ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁବ ହଷ୍ଟେଲ ର ରଜ ମିଳନ କାର୍ଯ୍ୟକ୍ରମ 

ଯୁବ ହଷ୍ଟେଲ ର ରଜ ମିଳନ କାର୍ଯ୍ୟକ୍ରମ 

ରାଉରକେଲା: ଭାରତୀୟ ଯୁବ ହଷ୍ଟେଲ ରାଉରକେଲା ଶାଖା ତରଫରୁ ରଜ ମିଳନ କାର୍ଯ୍ୟକ୍ରମ ହଷ୍ଟେଲ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଯୁବ ହଷ୍ଟେଲ ର ଅଧ୍ୟକ୍ଷ ବୁଦ୍ଧଦେବ ବାସୁ ଙ୍କ ଅଧ୍ୟକ୍ଷତା ଓ ସଭାପତି ପ୍ରତାପ କୁମାର ସ୍ବାଇଁ ଙ୍କ ଆବାହକତ୍ଵରେ ଆୟୋଜିତ ଏହି ରଜମିଳନ କାର୍ଯ୍ୟକ୍ରମରେ ଅନ୍ତେବାସୀଙ୍କ ମଧ୍ୟରେ ପିଠା, ପାନଭଙ୍ଗା ଓ ଫୁଲହାର ଗୁନ୍ଥା ପ୍ରତିଯୋଗିତା କରାଯାଇଥିଲା। ଏହି ପ୍ରତିଯୋଗିତାର ବିଚାରକ ଭାବେ ଡ ରେଣୁବାଳା ସ୍ବାଇଁ,ଡ ରଚନା ସେରାୱତ ଓ ନମିତା ଆଚାର୍ଯ୍ୟ ଦାୟିତ୍ଵ ତୁଲାଇଥିଲେ। ମୋନାଲିସା ଗୈାଡ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଶ୍ରୀ ବାସୁ ଓ ସଭାପତି ଶ୍ରୀ ସ୍ବାଇଁ ରଜ ମିଳନ ର ଆଭିମୁଖ୍ୟ, ଲକ୍ଷ୍ୟ, ପରମ୍ପରା ଓ ଏହା କିପରି ପ୍ରକୃତି ସହ ମାନବ ସମାଜର ସମ୍ପର୍କ ତାହା ଉପରେ ବକ୍ତବ୍ୟ ରଖିବା ସହ ହଷ୍ଟେଲର ସଭ୍ୟ ସଭ୍ୟମାନଙ୍କ ମଧ୍ୟରେ ଭାବ ବିନିମୟ ତଥା ସେମାନଙ୍କ ମଧ୍ୟରେ ଥିବା ଆଭ୍ୟନ୍ତରୀଣ ଗୁଣକୁ ବିକଶିତ କରିବା ପାଇଁ ଏହି କାର୍ଯ୍ୟକ୍ରମ ବୋଲି କହିଥିଲେ। ପ୍ରତିଯୋଗିତା ଗୁଡିକରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ସଂଗୀତ, ନୃତ୍ୟ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଅମିତାଭ ଠାକୁର, ଏସ୍ ଏନ୍ ଲେଙ୍କା, ସରୋଜ ପଟ୍ଟନାୟକ, ସମରକାନ୍ତ ମଲ୍ଲିକ, ଦେବାଶିଷ ମହାନ୍ତି, ନୀଳମଣି ମହାପାତ୍ର, ବିଜୟ ପଣ୍ଡା,ସଲିଳ ସାହୁ,କେ ସିଂ ପାଢ଼ୀ,ସିପୁ ସ୍ବାଇଁ, କାମିନୀ ମହନ୍ତ, ମୀନାକ୍ଷୀ ପାଢ଼ୀ,ଲୁସି ଦାଶ, ସୁଚିତ୍ରା ମଲ୍ଲିକ, ଶ୍ରଦ୍ଧାଶ୍ରୀ ପଟ୍ଟନାୟକ, ଅନନ୍ତ ନାରାୟଣ ମହାନ୍ତି, ଗାୟତ୍ରୀ ମହାନ୍ତି,ଅନନ୍ତ ମହନ୍ତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ଼ ଠାରେ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳିତ

Sunil Chandra Nayak

ନାମ ସଙ୍କିର୍ତ୍ତନ ସହିତ ଧୁମଧାମରେ ନୂଆବର୍ଷ ପାଳିଲେ ଗ୍ରାମବାସୀ

Sunil Chandra Nayak

ବଣିକ କଲ୍ୟାଣ ସଂଘର ମହାଯଜ୍ଞ ଓ ପ୍ରବଚନ ଆସନ୍ତା ୨ ରୁ

Sunil Chandra Nayak

Leave a Comment

error: Content is protected !!