ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାସନ୍ତୀ ସାଂସ୍କୃତିକ ପରିଷଦର ରଜ ପର୍ବ ପାଳନ

ବାସନ୍ତୀ ସାଂସ୍କୃତିକ ପରିଷଦର ରଜ ପର୍ବ ପାଳନ

ରାଉରକେଲା : ରାଉରକେଲାର ଅନ୍ୟତମ ସାଂସ୍କୃତିକ ଅନୁଷ୍ଠାନ ବାସନ୍ତୀ ସାଂସ୍କୃତିକ ପରିଷଦ ରେ ରଜ ଉତ୍ସବ ମହା ସମାରୋହରେ ପାଳନ ହୋଇଯାଇଛି । ଅନୁଷ୍ଠାନ ର ସଭାପତି ଶ୍ରୀବତ୍ସ କୁମାର କୁଅଁର ,କାର୍ଯ୍ୟକାରୀ ସଭାପତି ଭଗବାନ ମହାପାତ୍ର , ସାଧାରଣ ସମ୍ପାଦକ ଅକ୍ଷୟ କୁମାର ଭୂୟାଁ ପ୍ରଦୀପ ପ୍ରଜ୍ୱଳନ କରି ଏହି ଉତ୍ସବ କୁ ଉଦ୍ଘାଟନ କରିଥିଲେ । ରାଉରକେଲା ବିଧାୟକ ଶାରଦା ପ୍ରସାଦ ନାୟକ ଏହି ଉତ୍ସବ ରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ।ଏହି ଉତ୍ସବ ରେ ଛୋଟ ପିଲା ଓ ମହିଳା ମାନେ ବିଭିନ୍ନ ପ୍ରତିଯୋଗିତା ରେ ଭାଗନେଇଥିଲେ । ସୁରତiଳ ଗ୍ରୁପର ବିଜୟ ନାୟକଙ୍କ ଦ୍ୱାରା ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରାଯାଇଥିଲା। ସୁଶ୍ରୀ ମୋନାଲିସା ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ । ବିଶିଷ୍ଟ ସମାଜସେବୀ ଭଗବାନ ରାଉତ , ବିଜୟ କୁମାର ପ୍ରଧାନ ଓ ଲାଲଧର ସାହୁଙ୍କୁ ସେମାନଙ୍କର ବିଭିନ୍ନ ପ୍ରକାର ସମାଜ ସେବା ପାଇଁ ଉପଢୌକନ ଓ ମାନପତ୍ର ଦେଇ ବିଧାୟକ ଶ୍ରୀ ନାୟକ ସମ୍ମାନିତ କରିଥିଲେ । ଉପସଭାପତି ଗଙ୍ଗାଧର ଜେନା ଏବଂ ସାଂସ୍କୃତିକ ସମ୍ପାଦକ ଉତ୍ତମ କୁମାର ବାରିକ ମାନପତ୍ର ପାଠ କରିଥିଲେ । ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ବ ହାସଲ କରିଥିବା ପ୍ରତିଯୋଗୀଙ୍କୁ ମାନପତ୍ର ସହ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଅକ୍ଷୟ ଦାସ , ଗଗନ ବିହାରୀ ପଣ୍ଡା , ସୁନନ୍ଦା ସେନାପତି , ବୀରେନ ସେନାପତି , ଦିଗମ୍ବର ମହାରଣା,ଛବି ମହାନ୍ତି , ଜ୍ୟୋତ୍ସ୍ନା ନାୟକ , ତରୁଲତା ରାଉତରାୟ ,ସୁମିତ୍ରା ମହାପାତ୍ର ,ସୁମିତ୍ରା ବାରିକ ,ସଂଯୁକ୍ତI. ଡାକୁଆ ପ୍ରମୁଖ ବିଭିନ୍ନ ପ୍ରତିଯୋଗୀ ମାନଙ୍କୁ ମାନପତ୍ର ପ୍ରଦାନ କରିଥିଲେ ।

ଜଗଦୀଶ ମୋହନ ପ୍ରହରାଜ , ଗଙ୍ଗାଧର ଜେନା,ଉତ୍ତମ କୁମାର ବାରିକ , ଶୁକଦେବ ମହନ୍ତ, କୃଷ୍ଣଚନ୍ଦ୍ର ଡାକୁଆ , ବିଜୟ କୁମାର ପ୍ରଧାନ , ରାଜୀବ ସିଂ , ଲାଲଧର ସାହୁ , ଭକ୍ତବନ୍ଧୁ ସେନାପତି ,ରସାନନ୍ଦ ନାୟକ , ପଦ୍ମଲୋଚନ ପଣ୍ଡା , ଶିଶିର ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହାୟତା କରିଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସାନ୍ତିଝରରେ ଜମୁଛି ପର୍ଯ୍ୟଟକଙ୍କ ଭିଡ 

masiha

ଧର୍ମଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଶିକ୍ଷାର ଉନ୍ନତି ପାଇଁ ଗୁରୁତ୍ତ୍ୱ

masiha

କଳାହାଣ୍ଡି ଡମ୍ବ ସମାଜ ପକ୍ଷରୁ 5T ସଚିବ ଭୁବନେଶ୍ୱରଙ୍କୁ ଜିଲ୍ଲାପାଳ ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ

masiha

Leave a Comment

error: Content is protected !!