ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୋକଙ୍କ ନିକଟରେ ଯୋଜନା ସହ ବିକାଶ

ଲୋକଙ୍କ ନିକଟରେ ଯୋଜନା ସହ ବିକାଶ

 ରାୟଗଡ଼  —  ଯୋଜନା ସହ ବିକାଶର ବାହନ ଲୋକଙ୍କ ନିକଟରେ ପହଞ୍ଚିଲା। ରାୟଗଡ଼ ବ୍ଳକର କାମ୍ପ ମାଲିଗାଁ, କୁଲି ଓ ବଡ଼ ଆଲୁବାଡ଼ି ଗ୍ରାମ ପଞ୍ଚାୟତ ରେ ସୋମବାର ବିକାଶ ବାହନ ପହଁଞ୍ଚିଛି। ବାଜା, ତୁରୀ, ହୁଳହୁଳି ଓ ନାଚ ଗୀତରେ ରଥକୁ ଲୋକେ ସ୍ଵାଗତ କରିଥିଲେ। ସରପଞ୍ଚ, ୱାର୍ଡ ସଦସ୍ୟ ଓ ନିର୍ବାଚିତ ପ୍ରତିନିଧି ସମେତ ବିଭାଗୀୟ ଅଧିକାରୀ, ଆଶା ଓ ଅଙ୍ଗନବାଡି କର୍ମୀ ଉପସ୍ଥିତ ଥିଲେ।  

    ତେରଟି ଆବାସ କାର୍ଯ୍ଯାଦେଶ, ଏଗାରଟି ଜବକାର୍ଡ, ତିନୋଟି ନୂଆ ରେସନ କାର୍ଡ, ତିନୋଟି ସି ଏମ କିସାନ କାର୍ଡ, ଏକଶହ ବତିଶିଟି ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟକାର୍ଡ, ତେର ଜଣଙ୍କୁ ଜଙ୍ଗଲ ଅଧିକାର ଆଇନ ଜମିପଟ୍ଟା, ନଅଗୋଟି ହିତାଧିକାରୀଙ୍କୁ ନୂତନ ପେନସନ, ତିନୋଟି ଜନଧନ ଯୋଜନାରେ ବ୍ୟାଙ୍କ ଆକାଉଣ୍ଟ, ପଚିଶି ଜଣଙ୍କର ଆଧାର ପଞ୍ଜିକରଣ ଓ ମାଁଙ୍କ ନାମରେ ଏକଶହ ଆଠୋଟି ଗଛ ରୋପଣ କରାଗଲା ।

 ତିନୋଟି ପଞ୍ଚାୟତର ଏକ ହଜାର ପାଞ୍ଚ ଶହ ରୁ ଉର୍ଦ୍ଧ ଲୋକଙ୍କ ସମାଗମ ହୋଇଥାଏ ହୋଇଥିଲା । ବିଡିଓ ସୁଜିତ କୁମାର ମିଶ୍ର, ଏବିଡିଓ କାଳୁଚରଣ ନାୟକ, ନିର୍ବାହୀ ଅଧିକାରୀ, ମଙ୍ଗଳ ଅଧିକାରୀ, ପେସା ସଂଯୋଜକ ଯୋଗେନ୍ଦ୍ର ନାୟକ, ସ୍ବାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ, ଜଙ୍ଗଲ, ଯୋଗାଣ,କୃଷି, ସମାଜ ମଙ୍ଗଳ, ଜୀବିକା ମିଶନ ଆଦି ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସାମାଜିକ ସମାନତା ହିଁ ଆମ୍ବେଦକରବାଦ… ଧର୍ମଗଡ ବ୍ଲକ ଚିଲଚିଲା ଠାରେ ବ୍ଳକ ସ୍ତରୀୟ ଆମ୍ବେଦକର ଜୟନ୍ତୀ

Sunil Chandra Nayak

ଚିତ୍ରଶିଳ୍ପୀ ସଂଘ ର ନୂତନ କର୍ମକର୍ତ୍ତା ଚୟନ

masiha

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ପାନପୋଷ ଇକୋ କ୍ଲବ୍‌ ପକ୍ଷରୁ ପ୍ଲାଷ୍ଟିକ୍‌ ବ୍ୟବହାରକୁ ନେଇ ସଚେତତା କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!