ଦ ଗୃହ ଯୋଜନାରେ ଜଣେ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ, ଛପନ ଜଣଙ୍କୁ ନୂତନ ଜବକାର୍ଡ, ତିନି ଜଣଙ୍କୁ ନୂତନ ରେସନ କାର୍ଡ, ସି ଏମ କିସାନ ଯୋଜନାରେ ଏକ ହଜାର ପଚିଶି ଜଣଙ୍କୁ ନୂତନ କାର୍ଡ ଓ ଏକଶତ ଲୋକଙ୍କୁ ଚାରା ବଣ୍ଟନ ସହ ବୃକ୍ଷରୋପଣ କରାଯାଇଥିଲା । ବିଭିନ୍ନ ବିଭାଗୀୟ ଅଧିକାରୀ ଯୋଗ ଦେଇ ନିଜ ନିଜର ସୁବିଧା ସୁଯୋଗ ବିଷୟରେ ଆଲୋଚନା କରିଥିଲେ। ଏହାର ସୁପ୍ରଭାବ ଧିରେ ଧିରେ ଲୋକଙ୍କ ଉପରେ ପଡୁଥିବା ବ୍ଲକ ନୋଡାଲ ଅଧିକାରୀ କାଳୁ ଚରଣ ନାୟକ କହିଛନ୍ତି । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଠାରେ ୯୦ତମ ଓଡିଶା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ

masiha

ବସ୍ତା ଷ୍ଟେସନକୁ ରେଳ ବିଭାଗରେ ବୈମାତୃକ ମନୋଭାବ ପାଇଁ କଂଗ୍ରେସ ର ଦାବିପତ୍ର ପ୍ରଦାନ

masiha

ବିଶିଷ୍ଟ ସମାଜ ସେବୀ ମା’ ମନୋରମାଙ୍କ ଜୟନ୍ତୀ 

masiha

Leave a Comment

error: Content is protected !!