ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ା ରେ ଶିଶୁ ଶ୍ରମିକ ସଚେତନତା ଶୋଭାଯାତ୍ରା  ଜିଲ୍ଲାକୁ ଶିଶୁ ଶ୍ରମିକ ମୁକ୍ତ କରିବା – ଜିଲ୍ଲାପାଳ 

ନୂଆପଡ଼ା ରେ ଶିଶୁ ଶ୍ରମିକ ସଚେତନତା ଶୋଭାଯାତ୍ରା 

ଜିଲ୍ଲାକୁ ଶିଶୁ ଶ୍ରମିକ ମୁକ୍ତ କରିବା – ଜିଲ୍ଲାପାଳ 

ନୂଆପଡ଼ା, ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟରେ ରେ ଜିଲ୍ଳା ପ୍ରଶାସନ ତଥା ଶ୍ରମ ବିଭାଗ ପକ୍ଷରୁ ଶିଶୁ ଶ୍ରମିକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାପାଳ ମଧୁସୂଦନ ଦାଶ ନିଜ କାର୍ଯ୍ୟାଳୟରୁ ପତାକା ପ୍ରଦର୍ଶନ କରି ସଚେତନତା ରଥ ଓ ରେଲି ର ଶୁଭାରମ୍ଭ କରିଥିଲେ l ରାଜ୍ୟ ସରକାର ଶିଶୁ ଶ୍ରମ ମୁକ୍ତ ଓଡିଶା କରିବାକୁ ସଂକଳ୍ପ ନେଇଛନ୍ତି l ଆଇନତଃ ୧୪ ବର୍ଷ ରୁ କମ୍ ବୟସର ଶିଶୁଙ୍କୁ କୌଣସି କାମରେ ନିୟୋଜିତ କରିବା ଦଣ୍ଡନୀୟ ଅପରାଧ l୧୫ ରୁ ୧୮ ବର୍ଷ ମଧ୍ୟରେ କିଶୋର କିଶୋରୀ ମାନଙ୍କୁ ବିପଦସଙ୍କୁଳ କାମରେ ନିୟୋଜିତ କରା ଯିବନାହିଁ l ଏପରି କଲେ ପଚାଶ ହଜାର ଟଙ୍କା ପର୍ଯ୍ଯନ୍ତ ଜରିମାନା ଏବଂ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ହୋଇପାରେ l ଯାହା ନଜରରେ ଏଭଳି ଶିଶୁ ଶ୍ରମିକ ଆସିବ ତୁରନ୍ତ ପୋଲିସ, ପ୍ରଶାସନ କିମ୍ବା ଶ୍ରମ ବିଭାଗର ନଜରକୁ ଆଣିବେ l ଏହି କାର୍ଯ୍ୟକ୍ରମକୁ ସାକାର କରିବା ପାଇଁ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ନୂଆପଡ଼ା ଜିଲ୍ଲାର ସବୁ ପଞ୍ଚାୟତରେ ଏହି ରଥ ବୁଲିବ l ଜିଲ୍ଳା ଶ୍ରମ ବିଭାଗ ଅତିରିକ୍ତ ଶ୍ରମ କମିଶନର ରବିନ୍ଦ୍ର କୁମାର ବାର୍ଲାଙ୍କ ଦ୍ୱାରା ଆୟୋଜିତ ଏହି ରେଲିରେ ଜିଲ୍ଲାପାଳଙ୍କ ସହିତ ଜିଲ୍ଳା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅଧିକାରୀ, କର୍ମଚାରୀ, ଅବକାରୀ ବିଭାଗ ଅଧିକାରୀ, ବିଭିନ୍ନ ଜିଲ୍ଳା ସ୍ତରୀୟ ଅଧିକାରୀ, ଶ୍ରମିକ ସଂଘ କର୍ମକର୍ତ୍ତା, ସ୍ଵେଚ୍ଛାସେବୀ ସଂଗଠନ, ଗଣ ମାଧ୍ୟମର ପ୍ରତିନିଧି ଯୋଗଦେଇଥିଲେ l ଏହି ଅବସରରେ ଜିଲ୍ଲାପାଳ କହିଲେ ଯେ ଶିଶୁ ଶ୍ରମିକ ପ୍ରଥା ସମାଜର ଏକ କଳଙ୍କ l ଆମେ ଯେଉଁଠି ଶିଶୁ ଶ୍ରମିକ ଟିଏ ଦେଖିବା ତା ସ୍ଥାନରେ ନିଜ ପୁଅ ଝିଅଙ୍କୁ ରଖି ଚିନ୍ତା କରିବା l ଏହା ସହିତ ଜିଲ୍ଲାରୁ ପ୍ରବାସୀ ଶ୍ରମିକ ଚାଲାଣ ଏବଂ ମାଦକ ଦ୍ରବ୍ଯର ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଜିଲ୍ଲା ପ୍ରଶାସନ ଜନସାଧାରଣଙ୍କୁ ସଚେତନ କରିବା ସହିତ ସେମାନଙ୍କ ସହଯୋଗ କାମନା କରୁଛି l

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ସ୍ମାର୍ଟ୍ ୱାଟର ଷ୍ଟେସନ ଉଦଘାଟିତ 

masiha

ମଠତେନ୍ତୁଳିଆ ମଧ୍ୟ‌‌ ଇଂରାଜୀ ବିଦ୍ୟାଳୟ ର ୧୯୮୪-୮୬ ବ୍ୟାଚ୍ ଛାତ୍ର ଛାତ୍ରୀମାନ‌ଙ୍କ‌‌‌ ବନ୍ଧୁମିଳନ ଓ ଗୁରୁ ପୂଜନ କାର୍ଯ୍ୟକ୍ରମ

masiha

ଡାବୁଗାଁ ବ୍ଲକ ରେ ୬ଜଣ ଆଇଏଏସ ପ୍ରଶିକ୍ଷାର୍ଥୀ 

Sunil Chandra Nayak

Leave a Comment

error: Content is protected !!