ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଠାରେ ବିକାଶ ମେଳା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ 

ନବରଙ୍ଗପୁର ଠାରେ ବିକାଶ ମେଳା ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ 

ନବରଙ୍ଗପୁର:( ତା ୧୬.୬.୨୦୨୫)(ରବି ନାରାୟଣ ମହାନ୍ତି) ଗତ ୧୪.୬.୨୦୨୫ ରିଖ ରେ ସ୍ଥାନୀୟ ମଣ୍ଡେଇ ପଡିଆ ଠାରେ ଜିଲ୍ଲା ସ୍ତରୀୟ ବିକାଶ ମେଳା ମାନ୍ୟବର ଇସ୍ପାତ ଓ ଖଣି, ବାଣିଜ୍ୟ ଓ ପରିବହନ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉଦ୍ଘାଟନ କରିଛନ୍ତି। ଏହି ବିକାଶ ମେଳା ଉପଲକ୍ଷେ ପ୍ରତି ସନ୍ଧ୍ୟା ରେ ମଣ୍ଡେଇ ପଡିଆ ମଞ୍ଚ ରେ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି। ଉଦ୍ଘାଟନ ଦିବସ ପ୍ରଥମ ସନ୍ଧ୍ୟାରେ ପୁରୁଶୋତ୍ତମ କଳା କେନ୍ଦ୍ର, ଓଡ଼ିଶୀ ସଙ୍ଗୀତ ଓ ନୃତ୍ୟ ଦଳ, ଉମରକୋଟ ର ମାତାଙ୍ଗି ଡାନ୍ସ ଗ୍ରୁପ୍, ଡିଭାଇନ ଡାନ୍ସ ଏକାଡେମୀ, ସାଇରାମ କଳା କେନ୍ଦ୍ରର କଳାକାର ମାନେ ନୃତ୍ୟ ପରିବେଷଣ କରିଥିଲେ। ଗତ କାଲି ୧୫.୬.୨୦୨୫ ରିଖ ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଏ କେ ଡାନ୍ସ ଗ୍ରୁପ୍, ସ୍ୱାତିକ ଡାନ୍ସ ଏକାଡେମୀ, ଡିଭାଇନ ଡାନ୍ସ ଏକାଡେମୀ, ଗ୍ରାମଦେବୀ ନୃତ୍ୟଦଳ, ସାଇରାମ୍ କଳାକେନ୍ଦ୍ର ଅନୁଷ୍ଠାନର କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ସାଂସ୍କୃତିକ ଅନୁଷ୍ଠାନ ଙ୍କୁ ମଞ୍ଚରେ ସାର୍ଟିଫିକେଟ ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା । ପ୍ରଥମ ଓ ଦ୍ବିତୀୟ ଦିବସ ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଅତିଥି ରୂପେ ଡି ଆଇ ପି ଆର୍ ଓ ମନୋଜ କୁମାର ବେହେରା,ତହସିଲଦାର ,ନବରଙ୍ଗପୁର କୈଳାଶ ଚନ୍ଦ୍ର ତ୍ରିପାଠୀ, ଡି ସି ଓ ଘାଷିଆ ହରିଜନ, ସହକାରୀ ସି ଇ ଓ ଓରମାସ୍ ଉମା ମହେଶ, ଏ ଡି ଡବ୍ଲୁ ଓ ଭରତ ଚନ୍ଦ୍ର ସାହୁ ପ୍ରମୂଖ ଅତିଥି ରୂପେ ଯୋଗଦେଇଥିଲେ। ଜିଲ୍ଲା ସଂସ୍କୃତି ବିଭାଗ ର ଆତ୍ମ ପ୍ରକାଶ ସାହୁ, ଏ ସନ୍ତୋଷ କୁମାର, ନିଳାମ୍ବର ନାୟକ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସାପ ନାଁ ଶୁଣିଲେ ସୃଷ୍ଟି ହୁଏ ଭୟ

Sunil Chandra Nayak

ସାମ୍ବିଧାନିକ ହକ୍ ଓ ଅଧିକାରର ସୁରକ୍ଷା ପାଇଁ ମହିଳାଙ୍କୁ ସ୍ବର ଉତ୍ତାେଳନ କରିବାର ସମୟ ଆସିଛି

Sunil Chandra Nayak

ଅଧାପନ୍ତରିଆ ଡ୍ରେନ,ଘରେ ପଶିଲା ବର୍ଷା ପାଣି, ପ୍ରତିବାଦ ରେ ଗ୍ରାମବାସୀ ଙ୍କ ରାସ୍ତା ରୋକ

Leave a Comment

error: Content is protected !!