ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ସ୍ୱାମୀର ଅନ୍ୟତ୍ର ସମ୍ପର୍କକୁ ନେଇ ସ୍ତ୍ରୀ ବାରଣ କରିବାରୁ ତଣ୍ଟି ଚିପି ହତ୍ୟା ଅଭିଯୋଗ

ସ୍ୱାମୀର ଅନ୍ୟତ୍ର ସମ୍ପର୍କକୁ ନେଇ ସ୍ତ୍ରୀ ବାରଣ କରିବାରୁ ତଣ୍ଟି ଚିପି ହତ୍ୟା ଅଭିଯୋଗ

ଢେଙ୍କାନାଳ (ମନିସ )13/6/2025 — ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଁଳାକଟା ଗାଁରେ ଘଟିଛି ଅଭାବନୀୟ ଘଟଣା।ସ୍ୱାମୀର ଅନ୍ୟତ୍ର ସମ୍ପର୍କକୁ ନେଇ ସ୍ତ୍ରୀ ବାରଣ କରିବାରୁ ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟା କରିଛି ପିଶାଚ ସ୍ୱାମୀ।ଯାହାକୁ ନେଇ ମୃତ ମହିଳାଙ୍କ ପରିବାର ଲୋକ ପରଜଙ୍ଗ ଥାନାରେ ଅଭିଯୋଗ କରିଛନ୍ତି। ମୃତ ମହିଳା ଜଣଙ୍କ ପରଜଙ୍ଗ ଥାନା କୁମୁସି ପଞ୍ଚାୟତ ଅନ୍ତର୍ଗତ ଅଁଳାକଟା ଗାଁର ଅଞ୍ଜଳି ବେହେରା। ଅଞ୍ଜଳିଙ୍କ ବାପ ଘର କାମାକ୍ଷାନଗର ଥାନା ଜୟପୁରାକାଟେଣୀ ଗାଁରେ ହୋଇଥିବା ସୂଚନା। ସେ ୧୧ ବର୍ଷ ତଳେ ଅଁଳାକଟା ଗାଁର ଦିଲେଶ୍ଵର ବେହେରାଙ୍କୁ ବିବାହ କରିଥିଲେ।ଏଥିସହିତ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ରହିଛନ୍ତି। ଅଞ୍ଜଳିଙ୍କ ସ୍ୱାମୀ ଦିଲେଶ୍ଵର ବେହେରା ଗତ ଦୁଇ ବର୍ଷ ହେବ ସ୍ତ୍ରୀଙ୍କୁ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗ ହୋଇଛି। ସେ ଜଣେ ଝିଅକୁ ପ୍ରେମ କରୁଥିବା ନେଇ ସ୍ତ୍ରୀ ଅଞ୍ଜଳି ବାରମ୍ବାର ବାରଣ କରୁଥିଲେ ମାତ୍ର ସେ ତାହା ନ ଶୁଣି ସ୍ତ୍ରୀକୁ ନିର୍ଯାତନା ଦେଉ ଆସୁଥିଲେ। ଏ ନେଇ ପାରିବାରିକ ଜୀବନରେ ସବୁଦିନେ କଳହ ସୃଷ୍ଟି ହେଉଥିଲା। ସୂଚନା ଅନୁଯାୟୀ, ଦିଲେଶ୍ଵର ପରଜଙ୍ଗ ବୃନ୍ଦାବନପୁର ଠାରେ ଏକ ଜଳଖିଆ ଦୋକାନ ଦେବା ସହିତ ଭଡାରେ ରହି ଆସୁଥିଲେ। ଗତ କାଲି ରାତିରେ ସ୍ତ୍ରୀର ମୃତ ଶରୀରକୁ ନେଇ ଅଁଳାକଟା ସ୍ଥିତ ନିଜ ବାସଭବନକୁ ନେଇ ଯାଇଥିଲେ ଦିଲେଶ୍ଵର। ପରେ ଫୋନ ଯୋଗେ ଶ୍ଵଶୁର ଘର ଲୋକଙ୍କୁ ଝିଅ ମରି ଯାଇଛି କହି ଫୋନ କରିଥିଲେ। ତେବେ ଅଞ୍ଜଳିଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରିନଥିଲେ ପରିବାର ଲୋକେ। ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ନେଇ ପରଜଙ୍ଗ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ତଦନ୍ତ ଆରମ୍ଭ କରି ଦେଇଛି ପରଜଙ୍ଗ ପୋଲିସ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ପୋଲିସ୍ ଗୁଳିରେ ଜଣେ ପୁରୁଷ ଜଣେ ମହିଳା ଦୁଇ ମାଓବାଦୀ ନିହତ# Ak 47 , SLR ରାଇଫଲ ଉଦ୍ଧାର # ଏ ଡି ଜି ପି ସଞ୍ଜୀବ ପଣ୍ଡା କହିଛନ୍ତି ୨୦୨୬ ମାର୍ଚ୍ଚ ୩୧ ପୂର୍ବରୁ କନ୍ଧମାଳ ଜିଲ୍ଲା ମାଓମୁକ୍ତ ହେବ # 

Sunil Chandra Nayak

ଚାରି ଯୁଆଦି ଅଟକ 

ଵହଳଦା ଥାନା ! ଶଶୂର ଘରକୁ ଆସି ଜ୍ବାଇଁର ଆତ୍ମହତ୍ୟା ସନ୍ଦେହ 

Leave a Comment

error: Content is protected !!