ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭିନ୍ନ ନିଶାଦ୍ରବ୍ୟ ଓ ଅପମିଶ୍ରିତ ବିଷାକ୍ତ ମାଦକ ଦ୍ରବ୍ୟ ର କୁପରିଣାମ ଉପରେ ବିଶେଷ ସଚେତନତା ସୃଷ୍ଟି ପାଇଁ ଶୋଭାଯାତ୍ରା, ସ୍ଵାସ୍ଥ୍ୟ ମେଳା ଓ ରକ୍ତ ଦାନ ଶିବିର 

ବିଭିନ୍ନ ନିଶାଦ୍ରବ୍ୟ ଓ ଅପମିଶ୍ରିତ ବିଷାକ୍ତ ମାଦକ ଦ୍ରବ୍ୟ ର କୁପରିଣାମ ଉପରେ ବିଶେଷ ସଚେତନତା ସୃଷ୍ଟି ପାଇଁ ଶୋଭାଯାତ୍ରା, ସ୍ଵାସ୍ଥ୍ୟ ମେଳା ଓ ରକ୍ତ ଦାନ ଶିବିର 

ନବରଙ୍ଗପୁର:( ତା ୨୧.୬.୨୦୨୫)(ରବି ନାରାୟଣ ମହାନ୍ତି) ରାଜ୍ୟ ସରକାରଂକ ଅବକାରୀ ବିଭାଗ ତତ୍ତ୍ଵାବଧାନରେ ବିଭିନ୍ନ ନିଶାଦ୍ରବ୍ୟ ଓ ଅପମିଶ୍ରିତ ବିଷାକ୍ତ ମାଦକଦ୍ରବ୍ୟର ବ୍ୟବହାର ଯୋଗୁଁ ତା ‘ର କୁପରିଣାମ ଉପରେ ନବରଙ୍ଗପୁର ଜିଲ୍ଲାରେ ଗତ ମେ ମାସ ୩୧ ତାରିଖ ରୁ ଜୁନ ମାସ ୨୬ ପର୍ଯ୍ୟନ୍ତ” ଆମ ସଂକଳ୍ପ – ନିଶା ନୁହେଁ,ଜୀବନ” ବିଶେଷ ସଚେତନତା ଅଭିଯାନ ଚାଲୁଅଛି।ଏହି ପରିପେକ୍ଷି ରେ ଆଜି ମଣ୍ଡେଇ ପଡିଆ ଠାରୁ ଏକ ସଚେତନତା ଶୋଭାଯାତ୍ରା ଅଗ୍ନିଶମ କାର୍ଯ୍ୟଳୟ ପର୍ଯ୍ୟନ୍ତ ବିଶେଷ ସ୍ଲୋଗାନ ସହ ଯାଇଥିଲ।ଏହି ଶୋଭାଯାତ୍ରାରେ ବିଭିନ୍ନ ହାଇସ୍କୁଲ ର ଛାତ୍ର ଛାତ୍ରୀ, ଅବକାରୀ ବିଭାଗ ର କର୍ମଚାରୀଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ବିଶ୍ଵଜିତ ବର୍ମନ୍ ,ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର,ଅବକାରୀ ଅଧିକ୍ଷକ ପ୍ରଭାସ କୁମାର ଦାସ, ଡି ଆଇ ପି ଆର୍ ଓ ମନୋଜ ବେହେରା, ଡି ଏସ ଏସ ଓ ସୁଧାଂଶୁ ପାତ୍ର, ଡି ସି ଓ ଘାଷିଆ ହରିଜନ ଏବଂ ଅନେକ ବିଭାଗୀୟ କର୍ମଚାରୀ ସାମିଲ ଥିଲେ। ଶୋଭାଯାତ୍ରା ପରେ ଅବକାରୀ ବିଭାଗ ଦ୍ଵାରା ସ୍ଥାନୀୟ ମିଶନ ଶକ୍ତି ସମ୍ମିଳନୀ ଗୃହରେ ଏକ ରକ୍ତ ଦାନ ଶିବିର ଏବଂ ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଇଥିଲା।ଏଥିରେ ଅବକାରୀ ବିଭାଗ ର କର୍ମଚାରୀ ଓ ଅନ୍ୟ ବିଭାଗ ର କର୍ମଚାରୀମାନେ ରକ୍ତ ଦାନ କରିଥିଲେ। ପ୍ରଥମେ ଅବକାରୀ ଅଧିକ୍ଷକ ପ୍ରଭାସ କୁମାର ଦାସ ଏବଂ ଅତିରିକ୍ତ ନିର୍ବାହୀ ଅଧିକାରୀ,ଜିଲ୍ଲା ପରିଷଦ ଯଦୁମଣି ନାୟକ ରକ୍ତ ଦାନ କରି ସମସ୍ତଙ୍କୁ ଉତ୍ସାହ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ ଏବଂ ବିଶ୍ଵଜିତ ବର୍ମନ୍,ସି ଡି ଏମ ଓ ଡ ସନ୍ତୋଷ ପଣ୍ଡା ,ଉପ ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ଉପସ୍ଥିତ ଥିଲେ।ମୋଟ ୫୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ରକ୍ତ ଦାନ ଓ ସ୍ଵାସ୍ଥ୍ୟ ଶିବିର କୁ ସ୍ବାସ୍ଥ୍ୟ ବିଭାଗ ର ଡାକ୍ତର ଓ କର୍ମଚାରୀ ମାନେ ପରିଚାଳନା କରିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ପ୍ରାଣୀ ବିଭାଗରେ ଆର୍ନ୍ତଜାତୀୟ ଆଲୋଚନା ଚକ୍ର ଅନଷ୍ଠିତ

Sunil Chandra Nayak

ଗାଁ କୁ ଫେରିଲା ଦାଦନ ଶ୍ରମିକ ଙ୍କ ମୃତ ଦେହ , କ୍ଷତିପୂରଣ ଦାବିରେ ରାସ୍ତାରୋକ

Sunil Chandra Nayak

ଚମ୍ପି ପଞ୍ଚାୟତ ଠାରେ ପରବ ୨୦୨୩ ଅନୁଷ୍ଠିତ 

masiha

Leave a Comment

error: Content is protected !!