ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧାଙ୍ଗିଡିମୁତା ପଞ୍ଚାୟତରେ ବାଦାମ ପାହାଡ଼ ଗୋଷ୍ଠୀ ସ୍ବାସ୍ଯକେନ୍ଦ୍ର ତରଫରୁ ମେଲେରିଆ ଓ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ମଶା ଲାର୍ଭା , ମଶା ତେଲ ସିଞ୍ଚନ ଓ ସଫେଇ

ଧାଙ୍ଗିଡିମୁତା ପଞ୍ଚାୟତରେ ବାଦାମ ପାହାଡ଼ ଗୋଷ୍ଠୀ ସ୍ବାସ୍ଯକେନ୍ଦ୍ର ତରଫରୁ ମେଲେରିଆ ଓ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ମଶା ଲାର୍ଭା , ମଶା ତେଲ ସିଞ୍ଚନ ଓ ସଫେଇ

 ମୟୂରଭଂଜ – ୨୧/୦୬ — ଦିର୍ଘ କିଛି ବର୍ଷ ପରେ ପୁଣି ମେଲେରିଆ ଓ ଡେଙ୍ଗୁ ଫେରିଛି ।ପାହାଡିଆ ଦୁର୍ଗମ ଅଂଚଳରେ ଏହାର‌ ପ୍ରାଦୁର୍ଭାବ ଵହୁତ ଦେଖା ଦେଇଛି ।ମେଲେରିଆ ରୋଗୀ ହୁ ହୁ ହୋଇ ବଢ଼ି ଚାଲିଛି ।ଧାଙ୍ଗିଡିମୁତା ଗ୍ରାମରେ ଜନୈକ ଯୁବକର ମେଲେରିଆ କି ଡେଙ୍ଗୁରେ ନିକଟରେ ମୃତ୍ୟୁ ହୋଇଛି ।ଯାହାକି ଅଂଚଳରେ ଭୟ ସୃଷ୍ଟି କରିଛି ।ମେଲେରିଆ ଓ ଡେଙ୍ଗୁ ପ୍ରତି ସାବଧାନ ରହିବାକୁ ବାଦାମପାହାଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।ଗାଁ କୁ ଗାଁ ବୁଲି ମେଲେରିଆ ଓ ଡେଙ୍ଗୁ ଉପରେ ସାଧାରଣ ଲୋକଙ୍କୁ ସଚେତନ କରାଯାଉଛି ।ଜ୍ଵର ହେଲେ ସଙ୍ଗେ ସଙ୍ଗେ ଡାକ୍ତରଖାନା ଯାଇ ରକ୍ତ ପରୀକ୍ଷା କରି ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଇବା,ମଶାରୀ ଟାଙ୍ଗି ଶୋଇବା,ଗରମ ପାଣି ପିଇବା,ବାହାର ଖାଦ୍ୟ ନ ଖାଇବା,ଘର ପାଖ ପରିଷ୍କାର ପରିଚ୍ଛନ୍ନ କରିବା,ଘରେ ନିମ୍ବ ପତ୍ର ଧୂଆଁ ଦେବା ଇତ୍ଯାଦି ।ଆଜି ବାଦାମବାହାଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରିତେଶ ଚୈତନ୍ୟ, ମେଲେରିଆ ଵିଭାଗ ଅଧିକାରୀ ତିର୍ଥଙ୍କର ମହାନ୍ତି,‌ହିମାଂଶୁ ଶେଖର ମହାନ୍ତି ଏବଂ ଡେଙ୍ଗୁ ସ୍ବାସ୍ଥ୍ଯ ସ୍ବେଛାସେଵୀ ପ୍ୟମୁଖ ଧାଙ୍ଗିଡିମୁତା ପଞ୍ଚାୟତର ଗ୍ରାମକୁ ଗ୍ରାମ ବୁଲି ମଶା ଲାର୍ଭା,ମଶା ତେଲ ସିଞ୍ଚନ କରିଥିଲେ ।

 ମୟୂରଭଂଜରୁ ରୁ ଅକ୍ଷୟ ବିଶ୍ଵାଳ ମସିହା ନିଉଜ

Related posts

ଏକତା ଫାଉଣ୍ଡେସନ ଟ୍ରଷ୍ଟର ବନ୍ଧୁମିଳନ କାର୍ଯ୍ୟକ୍ରମ

masiha

୧- ବିକାଶ ଅଭିଯାନ କାର୍ଯ୍ୟକ୍ରମ ଉଦ୍‌ଯାପିତ , ୨-ବେଲଖଣ୍ଡି ଡିଗ୍ରୀ ମହାବିଦ୍ୟାଳୟରେ ସ୍ୱାଗତ ସମ୍ବର୍ଦ୍ଧନା 

Sunil Chandra Nayak

ଓଡିଆ ନଦିୟା ସଂକୀର୍ତ୍ତନ ଉନ୍ମୋଚନ ଉତ୍ସବ … ସମ୍ବର୍ଦ୍ଧିତ ହେଲେ କବି କୁଞ୍ଜବିହାରୀ ରାଉତ …

Sunil Chandra Nayak

Leave a Comment

error: Content is protected !!