ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଟ୍ଟାମୁଣ୍ଡାଇ ବ୍ଲକର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ରେ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳିତ

ପଟ୍ଟାମୁଣ୍ଡାଇ ବ୍ଲକର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ରେ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳିତ

କେନ୍ଦ୍ରାପଡ଼ା: ଅଦ୍ୟ ତା-୧୯/୦୬/୨୫ରିଖ ଦିନ ପଟ୍ଟାମୁଣ୍ଡାଇ ବ୍ଳକରେ ଥିବା ୧୩ଗୋଟି ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ରେ ବିପର୍ଯ୍ୟୟ ପ୍ରସ୍ତୁତି କାର୍ଯ୍ୟକ୍ରମ (ମକ୍ – ଡ୍ରିଲ୍) ସଫଳ ଭାବେ ହୋଇ ଯାଇ ଅଛି । ଏଥିରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷ (ଓ.ଏସ୍.ଡି.ଏମ୍.ଏ) ର ଶ୍ରୀଯୁକ୍ତ ସିଦ୍ଧାର୍ଥ ଶଙ୍କର ଆଚାର୍ଯ୍ୟ (ଇ.ଜି. ଓ.ଏସ.ଡି.ଏମ.ଏ) ତି.ପି.ଓ-ଅଜୟ କୁମାର ମହାନ୍ତି, ପଟ୍ଟାମୁଣ୍ଡାଇର କୋରିଆପଲ୍ଲା ଓ ଶଙ୍ଖପୁରଠାରେ ଉପସ୍ଥିତ ରହି ଲୋକମାନଙ୍କୁ ଉତ୍ସାହିତ କରିବା ସହିତ ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶାର ଗୁରୁତ୍ୱ ଉପରେ ଆଲୋକପାଦ କରିଥିଲେ । ଗତକାଲି ଟେବୁଲ୍ ଟପ Exercise ବୁକ୍ କାର୍ଯ୍ୟାଳୟରେ ହୋଇଥିଲା । ଯେଉଁଥିରେ ବି.ଡ଼ି.ଓ , ଚେୟାରମ୍ୟାନ, ଭାଇସ୍ ଚେୟାରମ୍ୟାନ୍  , W.E.0, ଓ ବିଭିନ୍ନ ବିଭାଗରୁ ଅଫିସରମାନେ ଉପସ୍ଥିତ ରହି ଆଗାମୀ ଦିନ ପାଇଁ କିପରି ପ୍ରସ୍ତୁତ ଅଛନ୍ତ ମତାମତ ରଖିଥିଲେ । ଆଜି ବ୍ଳକର ମୋଡାଲ୍ N.G.O ଓ ଅନ୍ୱେଷଣର ସମ୍ପାଦକ ଶ୍ରୀ ଅନନ୍ତ କରଙ୍କ ତତ୍ତ୍ଵାବଧାନରେ ବିଭିନ୍ନ ଆଶ୍ରୟସ୍ଥଳୀରେ ସେଠାକାର ସ୍ଵେଛାସେବୀ ଓ ଗ୍ରାମବାସୀ ମାନେ ବିଭିନ୍ନ ପ୍ରକାର ନକଲ ଅଭ୍ୟାସ ଦେଖାଇଲେ। ଯଥା- ଶଙ୍ଖପୁର ଠାରେ ସଭାପତି ଅନିଲ୍ ଲେଙ୍କା ଓ ସମ୍ପାଦକ ସୁବ୍ରତ ବାରିକ , କୋରିଆପଲ୍ଲାଠାରେ ଭରତ ଚନ୍ଦ୍ର ରାଉତ ଓ  ବିଲିକଣାରେ ସଭାପତି ଶ୍ରୀମତି ଲକ୍ଷ୍ମୀପ୍ରିୟା ଷଡ଼ଙ୍ଗୀ , ସାତକୁଡ଼ିଆରେ ସତ୍ୟବ୍ରତ ଛାଟୋଇ , ବଢ଼େଇପଡ଼ାରେ ଶ୍ରୀ ରଞ୍ଜନ କୁମାର ବିଶ୍ୱାଳ ,ବାଲିପାଟଣାର ସଭାପତି ସତ୍ୟବ୍ରତ ଓଝା , ଦାଣ୍ଡିସାହିରେ ନିଖିଲ୍ ପ୍ରଧାନ ଓ ଅନ୍ନପୂର୍ଣ୍ଣ। ସେଠୀ, ଶିଂଘ ଗାଁ ରେ ସରପଞ୍ଚ ଗଣେଶଚନ୍ଦ୍ର ଦାସ,ପାଳପାଟଣାଠାରେ ସମ୍ପାଦକ ଶ୍ରୀ ଉମାକାନ୍ତ ମହାନ୍ତି ,ବିହୁଡିପୁରରେ ସଭାପତି ନରେଶ ଚନ୍ଦ୍ର ,ଦୋଷିଆ ଠାରେ ସରପଞ୍ଚ ଙ୍କ ନେତୃତରେ ନକଲ ଅଭ୍ୟାସ ସମାପନ କରାଯାଇଅଛି। ଏଥିରେ ଅନେଷଣର ବିଭିନ୍ନ ସ୍ବେଛାସେବୀ ଯଥା- ସତ୍ୟବ୍ରତ ରାଉତ , ସୁନା ବେହେରା , ଈଶ୍ଵର ସେଠୀ, ଜିତେନ୍ଦ୍ର ତ୍ରିପାଠୀ, ସମୀର କୁମାର ପ୍ରଧାନ ପ୍ରଧାନ,  ସୁବ୍ରତ ବାରିକ ଆଦି ସହଯୋଗ କରିଥିଲେ । ପଟ୍ଟାମୁଣ୍ଡାଇ ବ୍ଲକ ର ଅଗ୍ନିଶମ ବିଭାଗ ର ଅଫିସର ସୁବାଷ ନନ୍ଦ, ସ୍ମୃତିରଞ୍ଜନ ମହାନ୍ତି, ଆଜି ବାଲିପାଟଣା ଓ ଶଙ୍ଖ ପୁର ରେ ସିଭିଲ ଡିଫେନ୍ସ ସଂଘଟନ ର ବଂକିମ ମିତ୍ର, ସମୀର କୁମାର ପ୍ରଧାନ, ଦେବାଶିଷ ମଲିକ ଓ ଅନ୍ୟ ମାନଙ୍କ ସହ ମିଶି ଡେମୋ କରି ବୈଠକ ରେ ଉପସ୍ଥିତ ଥିବା ଜନ ସାଧାରଣ ଙ୍କୁ ଦେଖେଇ ଥିଲେ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ

Related posts

ମନରେଗା ଯୋଜନାରେ ଚଳୁ କରୁଛନ୍ତି ସରକାରୀ ଟଙ୍କା! ମଣିଷ ବଦଳ ରେ ମେସିନ କରୁଛି କାମ! ନିରୀହ ଆଦିବାସୀ ଙ୍କ ନା ରେ ଉଠୁଛି ଟଙ୍କା କିନ୍ତୁ ମାଲାମାଲ ଯନ୍ତ୍ରୀ ଓ ଠିକାଦାର

Sunil Chandra Nayak

ମାଟ୍ରିକ ପରୀକ୍ଷାରେ ସଫଳତା ର ସହ ଉତୀର୍ଣ୍ଣ ହେଲେ ଦେଢ଼ଫୁଟ ର ଛାତ୍ରୀ ସୁନିତା

ଟ୍ରକ ସହ ହାଇୱା ଗାଡ଼ି ମୁହାଁମୁହିଁ ଜଣେ ମୃତ ୨ ଗୁରୁତର 

masiha

Leave a Comment

error: Content is protected !!