ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଜ ବାସଭବନରେ ରେ ବିଶ୍ଵ ଯୋଗ ଦିବସ ପାଳିତ କଲେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି     

ନିଜ ବାସଭବନରେ ରେ ବିଶ୍ଵ ଯୋଗ ଦିବସ ପାଳିତ କଲେ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି                                             

ବଲାଙ୍ଗୀର ଜିଲ୍ଲାପାଟଣା ଗଡ଼ ରାଜ୍ୟ ସଭା ସାଂସଦ ଙ୍କର ନିଜ ବାସ ଭବନ ରେ ପରିସର ମଧ୍ୟରେ ବିଶ୍ଵ ଯୋଗ ଦିବସ ପାଳନ କରିଛନ୍ତି ଶ୍ରୀ ବିଶି କହିଥିଲେ ଯେ ସାମ୍ପ୍ରତିକ ପରିସ୍ଥିତିରେ ଦୈନନ୍ଦିନ ଜୀବନ ଚର୍ଯ୍ୟାରେ ଯୋଗର ଭୂମିକା ଗୁରୁତ୍ୱପୂର୍ଣ୍ଣ ନିୟମିତ ଯୋଗ ସାଧନା ଦ୍ୱାରା ନିଜ ଶରୀରକୁ ନିରୋଗ ରଖିବା ସହିତ ଏକ ସୁସ୍ଥ ପୃଥିବୀ ଗଠନ କରିବା ଦିଗରେ ଏହା ସହାୟକ ହେବ ବୋଲି ଚଳିତ ବର୍ଷ ଯୋଗ ଦିବସର ବିଷୟ ବସ୍ତୁ “ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ ” ମାଧ୍ୟମରେ ମତପୋଷଣ କରିଥିଲେ । ବିଶେଷ କରି ଆଜିକାଲି ଜଳବାୟୁର ଅସ୍ୱାଭାବିକ ପରିବର୍ତ୍ତନ ସାଙ୍ଗକୁ ଲୋକମାନଙ୍କ ବ୍ୟସ୍ତବହୁଳ ଜୀବନ ଶୈଳୀ ହେତୁ ନିଜ ଶରୀର ପ୍ରତି ଉପଯୁକ୍ତ ଧ୍ୟାନ ନଦେବା ତଥା ଶରୀରକୁ କ୍ଷତି ପହଞ୍ଚାଉଥିବା ବିଭିନ୍ନ ପ୍ରକାର ଖାଦ୍ୟ ଗ୍ରହଣ ଯୋଗୁଁ ଅଧିକାଂଶ ଲୋକ ରକ୍ତଚାପ, ମଧୁମେହ, ହୃଦଘାତ, ଆଜମା, ବୃକ୍ବକ କାର୍ଯ୍ୟ ନକରିବା, ଆଣ୍ଠୁ ଗଣ୍ଠି ଓ ମେରୁଦଣ୍ଡ ଯନ୍ତ୍ରଣା ତଥା ସ୍ନାୟୁ ଜନିତ ସମସ୍ୟା , ନିଦ୍ରାହୀନତା, ଅର୍ଦ୍ଧକପାଳି ମୁଣ୍ଡ ବ୍ୟଥା ଇତ୍ୟାଦି ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାର ଦେଖାଯାଉଛି ଯାହାକି ନିୟମିତ ଯୋଗ ଭ୍ୟାସ ଦ୍ୱାରା କେତେକାଂଶରେ ଭଲ ହୋଇ ଯିବାର ସମ୍ଭାବନା ରହିଛି । ତେଣୁ ଦୈନନ୍ଦିନ ଜୀବନ ଚର୍ଯ୍ୟାରେ ସମସ୍ତେ ଯୋଗକୁ ଏକ ଅଂଶ ଭାବେ ଗ୍ରହଣ କରନ୍ତୁ ଏବଂ ନିଜକୁ ସୁସ୍ଥ ରଖିବା ପାଇଁ ପ୍ରତ୍ୟେକ ଦିନ କିଛି ସମୟ ଯୋଗଭ୍ୟାସ କରିବା ପାଇଁ ପରାମର୍ଶ ଦେଇଥିଲେ । କାରଣ ନିୟମିତ ଯୋଗ କ୍ରିୟା ଯେ କେବଳ ଶାରୀରକୁ ସୁସ୍ଥ ରଖିଥାଏ ତା ନୁହେଁ ବରଂ ମାନସିକ ଶାନ୍ତି ପ୍ରଦାନ କରିଥାଏ ଓ ବୌଦ୍ଧିକ ଜ୍ଞାନର ବିକାଶ ଘଟାଇ ଥାଏ ବୋଲି ମତବ୍ୟକ୍ତ କରିଥିଲେ।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଗୋଲାମୁଣ୍ଡା ଅଞ୍ଚଳରେ ବଢୁଛି ଥଣ୍ଡା ପ୍ରକୋପ , ବୃଦ୍ଧ, ବୃଦ୍ଧା ମାନଙ୍କ ଜୀବନ ପ୍ରତି ବିପଦ ଆଶଙ୍କା 

Sunil Chandra Nayak

ଅସ୍ତିତ୍ବ ର ବାର୍ଷିକୋତ୍ସବ ……

masiha

ଦୁର୍ଘଟଣାରେ ବାଇକ୍‌ ଚାଳକ ଗୁରୁତର 

masiha

Leave a Comment

error: Content is protected !!