ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଜୟପାଟଣା ଶାଖା ପକ୍ଷରୁ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ରାଶି ପ୍ରଦାନ

ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଜୟପାଟଣା ଶାଖା ପକ୍ଷରୁ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ରାଶି ପ୍ରଦାନ

ଆଜି ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଜୟପାଟଣା ଶାଖା ପକ୍ଷରୁ ଜଣେ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ରାଶି ପ୍ରଦାନ କରଯାଇଥିଲା।ଭାରତୀୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଜୟପାଟଣା ଶାଖା କାର୍ଯ୍ୟାଳୟରେ ହିତାଧିକାରୀ ଉଦୟ କୁମାର ମହାରଣା ଙ୍କୁ ବିଡିଓ ଧର୍ମରାଜ୍ ମାଝୀ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ରାଶି ର ୨ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ଏହି ଅବସରରେ ଜୟ ପାଟଣା ବ୍ୟାଙ୍କ ଶାଖାର ମୁଖ୍ୟ ପରିଚାଳକ ପ୍ରଭାକର ଦାସ, କ୍ଷେତ୍ର ଅଧିକାରୀ ଅମର ଶର୍ମା ଏଵଂ ସମ୍ୟକ ସାହୁ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।

ସୁଚନାଯୋଗ୍ୟ ଯେ,ଜୟ ପାଟଣା ନିକଟସ୍ଥ ମୁଖିଗୁଡ଼ା ଓଏଚପିସି କଲୋନୀ ର ରଞ୍ଜିତା ମହାରଣା ଜୟ ପାଟଣା ବ୍ୟାଙ୍କ ଶାଖାରେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ପାଇଁ ୨୦ ଟଙ୍କା ମାତ୍ର ଜମା କରି ବୀମା ଅନ୍ତର୍ଭୁକ୍ତ ହୋଇଥିଲେ। ତାଙ୍କର ପରଲୋକ ହୋଇଯିବାରୁ ତାଙ୍କର ସ୍ବାମୀ ଉଦୟ କୁମାର ମହାରଣା ଙ୍କୁ ଉକ୍ତ ବୀମା ରାଶି ଆଜି ପ୍ରଦାନ କରଯାଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ସି ବି ଏସ୍ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ 

ଓସ୍ତପାଳ ଗ୍ରାମ ନିକଟ କାଜୁ ଜଙ୍ଗଲରେ ହାତୀ ଆକ୍ରମଣରେ ଯୁବକ ଗୁରୁତର

ଖଡ଼ଗ ପ୍ରସାଦ ସ୍ଥିତ ନବ ଲିମିଟେଡ କମ୍ପାନୀ ରେ ଶ୍ରମିକ ଦୁର୍ଘଟଣା: ଉତ୍ତ୍ୟକ୍ତ ଲୋକେ ଫାଟକ ଆଗରେ ଧାରଣା

Leave a Comment

error: Content is protected !!