ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ତିରିଂ ବ୍ଳକ ; ପୋଖାରିଆ ଡ୍ୟାମରୁ ଦୁଇ ଦିନ ପରେ ମୃତ ଦେହ ଉଦ୍ଧାର

ତିରିଂ ବ୍ଳକ ; ପୋଖାରିଆ ଡ୍ୟାମରୁ ଦୁଇ ଦିନ ପରେ ମୃତ ଦେହ ଉଦ୍ଧାର

  ମୟୂରଭଂଜ – ୨୦/୦୬ — :- ମୟୂରଭଂଜ ଜିଲ୍ଲାର ସିମାନ୍ତ ତିରିଂ ବ୍ଳକଗତ ତିନି ଦିନ ଧରି ସାରା ତିରିଙ୍ଗ ବ୍ଳକ ଅନ୍ତର୍ଗତ ନିରଣପୁର ପଞ୍ଚାୟତର ସାନସାମଦ ଗ୍ରାମର ଜନୈକ ବ୍ୟକ୍ତି ତିନି ଦିନ ଧରି ଲଗାଣ ବର୍ଷା ଯୋଗୁଁ‌ ପୋଖରୀଆ ଡେମର ଶୌଚ କରିବାକୁ ଯାଇ ଭାସି ଯାଇଥିଵା ଅଭିଯୋଗ ହୋଇଛି । ବର୍ଷା ଯୋଗୁଁ ପୋଖରୀଆ ଡେମର ଜଳସ୍ତର ବିପଦ ସଙ୍କେତକୁ କଟିଥିଲା ।ଅଗ୍ନିଶମ ବିଭାଗ ,ପୋଲିସ ବିଭାଗ ଏବଂ ଗ୍ରାମବାସୀ ଖୋଜି ଖୋଜି ଶେଷରେ ମୃତକକୁ ଉଦ୍ଧାର କରିଛନ୍ତି । ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଆଜି ରାଇରଙ୍ଗପୁର‌ ହସ୍ପିଟାଲରେ ପୋଲିସ ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି । ମୃତକ ହେଲେ ସାନସାଦମ ଗ୍ରାମର ହାଡିଆ ବାସ୍କେ ( ୫୫ ) , ଗାଧୋଇବାକୁ ଯାଇ ଆଉ ଘରକୁ ଫେରିନଥିଲେ । ଘର ଲୋକେ ସେ ସେଠାରେ ବୁଡି ଯାଇଥିବାର ସନ୍ଦେହ କରି ତିରିଙ୍ଗ ପୋଲିସ ତଥା ତହସିଲଦାରଙ୍କୁ ଜଣାଇଥିଲେ । ସଙ୍ଗେ ସଙ୍ଗେ ଥାନା ଅଧିକାରୀ ପ୍ରଶାନ୍ତ ଜେନା , ଏଏସଆଇ ସନାତନ ବେହେରା , ତହସିଲଦାର ସୁଶାନ୍ତ କୁମାର ବେହେରା , ତିରିଙ୍ଗ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଡ୍ୟାମ ଭିତରେ ସନ୍ଦେହ କରି ମୃତ ଦେହ ଖୋଜିବାକୁ ଲାଗିଥିଲେ । ତିନି ଚାରି ଘଣ୍ଟା ବହୁ ପରିଶ୍ରମ କରି ଶେଷରେ କିଛି ନ ମିଳିବାରୁ ନିରାଶ ହୋଇ ଫେରିଥିଲେ । ଆଜି ବାରିପଦାର ଓଡ୍ରାଫ୍ଟ ଟିମ୍ ଆସି ଗଭୀର ଜଳ ଭିତରୁ ହାଡ଼ିଆ ବାସ୍କେଙ୍କ ମୃତ ଦେହ ଉଦ୍ଧାର ଦିନ ଏଗାରଟା ବେଳକୁ ଉଦ୍ଧାର କରିଥିଲେ । ଏହାପରେ ତିରିଙ୍ଗ ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖନାକୁ ପଠାଇଥିଲେ । ମୃତକଙ୍କ ତିନୋଟି ଝିଅ , ଦୁଇଟି ପୁଅ ଅଛନ୍ତି ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ହରେକୃଷ୍ଣପୁର ଭୈରବ ମନ୍ଦିରରୁ ଚୋରି ଅଭିଯୋଗ 

masiha

ଭୁବନ ଗ୍ୟାରେଜରୁ ୧୫ ଟି ଚୋରା ବାଇକ୍ ଉଦ୍ଧାର,୩ ଗିରଫ

Sunil Chandra Nayak

ଥୁଆଙ୍ଗପଦର ଗାଁର ଛାତ୍ରଙ୍କ ଶବ ପୁରୁଣା ଅମ୍ବାଦଳା ରେଳ ଧାରଣାରୁ ଉଦ୍ଧାର, ରେଳବାଇ ପୁଲିସ ପକ୍ଷରୁ ତଦନ୍ତ ଜାରି

Sunil Chandra Nayak

Leave a Comment

error: Content is protected !!