ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏସପିସିବି ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ 

ଏସପିସିବି ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ 

ରାଉରକେଲା : ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଉରକେଲା ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଅନ୍ତର୍ଜାତୀୟ ଯୋଗ ଦିବସ ଆଜି ସ୍ଥାନୀୟ ସେକ୍ଟର – ୭ ସ୍ଥିତ ଦିବ୍ୟଜୀବନ ସଂଘ ପରିସରରେ ପାଳିତ ହୋଇଯାଇଛି । ବିଭାଗୀୟ ଅତିରିକ୍ତ ମୁଖ୍ୟ ପରିବେଶ ବୈଜ୍ଞାନିକ ତଥା ଆଞ୍ଚଳିକ ଅଧିକାରୀ ଡ଼. ଅନୁପ କୁମାର ମଲ୍ଲିକଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀ ଓ ଷ୍ଟାଫଙ୍କ ସମେତ ସେଚ୍ଛାସେବୀ ମାନେ ଯୋଗଦେଇ ଉତ୍ସାହର ସହ ଯୋଗ କରିଥିଲେ । ଯୋଗ ଦ୍ୱାରା ହେଉଥିବା ଉପକାର ବିଷୟରେ ଲୋକମାନଙ୍କୁ ଅବଗତ କରାଇଥିଲେ । ଯୋଗ, ବ୍ୟାୟାମ, ଧ୍ୟାନ ଏବଂ ପ୍ରାଣାୟମ ଆମ ଶରୀର ତଥା ମନକୁ ସନ୍ତୁଳିତ ରଖିବାରେ ସାହାଯ୍ୟ କରିଥାଏ । ପ୍ରାଚୀନକାଳରୁ ଭାରତୀୟ ପରମ୍ପରାରେ ଏହା ଜୀବନଶୈଳୀର ଏକ ଅଂଶବିଶେଷ ହୋଇଆସିଛି । ଯୋଗ ପ୍ରଶିକ୍ଷକ କେ.ସି. ବେହେରା ଓ ପର୍ଶୁରାମ ମଲ୍ଲିକ ଯୋଗର ବିଭିନ୍ନ ଅଭ୍ୟାସ ପ୍ରଣାଳୀ ସମ୍ପର୍କରେ ଆଲୋକପାତ କରିବା ସହ ଯୋଗ ଶିବିର ପରିଚାଳନା କରିଥିଲେ । ବିଭାଗୀୟ ଉପ-ପରିବେଶ ଯନ୍ତ୍ରୀ ଇଂ. ରମଣୀରଞ୍ଜନ ଦାସ, ଇଂ. ଚନ୍ଦ୍ରଶେଖର ଚୌହାନ, ରଜତ କୁମାର ସେଠି, ସହକାରୀ ପରିବେଶ ବୈଜ୍ଞାନିକ ପ୍ରଜ୍ଞାଜ୍ୟୋତି ସେନାପତି, ସହକାରୀ ପରିବେଶ ଯନ୍ତ୍ରୀ ପ୍ରୀତମ କୁମାର ପତି, ୱାଇଏମ୍‌ଏଫ୍‌ଆଇର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ, ବୋର୍ଡର ଅନ୍ୟ କର୍ମଚାରୀ ଓ ଷ୍ଟାଫ ପ୍ରମୁଖ ଉପସ୍ଥିତ ଥିଲେ l ପ୍ରାରମ୍ଭରେ ସଂଘ ର ସଭାପତି ଅର୍ଧେନ୍ଦୁ ଶେଖର ଷଡ଼ଙ୍ଗୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସେକ୍ରେଟାରୀ ତ୍ରିଲୋଚନ ପଣ୍ଡା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ l ଯୋଗ କାର୍ଯ୍ୟକ୍ରମ ପରେ ସେକ୍ଟର – ୭ ରିଙ୍ଗ ରୋଡ ପାର୍ଶ୍ୱ ପଡିଆ, ଆରଏସପି ସହଯୋଗରେ ନେହେରୁ ପାର୍କ ଓ ସେକ୍ଟର – ୫ ସ୍ଥିତ ଶ୍ରୀ ଅରବିନ୍ଦ ସ୍କୁଲ ପରିସରରେ ପୃଥକ ପୃଥକ ଭାବେ ବୃକ୍ଷ ରୋପଣ କରାଯାଇଥିଲା l ସ୍କୁଲ ପରିଚାଳନା କମିଟି ର ସେକ୍ରେଟାରୀ ଡାକ୍ତର ପ୍ରଶାନ୍ତ କୁମାର ପାତ୍ର ଓ ଅଧ୍ୟକ୍ଷା ମମତା ନାୟକ ଏବଂ ଶିକ୍ଷକ ଶିକ୍ଷୟତ୍ରୀ ବୃନ୍ଦ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ lସମସ୍ତଙ୍କ ମିଳିତ ସହଯୋଗରେ ଯୋଗ ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବେଶ ସଫଳତାର ସହ ସମ୍ପାଦିତ ହୋଇଥିଲା l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରିଣୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ପ୍ରଥମ ଥର ପାଇଁ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ତରଫରୁ ମୃତ ଶିକ୍ଷକଙ୍କ ପତ୍ନୀଙ୍କୁ ଗ୍ରାଚ୍ୟୁଇଟି ଏବଂ ଫ୍ୟାମିଲି ପେନସନ ପ୍ରଦାନ

Sunil Chandra Nayak

ଡାବୁଗାଁରେ ଶ୍ରୀ ହନୁମାନ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!