ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭୁବନରେ ଡାଇରିଆ ଯୁଗୁ ଅଣାୟତ,୪୦ ରୁ ଉର୍ଦ୍ଧ୍ବ ଆକ୍ରାନ୍ତ,ଜଣେ ମୃତ ,ଜନସ୍ବାସ୍ଥ୍ୟ ବିଭାଗ ଯନ୍ତ୍ରୀ ଛୁଟିରେ !

ଭୁବନରେ ଡାଇରିଆ ଯୁଗୁ ଅଣାୟତ,୪୦ ରୁ ଉର୍ଦ୍ଧ୍ବ ଆକ୍ରାନ୍ତ,ଜଣେ ମୃତ ,ଜନସ୍ବାସ୍ଥ୍ୟ ବିଭାଗ ଯନ୍ତ୍ରୀ ଛୁଟିରେ !

କାମାକ୍ଷାନଗର (ମନିସ)15/6/25 — ଯାଜପୁର ଜିଲ୍ଲାରୁ ଆରମ୍ଭ ହୋଇଥିବା ଡାଇରିଆ ଢେ଼ଙ୍କାନାଳ ଜିଲ୍ଲା କୁ ବ୍ୟାପିବା ପରେ ଭୁବନ ରେ ସ୍ଥିତି ଅଣାୟତ ହୋଇ ପଡ଼ିଛି । ଦୁଇ ଦିନ ମଧ୍ୟରେ ୪୦ ରୁ ଉର୍ଦ୍ଧ୍ବ ବ୍ୟକ୍ତି ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ୧୨ ନମ୍ବର ୱାର୍ଡ ପେଣ୍ଠ ସାହିର କୃପାସିନ୍ଧୁ ମଳିକ (୬୨) ନାମକ ଜଣେ ବ୍ୟକ୍ତି ଙ୍କ ର ମୃତ୍ୟୁ ହୋଇଥିବା ଜଣାପଡିଛି । ଏ ସମ୍ପର୍କରେ ଖବର ପାଇ ଆଜି ରବିବାର ସକାଳେ ନଗରପାଳ ଶୁଭେନ୍ଦୁ କୁମାର ସାହୁ,ବିଧାୟକ ଶତ୍ରୁଘ୍ନ ଜେନା ଡାକ୍ତରଖାନା ରେ ପହଞ୍ଚି ରୋଗୀ ଙ୍କ ସ୍ଥିତି ପରଖିବା ସହ ତ୍ୱରିତ ସେବା ଯୋଗାଇ ଦେବା ସମ୍ପର୍କରେ ମେଡ଼ିକାଲ ଭାରପ୍ରାପ୍ତ ଅଫିସର ଡା. ରମେଶ କୁମାର ସାହୁ ଙ୍କ ସହ ଆଲୋଚନା କରିଥିଲେ । ପରେ ତହସିଲଦାର ସୂର୍ଯ୍ୟ ଶଙ୍କର ଦାଶ ଙ୍କୁ ସଙ୍ଗରେ ନେଇ ୧୨ ନମ୍ବର ୱାର୍ଡର ମୃତକ ଙ୍କ ଘରେ ପହଞ୍ଚି ରେଡ଼କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ପ୍ରଦାନ କରିଥିଲେ ଓ ମୃତ ବ୍ୟକ୍ତିଙ୍କ ଘର ସମ୍ମୁଖରେ ଥିବା ମୁକୁଳା ଡ୍ରେନ,ଡ୍ରେନ ଭିତରେ ଯାଇଥିବା ପାଇପ ଲାଇନ ,ଗାଈ ଗୋବର , ମୁତ ଭର୍ତ୍ତି ହୋଇଥିବା ଦେଖି କ୍ଷୋଭ ପ୍ରକାଶ କରିଥିଲେ । ସ୍ଥାନୀୟ ଲୋକଙ୍କୁ ଡାଇରିଆ ରୁ ମୁକ୍ତି ପାଇଁ ପରିବେଶ ସଫା ସୂତରା ରଖିବ, ଫୁଟା ପାଣି ପିଇବା,ବାହାର ଖାଦ୍ୟ ନ ଖାଇବ ଓ ଭୋଜି ଭାତ ବର୍ଜନ କରିବାକୁ ସଚେତନ କରିଥିଲେ । ମଧ୍ୟାହ୍ନ ରେ କାମାକ୍ଷା ନଗର ଉପ ଜିଲ୍ଲାପାଳ ଦିନମଣି ନାୟକ,ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ ଡ଼ା.ସଞ୍ଜୟ କୁମାର ମହାପାତ୍ର,ନିର୍ବାହୀ ଅଧିକାରୀ ପ୍ରବାତ ସାହୁ ( ଇନଚାର୍ଜ ) ପ୍ରମୁଖ ପହଞ୍ଚିବା ପରେ କାଳୀ ବଜାର,ନୂଆ ବଜାର ଅଞ୍ଚଳ ପରିଦର୍ଶନ କରି ଷ୍ଟ୍ରିଟ ଫୁଡ୍ ( ଠେଲା ଗାଡ଼ି ) ଖାଦ୍ୟ ଉପରେ ଚଢ଼ାଉ କରି ସପ୍ତାହକ ପାଇଁ ବନ୍ଦ କରିଥିଲେ । ଭୁବନ ରେ ଡାଇରିଆ ବ୍ୟାପି ହଇଜା ଆଡ଼କୁ ଗତି କରୁଥିବା ବେଳେ ସ୍ଥାନୀୟ ଜନସ୍ବାସ୍ଥ୍ୟ ବିଭାଗ ଯନ୍ତ୍ରୀ ଛୁଟିରେ ରହିବା ଓ ଏହି ବେପରୁଆ ମନୋଭାବ ସାଙ୍ଗକୁ ପ୍ରତ୍ୟେକ ସ୍ଥାନରେ ଅସ୍ୱାସ୍ଥ୍ୟକର ପରିବେଶରେ ଡ୍ରେନ ଭିତରେ/କଡ଼ରେ ପାଇପ ଲାଇନ୍ ଯିବା ଯୋଗୁ ଆଜି ଏଭଳି ବିପଦଜନକ ସ୍ଥିତି ଉପୁଜିଛି ବୋଲି ବୁଦ୍ଧିଜୀବୀ ମହଲ ଆଲୋଚନା କରୁଛନ୍ତି । ଆସନ୍ତା କାଲି ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ଭୁବନ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଗୋପାଳ ଙ୍କୁ ଆଣ୍ଠେଇବା ଘଟଣା :ବିଜେଡି ପ୍ରତିନିଧି ଦଳଙ୍କ ପୀଡିତଙ୍କ ଗାଁ ଓ ଚନ୍ଦାହାଣ୍ଡି ଥାନା ଗସ୍ତ 

ପ୍ରିୟଦର୍ଶିନୀ ଇନ୍ଦିରା ମହାବିଦ୍ୟାଳୟରେ ସେଲ୍ଫ ଡିଫେନ୍ସ ପ୍ରଶିକ୍ଷଣ ଶିବିର ଉଦଯାପିତ

Sunil Chandra Nayak

ଏନଏସି ଦୋକାନ ଭଡ଼ା ବୃଦ୍ଧି ପ୍ରତିବାଦରେ ଦାବିପତ୍ର

Sunil Chandra Nayak

Leave a Comment

error: Content is protected !!