ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରମିକ ଦିବସ ଉପଲ6କ୍ଷ ଚନ୍ଦ୍ରକଳାଦେବୀ ଙ୍କ କବିତା ଶ୍ରମିକ ଭାଇ

ଶ୍ରମିକ ଭାଇ

 

ଚନ୍ଦ୍ରକଳାଦେବୀ,ବନ୍ଧୁଗାଁ, କୋରାପୁଟ 

 

ଶ୍ରମିକ ଭାଇରେ ଶ୍ରମିକ ଭାଇ  

ଖରା,ବର୍ଷା,ଶୀତେ ଖାତିରି ନାହିଁ, 

ଝଡ଼ ତୋଫାନକୁ ଡର ତୋ ନାହିଁ 

କାମ କରୁ ତୁହି ଜଗତ ପାଇଁ ||

 

ଲହୁ ଲୁହ ଢାଳି କାମ ତୁ କରୁ 

ମୁଣ୍ଡର ଝାଳକୁ ତୁଣ୍ଡରେ ମାରୁ, 

ରଙ୍ଗ ଆଉ ତୁଳୀ ହାତରେ ଧରୁ 

ମୋ ଦେଶର ଛବି ଅଙ୍କନ କରୁ ||

 

କ୍ଷେତେ ହଳ କରି ମଞ୍ଜି ବୁଣଉଁ 

ଗଦା ଗଦା ଶସ୍ୟ ଫଳ|ଇ ଥାଉ, 

ଦେଶବାସୀଙ୍କୁ ତୁ ଖାଦ୍ୟ ଯୋଗାଉ 

ତୋ ଠାରୁ ବଡ଼ କେ ଅଛିରେ ଆଉ ||

 

ଯତନେ ଗଢୁତୁ ଲଙ୍ଗଳ ଜୁଆଳି 

ଦେଶ ସେବାରେ ନିଜକୁ ଦେଉ ବଳି, 

ବଗିଚେ ଫୁଟାଉ ଫୁଲ ଭଳି ଭଳି 

ସଭିଙ୍କ ପାଇଁ ସହୁ ଅଳି ଅରଦଳି ||

 

ଆସ ଆସ ଭାଇ ଚାଷୀ ମୁଲିଆ 

ଶ୍ରମିକ, ମିସ୍ତ୍ରୀ ଓ କୁଲି ମଜୁରିଆ 

ଶ୍ରମିକ ଦିବସେ ଶୋଇଛ କିଆଁ 

ଦର ଦାମ ହେଲା ଆକାଶ ଛୁଆଁ ||

 

ଅଣ୍ଟା ଭିଡି ସତର୍କ ଆମେ ହୋଇବା 

ସରକାରଙ୍କୁ ନାର୍ଯ୍ୟ ଦାଵୀ ମାଗିବା 

ପୂରଣ ନ ହେଲେ ଦାବୀ ଆମର 

ଆନ୍ଦୋଳନ ପାଇଁ ହେବା ତତ୍ପର ||

 

***************************

Related posts

ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁ ଙ୍କ ବିଜୟ ପାଇଁ ବଡପଳଶା ଜାହେରା ଗାଳରେ ପୂଜାର୍ଚ୍ଚନା

Sunil Chandra Nayak

ଦୁସ୍ଥ ଅସହାୟ ମଣିଷ ର ସାହାରା ପାଲଟିଛନ୍ତି ବ୍ଲକ୍ ଅଧ୍ୟକ୍ଷା ସସ୍ମିତା ରାଣୀ

Sunil Chandra Nayak

ଡୁମେରପଦର ଏସ୍ଏସ୍ ଡି ବିଦ୍ୟାଳୟ ରେ ଅବସର କାଳିନ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!