ଅର୍ଦ୍ଧନିର୍ମିତ ବ୍ରୀଜରେ ପଡି ଦୁଇ ଯୁବକ ମୃତ୍ୟୁ ଜଣେ ଗୁରୁତର, ପୂର୍ତ୍ତ ବିଭାଗକୁ ଦାୟୀ କରି ସମାଜସେବୀ ଥାନାରେ କଲେ ଅଭିଯୋଗ
ରାୟଗଡା /ମୁନିଗୁଡ଼ା -୧୫.୬.୦୨୫ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅଧୀନସ୍ଥ ତେଲେଙ୍ଗାପଦର ବାପୁଜୀନଗର ନିକଟସ୍ଥ ପୂର୍ତ୍ତ ବିଭାଗର ମୁଖ୍ୟ ରାସ୍ତାରେ ଅର୍ଦ୍ଧନିର୍ମିତ ବ୍ରୀଜରେ ପଡି ଶୁକ୍ରବାର ରାତିରେ ଦୁଇଜଣ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅବସ୍ଥାରେ ରାୟଗଡା ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପର ଦିନ ଖବର ପାଇ ମୁନିଗୁଡା ପୋଲିସ୍ ଘଟଣାସ୍ଥଳରେ ପହଂଚି ଅପମୃତ୍ୟୁ ମାମଲା କରିବା ସହ ମୃତକଙ୍କ ଶଵ ବ୍ୟବଛେଦ ପାଇଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇ ପରିବାରକୁ ହସ୍ତାନ୍ତର କରାଯାଇ ତଦନ୍ତ ଜାରି ରଖିଥିବା ପୋଲିସ୍ ସୂଚନାରୁ ଜଣାପଡିଛି।ସୂଚନା ଯୋଗ୍ୟ ମୃତକ ଯୁବକ ହେଲେ ଗଜପତି ଜିଲ୍ଲାର କଳାହାଟ ଗାଁର ଦାରୁଣ ଵିଶୋଇ (୨୪)ଓ କନ୍ଧମାଳ କୋଟଗଡ଼ ବ୍ଲକର ଶ୍ରୀରାମପୁରର ଶ୍ରୀରାମ ଵିଶୋଇ (୧୬) ମୃତକ ଦ୍ବୟ
କେରଳକୁ କାମ କରିବାକୁ ଯାଇଥିଲେ। ଶୁକ୍ରବାର ଦିନ ରାତିରେ ଟ୍ରେନ ରୁ ମୁନିଗୁଡାରେ ଓହ୍ଲାଇଥିଲେ।ସେମାନଙ୍କୁ ଗାଁକୁ ନେବାପାଇଁ ଫାତୁ ବିଶୋଇ ବାଇକ୍ ଧରି ମୁନିଗୁଡା ଆସିଥିଲେ।ମୁନିଗୁଡାରୁ ଖାଇବା ପରେ ବାଇକରେ ତିନିଜଣ କୋଟଗଡ଼ ଅଭିମୁଖେ ରାତିରେ ଯାଉଥିଲେ। ହେଲେ ପୂର୍ତ୍ତ ବିଭାଗର ମୁଖ୍ୟ ରାସ୍ତାରେ ୪ଵର୍ଷ ହେବ ଅର୍ଦ୍ଧନିର୍ମିତ ଵ୍ରିଜ ପାଖାପାଖି ଖାଲ ଖମାରୀ ଥିବାରୁ ଜଣାନପଡି ବାଇକ୍ ରେ ବସିଥିବା ଯୁବକ ଦ୍ବୟ ଵ୍ରୀଜ ମଧ୍ୟରେ ପଡି ମୃତ୍ୟୁବରଣ କରିଛନ୍ତି। ବାଇକ୍ ଚାଳକ ଫତୁ ଵିଶୋଈ ଗୁରୁତର ହୋଇଥିଲେ।ଏହି ବ୍ରୀଜ ଆରମ୍ଭରୁ ୪ବର୍ଷ ହୋଇଥିଲେବି ସମ୍ପୂର୍ଣ୍ଣ ନହୋଇ ଅର୍ଦ୍ଧନିର୍ମିତ ରହିଛି।ଯାହାଫଳରେ ଦୈନିକ ଦୁର୍ଘଟଣା ଘଟୁଥିବା ବେଳେ ଏଥିପୂର୍ବରୁ କେତେଜଣ ମୃତ୍ୟୁ ମୁଖରେ ପଡିଥିବା ସ୍ଥାନୀୟ ଲୋକଙ୍କଠାରୁ ଶୁଣିବାକୁ ମିଳୁଛି। ପୂର୍ତ୍ତବିଭାଗର ଅଧୀକ୍ଷୀଣ ଯନ୍ତ୍ରୀଙ୍କ ଅପାରଗତା ଓ ଦାୟିତ୍ଵ ହୀନତା ପାଇଁ ବାରମ୍ବାର ଅଘଟଣ ଘଟୁଥିଲେ ବି କର୍ତ୍ତୃପକ୍ଷ ଙ୍କୁ ନିଘା ନାହଁ। ଏପରି ସ୍ଥିତିରେ ପୂର୍ତ୍ତବିଭାଗ ଉପରେ ଅସନ୍ତୋଷ ପ୍ରକାଶ କରି ମୁନିଗୁଡାର ସମାଜସେବୀ ଶ୍ରୀ ତରଣୀ ଚୈ।ଧୁରୀ ମୁନିଗୁଡା ଥାନାରେ ଗତକାଲି ( ଶନିବାର)ଅଧୀକ୍ଷଣ ଯନ୍ତ୍ରୀଙ୍କ ଅପାରଗତା ନେଇ ଥାନାରେ ଅଭିଯୋଗ ଦେଇଛନ୍ତି। ଅପରପକ୍ଷରେ ବିନା ଫଳକରେ ତିଆରି ଚାଲିଥିଲା ଏହି ବ୍ରୀଜର ସମୟ ସୀମା ସାଧାରଣ ଲୋକ ଅଜ୍ଞ ଅଛନ୍ତି।ଏହି ରାସ୍ତାରେ ଦୈନିକ ଶହଶହ ବସ ଟ୍ରକ, ବାଇକ୍ ଆଦି ଯାତାୟତ କରୁଅଛି,ଯଦି ଯୁଦ୍ଧକାଳୀନ ଭିତ୍ତିରେ ବିଭାଗୀୟ ଅଧିକାରୀ ବ୍ରୀଜ କାର୍ଯ୍ୟ ସମ୍ପନ୍ନ ନ କରନ୍ତି ଏଭଳି ଅଘଟଣ ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ଦାୟୀ ରହିବେ ବୋଲି ସ୍ଥାନୀୟ ଜନସାଧାରଣ ଚେତାବନୀ ଦେଇଛନ୍ତି।
ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍

