ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବକାରୀ ଧରପଗଡ, ୩ ଗିରଫ 

ଅବକାରୀ ଧରପଗଡ, ୩ ଗିରଫ 

ଡାବୁଗାଁ, ୧୫/୬ (ମ.ନି.ସ.)- ରବିବାର ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ବିଭିନ୍ନ ଗ୍ରାମରେ ଡାବୁଗାଁ ପୋଲିସ ଓ ଅବକାରୀ ବିଭାଗ ମିଳିତ ଚଢାଉ କରି ୬୦ ଲିଟର ଦେଶୀ ମଦ ଜବତ କରିବା ସହ ୫୦୦ ଲିଟର ମହୁଲ ପୋଚ ଜବତ କରି ନଷ୍ଟ କରାଯାଇଛି | ସୂଚନାଯୋଗ୍ୟ :- ଡାବୁଗାଁ ବ୍ଲକ ଅଧୀନ ବିଭିନ୍ନ ଗ୍ରାମରେ ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ଚଢାଉ କରି ବଡଓଲମା ଓ ଗୋଡେଗାଁ ଗ୍ରାମରୁ ୬୦ ଲିଟର ଦେଶୀ ମଦ ଜବତ କରିବା ସହ ୫୦୦ ଲିଟର ମହୁଲ ପୋଚ ଜବତ କରି ନଷ୍ଟ କରାଯାଇଛି | ଏଥିରେ ସମ୍ପୃକ୍ତ ବଡଓଲମା ଗ୍ରାମର କମଳା ବିଶୋଇ (୪୫), ଗୋଡେଗାଁ ଗ୍ରାମର ଗରିମଣି ଭତ୍ରା (୨୭) ଓ କନକ ଗୌଡ (୪୫) ଙ୍କୁ ଗିରଫ କରାଯାଇ ନୋଟିସ ଦେଇ ଛାଡିଦିଆଯାଇଛି | ଏନେଇ ଡାବୁଗାଁ ଥାନା କେସ ନଂ ୧୨୭/୨୫, ୧୨୮/୨୫ ଓ ୧୨୯/୨୫ ରେ ତିନି ଜଣଙ୍କ ନାମରେ ୩ ଟି ମାମଲା ରୁଜୁ କରାଯାଇଛି | ଏହି ଚଢାଉରେ ଥାନା ଆଇଆଇସି ଗୋପାଳକୃଷ୍ଣ ଆଗୁପାତ୍ର ଙ୍କ ନେତୃତ୍ଵରେ ସବଇନିସ୍ପେକ୍ଟର ବିକ୍ରମ କିଶୋର ସାହୁ, ଏଏସଆଇ ଚନ୍ଦ୍ରଶେଖର ହଜାରୀ, ଅବକାରୀ ଉପନିରୀକ୍ଷକ ସମୀର କୁମାର ସ୍ଵାଇଁ, ଅବକାରୀ କର୍ମଚାରୀ ଶ୍ରୀକାନ୍ତ ବିଶୋଇ ଓ ଗତୁଲ ନାୟକ ଏବଂ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଡୁମୁରିକୁଦର ଗାଁ ରେ ସାରହୁଲ ପର୍ବ ପାଳିତ 

masiha

ଅଚଳ ଲିଫ୍ଟ ପଏଣ୍ଟ କାର୍ଯ୍ୟକ୍ଷମ ଦାବୀ, ଉପର ଇନ୍ଦ୍ରାବତୀ ନିର୍ବାହୀ ଯନ୍ତ୍ରୀଙ୍କ ଦ୍ବାରସ୍ଥ ହେଲେ ଚାଷୀ

masiha

ପଠାଣି ସାମନ୍ତ ଗଣିତ ମେଧା ବୃତ୍ତି ପରୀକ୍ଷା

Sunil Chandra Nayak

Leave a Comment

error: Content is protected !!