ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବକାରୀ ଧରପଗଡ, ୩ ଗିରଫ 

ଅବକାରୀ ଧରପଗଡ, ୩ ଗିରଫ 

ଡାବୁଗାଁ, ୧୫/୬ (ମ.ନି.ସ.)- ରବିବାର ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ବିଭିନ୍ନ ଗ୍ରାମରେ ଡାବୁଗାଁ ପୋଲିସ ଓ ଅବକାରୀ ବିଭାଗ ମିଳିତ ଚଢାଉ କରି ୬୦ ଲିଟର ଦେଶୀ ମଦ ଜବତ କରିବା ସହ ୫୦୦ ଲିଟର ମହୁଲ ପୋଚ ଜବତ କରି ନଷ୍ଟ କରାଯାଇଛି | ସୂଚନାଯୋଗ୍ୟ :- ଡାବୁଗାଁ ବ୍ଲକ ଅଧୀନ ବିଭିନ୍ନ ଗ୍ରାମରେ ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବେ ଚଢାଉ କରି ବଡଓଲମା ଓ ଗୋଡେଗାଁ ଗ୍ରାମରୁ ୬୦ ଲିଟର ଦେଶୀ ମଦ ଜବତ କରିବା ସହ ୫୦୦ ଲିଟର ମହୁଲ ପୋଚ ଜବତ କରି ନଷ୍ଟ କରାଯାଇଛି | ଏଥିରେ ସମ୍ପୃକ୍ତ ବଡଓଲମା ଗ୍ରାମର କମଳା ବିଶୋଇ (୪୫), ଗୋଡେଗାଁ ଗ୍ରାମର ଗରିମଣି ଭତ୍ରା (୨୭) ଓ କନକ ଗୌଡ (୪୫) ଙ୍କୁ ଗିରଫ କରାଯାଇ ନୋଟିସ ଦେଇ ଛାଡିଦିଆଯାଇଛି | ଏନେଇ ଡାବୁଗାଁ ଥାନା କେସ ନଂ ୧୨୭/୨୫, ୧୨୮/୨୫ ଓ ୧୨୯/୨୫ ରେ ତିନି ଜଣଙ୍କ ନାମରେ ୩ ଟି ମାମଲା ରୁଜୁ କରାଯାଇଛି | ଏହି ଚଢାଉରେ ଥାନା ଆଇଆଇସି ଗୋପାଳକୃଷ୍ଣ ଆଗୁପାତ୍ର ଙ୍କ ନେତୃତ୍ଵରେ ସବଇନିସ୍ପେକ୍ଟର ବିକ୍ରମ କିଶୋର ସାହୁ, ଏଏସଆଇ ଚନ୍ଦ୍ରଶେଖର ହଜାରୀ, ଅବକାରୀ ଉପନିରୀକ୍ଷକ ସମୀର କୁମାର ସ୍ଵାଇଁ, ଅବକାରୀ କର୍ମଚାରୀ ଶ୍ରୀକାନ୍ତ ବିଶୋଇ ଓ ଗତୁଲ ନାୟକ ଏବଂ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସହକାରୀ ଶିକ୍ଷକ ସଂଘ (ଏକ୍ସ-କ୍ୟାଡର) ଜିଲା ସ୍ତରୀୟ ବୈଠକ 

masiha

ଗୁଡାରି ବନାଞ୍ଚଳରେ ବ୍ୟାପକ ଦୁର୍ନୀତି ଅଭିଯୋଗ: ବନ ବିଭାଗ ତଥ୍ୟ ଲୁଚାଉଛି କି ?

Sunil Chandra Nayak

ଶିଶୁ ଶ୍ରମିକ ନିରାକରଣ ପାଇଁ ସଚେତନତା ଅଭିଯାନ ବୈଠକ

Sunil Chandra Nayak

Leave a Comment

error: Content is protected !!