ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବ୍ୟବସ୍ଥା ଘେରରେ ଜୁନାଗଡ଼ ଏନଏସି

ଅବ୍ୟବସ୍ଥା ଘେରରେ ଜୁନାଗଡ଼ ଏନଏସି

ଜୁନାଗଡ଼,୨୦/୬(ମନୀସ)ରାଜ୍ୟର ଅନ୍ୟତମ ପୁରାତନ ବିଜ୍ଞାପିତ ଅଞ୍ଚଳ ପତିଷଦ ଜୁନାଗଡ଼।୧୯୭୦ ମସିହାରୁ ପ୍ରତିଷ୍ଠିତ ଏହି ଏନଏସି ସଂପ୍ରତି ଅବ୍ୟବ୍ୟସ୍ଥା ଘେରରେ ଚାଲିଥିବା ବେଳେ ନିର୍ଭରଶୀଳ ଲୋକେ ବ୍ୟାପକ ହଇରାଣ ହେଉଥିବା ଅଭିଯୋଗ ହେଉଛି।କାର୍ଯ୍ୟ ନିର୍ବାହୀ ଅଧିକାରୀ ଉଭୟ ଧର୍ମଗଡ଼ ଓ ଜୁନାଗଡ଼ ଦାୟିତ୍ୱରେ ଥିବାବେଳେ, ବିଭିନ୍ନ କାର୍ଯ୍ୟ ଯୋଗୁଁ ଲୋକେ କାର୍ଯ୍ୟାଳୟକୁ ଆସୁଥିଲେ ହେଁ, ତାଙ୍କୁ ନ ପାଇଁ ହଇରାଣ ହେଉଛନ୍ତି।ସମ୍ପ୍ରତି ଡାଇରିଆକୁ ନେଇ ସମଗ୍ର ରାଜ୍ୟରେ ଏକ ସମ୍ବେଦନଶୀଳ ବାତାବରଣ ସୃଷ୍ଟି ହୋଇଥିବା ବେଳେ, ଜୁନାଗଡ଼ ଏନଏସି ଏଥିପ୍ରତି ସମ୍ବେଦନଶୀଳ ନୁହେଁ ବୋଲି ଆଲୋଚନା ହେଉଛି।ବିଭିନ୍ନ ୱାର୍ଡର ନାଳନର୍ଦମା ଦଅନିୟ ଅବସ୍ଥାରେ ଥିବାବେଳେ,ବିଶୁଦ୍ଧ ପାନୀୟ ଜଳ ଯୋଗାଣ ମଧ୍ୟକୁ ନେଇ ମଧ୍ୟ ଲୋକେ ଅସନ୍ତୋଷ ପ୍ରକାଶ କରୁଛନ୍ତି।ନିୟୋଜିତ ଥିବା କର୍ମଚାରୀ ମାନେ ଅଫିସରେ ଅନେକ ସମୟରେ ଅନୁପସ୍ଥିତ ରହୁଥିବାଦେଖିବାକୁ ମିଳୁଛି। ।ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ଗୁଡିକ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି।ସରକାରୀ ସ୍ତରରେ ହେଉଥିବା ପ୍ରସାର ପ୍ରଚାର କାର୍ଯ୍ୟକ୍ରମ ଗୁଡିକୁ ଅନ୍ଧାରରେ ରଖିବା ଚେଷ୍ଠା କରାଯାଉଛି।ପରିମଳ ବ୍ୟବସ୍ଥା ପରିଚାଳନା ,ବିଦ୍ୟୁତ ଯୋଗାଣ, ଶୌଚାଳୟ ଅବ୍ୟବସ୍ଥା ଆଦି ଅନେକ ସମସ୍ୟାରେ ସହରବାସୀ ତଳିତଳାନ୍ତ ହେଉଛନ୍ତି।ଏ ସମ୍ପର୍କରେ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରାଯିବାରୁ କୌଣସି ଉତ୍ତର ମିଳି ନ ଥିଲା।ଏଥି ନେଇ ଲୋକେ ଅସନ୍ତୋଷ ପ୍ରକାଶ କରୁଛନ୍ତି।ସହରର ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଏକ ଉଚ୍ଚସ୍ତରୀୟ ତଦନ୍ତ ଦାବି ହେଉଛି। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ପ୍ରାଥମିକ ଶିକ୍ଷକଙ୍କ ଧାରଣା

masiha

ରାଇରଙ୍ଗପୁରରେ ୮୮ ତମ ଵାମନଘାଟୀ ଉପଖଣ୍ଡ ସ୍ତରୀୟ ଓଡିଶା ଦିବସ-୨୦୨୩ ପାଳନ ପାଇଁ ପ୍ରସ୍ତୁତି ବୈଠକ 

Sunil Chandra Nayak

ଫସଲ ଉଜାଡି ଦେଲା କାଣ୍ଡବିନ୍ଧା ପୋକ । ଅମଳ ସମୟରେ ନଷ୍ଟ ହୋଇଗଲା ଏକର ଏକର ଫସଲ । ଆଜି ଅଭିଯୋଗ ଆଣିଲେ ଚାଷୀ 

masiha

Leave a Comment

error: Content is protected !!