ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଜଲକ୍ଷ୍ମୀ ପୂଜା ପାଇଁ ଶାନ୍ତି କମିଟି ବୈଠକ

ଗଜଲକ୍ଷ୍ମୀ ପୂଜା ପାଇଁ ଶାନ୍ତି କମିଟି ବୈଠକ

କେନ୍ଦ୍ରାପଡ଼ା, ୦୭/୧୦: କେନ୍ଦ୍ରାପଡ଼ାର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ନିମନ୍ତେ ଆଜି ପୂର୍ବାହ୍ନରେ କେନ୍ଦ୍ରାପଡ଼ା ମୁନିସିପାଲିଟି ଟାଉନ ହଲ ଠାରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ରଘୁରାମ ଆର ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ କେନ୍ଦ୍ରାପଡ଼ାର ଗଣପର୍ବ ଗଜଲକ୍ଷ୍ମୀ ପୂଜାକୁ ଭାଇଚାରାର ଅନନ୍ୟ ଉଦାହରଣ ରୂପେ ଶାନ୍ତି ଓ ଶୃଙ୍ଖଳା ସହିତ ପାଳନ କରିବା ନିମନ୍ତେ ସମସ୍ତ ପୂଜା କମିଟିର ସଭାପତି, ସମ୍ପାଦକ ଏବଂ କର୍ମକର୍ତ୍ତାକୁ ଅନୁରୋଧ କରିଛନ୍ତି। ଏହା ସହିତ ଆଇନ ପରିଧି ମଧ୍ୟରେ ସମସ୍ତେ ଏହି ଗଣପର୍ବକୁ ଉପଭୋଗ କରିବାକୁ ସମସ୍ତଙ୍କୁ ଅପିଲ କରିଛନ୍ତି ଜିଲ୍ଲାପାଳ ।ଜିଲ୍ଲାପ୍ରଶାସନ ଏବଂ ପୋଲିସ ପ୍ରଶାସନ ସମସ୍ତ ପୂଜା କମିଟି ସହିତ ସମନ୍ଵୟ ରକ୍ଷା କରି ପ୍ରତେକ ବର୍ଷ ପରି ଅନନ୍ୟ ଉଦାହରଣ ସୃଷ୍ଟି କରିବାକୁ ଅନୁରୋଧ କରାଯାଇଛି। ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ ସିସିଟିଭି ଲଗେଇବା,ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ମୁତୟନ, ଚୋରି ଓ ଅସାମାଜିକ ତତ୍ୱକୁ ମୁକାବିଲା ପାଇଁ ସାଧା ପୋଷାକରେ ପୋଲିସ ମୁତୟନ,ସାମାଜିକ ଗଣମାଧ୍ୟମରେ ଗୁଜବର ପ୍ରଚାର ପ୍ରସାର ରୋକିବା ଇତ୍ୟାଦି ଉପରେ ପୋଲିସ ପ୍ରଶାସନ ଗୁରୁତ୍ୱ ଦେଉଥିବା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କଟ୍ଟାରିଆ କହିଛନ୍ତି ।ରାତି ୧୨ ଟା ପର୍ଯ୍ୟନ୍ତ ମେଲଣ ଏବଂ ଭସାଣିରେ ବାଦ୍ୟ ଯନ୍ତ୍ର ବଜାଇବା ଉପରେ ଅନୁମତି ପ୍ରଦାନ ନିମନ୍ତେ ପୂଜା କମିଟିଙ୍କ ଅନୁରୋଧକୁ ଆଇନ ଅନୁଯାଇ କାର୍ଯ୍ୟାଦେଶ ଦିଆଯିବ ବୋଲି ଆରକ୍ଷୀ ଅଧିକ୍ଷକ କହିଛନ୍ତି |ସୂଚନା ଯେ,ଗଜଲକ୍ଷ୍ମୀ ପୂଜା ପାଇଁ ମେଲୋଡି,ମେଲଣ ଶୋଭାଯାତ୍ରା ଏବଂ ଭସାଣି ପାଇଁ ତିନୋଟି ସମନ୍ଵୟ କମିଟି ଗଠନ କରାଯାଇଛି। ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ନବକ୍ରିଷ୍ଣ ଜେନା, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ ) ରବୀନ୍ଦ୍ର କୁମାର ମଲ୍ଲିକ,ଉପଜିଲ୍ଲାପାଳ ଅରୁଣ କୁମାର ନାୟକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୁଧାକର ସାହୁ,ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜ୍ୟୋତିରଞ୍ଜନ ଗୌଡ଼, ଡିଏସପି ଡିଆଇବି ଲକ୍ଷ୍ମୀନାରାୟଣ ତିୱାରୀ,ବିଡ଼ିଓ କେନ୍ଦ୍ରାପଡ଼ା ଅଭିଷେକ ସ୍ୱାଇଁ, ତହସିଲଦାର କେନ୍ଦ୍ରାପଡ଼ା ରବି ନାରାୟଣ ଆଚାର୍ଯ୍ୟ,ଅବକାରୀ ଅଧିକ୍ଷକ ବିପ୍ର ଚରଣ ମଣ୍ଡଳ, ନିର୍ବାହୀ ଅଧିକାରୀ କେନ୍ଦ୍ରାପଡ଼ା ମୁନିସିପାଲିଟି ଅଜିତ ନାରାୟଣ ପ୍ରସାଦ ଗିରିଙ୍କ ସମେତ ବିଭିନ୍ନ ପୂଜା କମିଟିର ସଭାପତି, ସମ୍ପାଦକ, କର୍ମକର୍ତ୍ତା, ବୁଦ୍ଧିଜୀବୀ, ସାଧାରଣ ଜନତା, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ।ଶେଷରେ ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

ଆଦର୍ଶ ପାଠାଗାରର ଗୋପବନ୍ଧୁଙ୍କ ସମ୍ପର୍କୀତ ପ୍ରତିଯୋଗିତା ଆସନ୍ତା ୨୨ରେ….

masiha

ସଂକ୍ରାନ୍ତି ନିମନ୍ତେ ପ୍ରସାଦ ସେବନ ବ୍ୟବସ୍ଥା     

Sunil Chandra Nayak

ଅତିରିକ୍ତ ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ର କ୍ଷେତ୍ରପାଳ ସମ୍ମାନ ରେ ସମ୍ମାନିତ

Leave a Comment

error: Content is protected !!