ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ଦେଲା ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ

ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ଦେଲା ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ

ଜୁନାଗଡ଼,୧୯/୬(ମନୀ ସ)ମଧ୍ଯପ୍ରଦେଶ ଗୋଆଲିୟର ହାଇକୋର୍ଟର ସର୍ବ ସମ୍ମତି କ୍ରମେ ହାଇକୋର୍ଟ ପରିସରରେ ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯିବାର କାର୍ଯ୍ୟକ୍ରମ ଥିଲା,, କିଛି ଅସାମାଜିକ ଆଇନଜୀବୀଙ୍କ ବିରୋଧ ଯୋଗୁଁ ପ୍ରତିମୂର୍ତ୍ତି ସ୍ଥାପନକୁ ସ୍ଥଗିତ ରଖାଯାଇଛି,ଏକ ମାସରୁ ଉର୍ଦ୍ଧ୍ବ ହେଲାଣି ବିବାଦ ବଢିବାରେ ଲାଗିଛି,ଭାରତ ଗୋଟିଏ ଶାନ୍ତି ପ୍ରିୟ ଦେଶ ଭାଇ ଚାରାର ଦେଶରେ ଲାଗୀ ରହିଥିବା ଏହି ବିବାଦରେ ହସ୍ତକ୍ଷେପ କରି ଯଥାଶୀଘ୍ର ସମାଧାନ କରି ମାନବ ସମାଜର ତ୍ରାଣକର୍ତ୍ତା ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିକୁ ସ୍ଥାପନ କରିବା ଦାବିରେ ଆଜି ଅଲ୍ ଓଡ଼ିଶା ସିଡୁଲ୍ଡକାଷ୍ଟ ଫେଡରେସନ ସଭାପତି ଧନଞ୍ଜୟ ଦୀପ୍ ଙ୍କ ନେତୃତ୍ଵରେ କଳାହାଣ୍ଡି ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ଦେଶର ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ଦିଆଯାଇଛି। ସଂଗଠନର ସାଧାରଣ ସମ୍ପାଦକ ଶତ୍ରୁଘ୍ନ ନାଏକ ଉପସଭାପତି ଲୋକନାଥ ନାଗ କେସିଙ୍ଗା ସଭାପତି ଯୁଧିଷ୍ଠିର ଭଗତ ଏହିଭଳି ଅନେକ କର୍ମକର୍ତ୍ତା ପ୍ରମୁଖ ଏଥିରେ ଉପସ୍ଥିତ ରହିଥିଲେ। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ ତରଫରୁ ପଥ ସଂଚଳନ ଅନୁଷ୍ଠିତ 

Sunil Chandra Nayak

ଓଡ଼ିଶା ଆଦିବାସୀ ଅଧିକାର ମଞ୍ଚ ପକ୍ଷରୁ ଦେଓଲା ଗ୍ରାମରେ ସହିଦ୍ ଲକ୍ଷ୍ମଣ ନାୟଙ୍କ ଫାଶୀ ଦିବସ ପାଳନ କାର୍ଯ୍ୟକ୍ରମ 

Sunil Chandra Nayak

ଡାବୁଗାଁ ବ୍ଳକ ଟପ୍ପର ଅନିଲ ଭତ୍ରl 

masiha

Leave a Comment

error: Content is protected !!