ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ର ଆଇଆଇସି ବନ୍ଦନା ପାତ୍ର ଗୋଟେ ପରେ ଗୋଟେ ପ୍ରଶଂସା ର ପାତ୍ର ସାଉଁଟିଛନ୍ତି

ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ର ଆଇଆଇସି ବନ୍ଦନା ପାତ୍ର ଗୋଟେ ପରେ ଗୋଟେ ପ୍ରଶଂସା ର ପାତ୍ର ସାଉଁଟିଛନ୍ତି 

ରାତି ରେ ପେଟ୍ରୋଲିଂ ଜାରି ରଖିଥିବାରୁ ଚୋରି ଓ ଅସାମାଜିକ ଯୁବକ ଙ୍କ ଦୌରତ୍ମ୍ୟା କମିଛି

ପଟ୍ଟାମୁଣ୍ଡାଇ ୨୦.୦୬.୨୦୨୫ ପଟ୍ଟାମୁଣ୍ଡାଇ ଅଞ୍ଚଳ ବାସୀ ସବୁ ବେଳେ ଚାହିଁ ବସିଥାନ୍ତି ଆମ ଆଦର୍ଶ ଥାନା କୁ ଗୋଟେ ଭଲ ଆଇଆଇସି ଆସନ୍ତୁ ଆମ ଅଞ୍ଚଳ ରେ ଶାନ୍ତି ବଜାଇ ରହୁ।ପଟ୍ଟାମୁଣ୍ଡାଇ ଅଞ୍ଚଳ ରେ ଦିନକୁ ଦିନ ବ୍ରାଉନ ସୁଗାର ବେପାର ଚୋରା ମଦ ବେପାର ଓ କିଛି ଅସାମାଜିକ ଯୁବକ ଙ୍କ ଆଡା ହୋଇଥିଲା ବେଳେ ସେଇ ସମୟରେ ଏକ ମହିଳା ଆଇଆଇସି ବନ୍ଦନା ପାତ୍ର ଆଦର୍ଶ ଥାନା ପଟ୍ଟାମୁଣ୍ଡାଇ ରେ ଯୋଗଦାନ କରିଥିଲେ। ସମସ୍ତେ ଭାବି ଥିଲେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ରେ ମହିଳା ଆଇଆଇସି କଣ ପଟ୍ଟାମୁଣ୍ଡାଇ ରେ ଶାନ୍ତି ଫେରାଇ ଆଣି ପାରି ବାରେ ସକ୍ଷମ ହେବେ।କିନ୍ତୁ ଖୁବ୍ କମ୍ ଦିନ ଭିତରେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ର ମହିଳା ଆଇଆଇସି ବନ୍ଦନା ପାତ୍ର ପଟ୍ଟାମୁଣ୍ଡାଇ ରେ ଶାନ୍ତି ଫେରାଇ ଆଣିବାରେ ସକ୍ଷମ ହେଲେ। ସିଏ କିଛି ଦିନ ଭିତରେ ଅସାମାଜିକ ଆଡ଼ା ଉପରେ ଚଢ଼ାଉ କରିବା ଦ୍ୱାରା ପଟ୍ଟାମୁଣ୍ଡାଇ ରେ ଧଳା ଜହର ବେପାର କମିଛି। ବହୁ ଜାଗା ରେ ଚୋରା ମଦ ବେପାର ହେଉ ଥିଲା ବେଳେ କିଛି ଜାଗା ରେ ଲଗାତର ଚଢ଼ାଉ କରିବା ଦ୍ୱାରା ବହୁ ଚୋରା ମଦ କୁ ମଧ୍ୟ ଜବତ କରିବାରେ ସକ୍ଷମ ହୋଇ ଥିଲେ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ର ଆଇଆଇସି ବନ୍ଦନା ପାତ୍ର।ବର୍ତ୍ତମାନ ପଟ୍ଟାମୁଣ୍ଡାଇ ରେ ଚୋରା ମଦ ବେପାର ଏକ ପ୍ରକାର ଠପ୍ ହୋଇ ଯାଇଛି।ଅସାମାଜିକ ଯୁବକ ଭୟରେ ଅସାମାଜିକ କାମ କରିବାକୁ ଡରୁଛନ୍ତି ।ମହିଳା ଆଇଆଇସି ଦିନ ରାତି କାମ କରି ପଟ୍ଟାମୁଣ୍ଡାଇ ସହର ରେ ଶାନ୍ତି ଫେରାଇ ଆଣିବାରେ ସକ୍ଷମ ହୋଇଛନ୍ତି।ପଟ୍ଟାମୁଣ୍ଡାଇ ରେ ଲୋକ ମାନଙ୍କୁ ମଧ୍ୟ ଉଚିତ୍ ନ୍ୟାୟ ଦେଉଛନ୍ତି। ପଟ୍ଟାମୁଣ୍ଡାଇ ମହିଳା ଥାନା ରେ ମହିଳା ଆଇଆଇସି ଥିବାରୁ ମହିଳା ମାନେ ନିର୍ଭୟ ରେ ତାଙ୍କ ନିକଟରେ ଅଭିଯୋଗ କରୁଛନ୍ତି । ବହୁ ମହିଳା ନ୍ୟାୟ ପାଇ ଖୁସି ରେ ଫେରୁଛନ୍ତି।ପଟ୍ଟାମୁଣ୍ଡାଇ ରେ ଦିନ କୁ ଦିନ ଚୋରି ବଢିବା ବେଳେ ଆଇଆଇସି ନିଜେ ରାତି ସାରା ପେଟ୍ରୋଲିଂ ଜାରି ରଖିବା ଦ୍ଵାରା ପଟ୍ଟାମୁଣ୍ଡାଇ ବଜାର ଓ ଆଖପାଖ ଅଞ୍ଚଳ ରେ ଚୋରି କମିଛି।ଖାଲି ଜଣେ ଭଲ ଅଫିସର ହୋଇ ପଟ୍ଟାମୁଣ୍ଡାଇ ବାସୀ ଙ୍କ ଠାରୁ ପ୍ରଶଂସା ସାଉଁଟି ବାରେ ଲାଗି ପଡିଛନ୍ତି ତାହା ନୁହେଁ ଖୁବ୍ କମ୍ ଦିନ ଭିତରେ ମଧ୍ୟ ପଟ୍ଟାମୁଣ୍ଡାଇ ରେ କିଛି ସମାଜ ସେବା ରେ ମଧ୍ୟ ଭାଗ ନେଇ ଛନ୍ତି।ପଟ୍ଟାମୁଣ୍ଡାଇ ରେ ଶହେ ରୁ ଉର୍ଦ୍ଧ୍ବ ମହିଳା ଙ୍କୁ ଛତା ବଣ୍ଟନ କାର୍ଯ୍ୟକ୍ରମ ଓ ଖରା ଦିନେ ଜଳ ଛତ୍ର କାର୍ଯ୍ୟ କ୍ରମ କରି ସାରା କେନ୍ଦ୍ରାପଡ଼ା ଜିଲ୍ଲା ବାସୀ ଓ ପୋଲିସ ପ୍ରଶାସନ ପାଖରେ ପ୍ରଶଂସା ର ପାତ୍ର ହେବା ସହିତ ପଟ୍ଟାମୁଣ୍ଡାଇ ବାସୀ ଙ୍କ ପାଖରେ ଖୁବ୍ ଆଦରଣୀୟ ହୋଇ ପାରିଛନ୍ତି।ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ର ଆଇଆଇସି ବନ୍ଦନା ପାତ୍ର ମଧ୍ୟ ନିଜ ସହକର୍ମୀ ସହିତ ସୁ ସମ୍ପର୍କ ରଖି ପଟ୍ଟାମୁଣ୍ଡାଇ ରେ ଶାନ୍ତି ଫେରାଇ ଆଣିବାରେ ସକ୍ଷମ ହୋଇ ପାରିଛନ୍ତି।ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ର ସମସ୍ତ ଷ୍ଟାଫ ମଧ୍ୟ ଜଣେ ସଚ୍ଚୋଟ ଆଇଆଇସି ଙ୍କୁ ପାଇ ଖୁବ୍ ଖୁସି ହେବା ସହିତ ତାଙ୍କୁ ତାଙ୍କ କାର୍ଯ୍ୟ ରେ ମଧ୍ୟ ଖୁବ୍ ସାହାଯ୍ୟ କରୁ ଛନ୍ତି।ଜଣେ ମହିଳା ହୋଇ ମଧ୍ୟ ରାତି ବାରଟା ଓ ଗୋଟାଏ ରେ ପଟ୍ଟାମୁଣ୍ଡାଇ ବାଇପାସ୍ ଓ ଆଖପାଖ ଅଞ୍ଚଳ ରେ ପେଟ୍ରୋଲିଂ ଜାରି ରଖି ଆମ ମାନଙ୍କୁ ସୁରକ୍ଷା ଦେଉ ଥିବାରୁ ପଟ୍ଟାମୁଣ୍ଡାଇ ବାସୀ ଙ୍କ ତରଫରୁ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ପଟ୍ଟାମୁଣ୍ଡାଇ ସହର ବାସୀ ଜଣାଉଛନ୍ତି।ଏହି ଆଇଆଇସି ଙ୍କ କାର୍ଯ୍ୟ ରେ ପଟ୍ଟାମୁଣ୍ଡାଇ ସହର ରେ ଛକ ଛକ ରେ ଆଲୋଚନା ହେଉଛି ଏହି ମହିଳା ଆଇଆଇସି ପଟ୍ଟାମୁଣ୍ଡାଇ ଥାନା ରେ ଯୋଗ ଦେବା ଫଳ ରେ ପଟ୍ଟାମୁଣ୍ଡାଇ ସହର ରେ ଶାନ୍ତି ଫେରି ଆସିବା ସହିତ ପଟ୍ଟାମୁଣ୍ଡାଇ ରେ ଅସାମାଜିକ ଯୁବକ ଙ୍କ ଦୌରତ୍ମ୍ୟ କମି ବାରେ ଲାଗିଛି।କିଛି ଦିନ ତଳେ ଏକ ୪ବର୍ଷ ଶିଶୁ ବାପାମା ଙ୍କ ପାଖରୁ ପଟ୍ଟାମୁଣ୍ଡାଇ ବଜାର ରେ ହଜି ଯାଇ ଥିବା ବେଳେ ଆଇଆଇସି ଓ ପୋଲିସ ଷ୍ଟାଫ ବହୁ ଖୋଜା ଖୋଜି କରି ସେଇ ଛୋଟ ଶିଶୁ ପାଇ ଆଇଆଇସି ନିଜ ଘରେ ରଖି ତାକୁ ନିଜ ଝିଅ ର ସ୍ନେହ ଶ୍ରଦ୍ଧା ଦେଇ ଥିଲେ ଓ ଝିଅ ର ବାପା ଓ ମା ଙ୍କୁ ଝିଅ ହସ୍ତନର କରି ଏକ ମା ର ପରିଚୟ ଦେଇ ସାରା କେନ୍ଦ୍ରାପଡ଼ା ଜିଲ୍ଲା ର ବାସୀ ଙ୍କ ପାଖରେ ପ୍ରଶଂସା ପାତ୍ର ସାଉଁଟି ଥିଲେ।ତାଙ୍କ ର ଏହି କାର୍ଯ୍ୟକ୍ରମ ରେ କେନ୍ଦ୍ରାପଡ଼ା ଜିଲ୍ଲା ରେ ଶ୍ରେଷ୍ଠ ଆଇଆଇସି ମାନ୍ୟତା ପ୍ରଦାନ କରାଗଲେ ପଟ୍ଟାମୁଣ୍ଡାଇ ବାସୀ ବେଶି ଖୁସି ହେବେ ବୋଲି ପଟ୍ଟାମୁଣ୍ଡାଇ ର ବହୁ ବୁଦ୍ଧିଜୀବୀ ,ସମାଜ ସେବୀ ,ସାମ୍ବାଦିକ,ଓ ମହିଳା ମାନେ ପ୍ରକାଶ କରିଛନ୍ତି।

କେନ୍ଦ୍ରାପଡ଼ା ରୂ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ

Related posts

ସହରାଞ୍ଚଳରେ କାମ କରୁଥିବା ୩୧ ମିଶନ ଶକ୍ତି ଗୋଷ୍ଠୀ ସହଭାଗୀମାନଙ୍କୁ ଆଜି ସାଇକେଲ ବଣ୍ଟନ

Sunil Chandra Nayak

ହାତୀ ଆକ୍ରମଣରେ ଚାଷୀ ମୃତ   

Sunil Chandra Nayak

ଦୁଃଖ ଦେଇଗଲା ବାତ୍ୟା ” ଦାନା ” 

masiha

Leave a Comment

error: Content is protected !!