ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧାଙ୍ଗିଡିମୁତା ପଞ୍ଚାୟତରେ ବାଦାମ ପାହାଡ଼ ଗୋଷ୍ଠୀ ସ୍ବାସ୍ଯକେନ୍ଦ୍ର ତରଫରୁ ମେଲେରିଆ ଓ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ମଶା ଲାର୍ଭା , ମଶା ତେଲ ସିଞ୍ଚନ ଓ ସଫେଇ

ଧାଙ୍ଗିଡିମୁତା ପଞ୍ଚାୟତରେ ବାଦାମ ପାହାଡ଼ ଗୋଷ୍ଠୀ ସ୍ବାସ୍ଯକେନ୍ଦ୍ର ତରଫରୁ ମେଲେରିଆ ଓ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ମଶା ଲାର୍ଭା , ମଶା ତେଲ ସିଞ୍ଚନ ଓ ସଫେଇ

 ମୟୂରଭଂଜ – ୨୧/୦୬ — ଦିର୍ଘ କିଛି ବର୍ଷ ପରେ ପୁଣି ମେଲେରିଆ ଓ ଡେଙ୍ଗୁ ଫେରିଛି ।ପାହାଡିଆ ଦୁର୍ଗମ ଅଂଚଳରେ ଏହାର‌ ପ୍ରାଦୁର୍ଭାବ ଵହୁତ ଦେଖା ଦେଇଛି ।ମେଲେରିଆ ରୋଗୀ ହୁ ହୁ ହୋଇ ବଢ଼ି ଚାଲିଛି ।ଧାଙ୍ଗିଡିମୁତା ଗ୍ରାମରେ ଜନୈକ ଯୁବକର ମେଲେରିଆ କି ଡେଙ୍ଗୁରେ ନିକଟରେ ମୃତ୍ୟୁ ହୋଇଛି ।ଯାହାକି ଅଂଚଳରେ ଭୟ ସୃଷ୍ଟି କରିଛି ।ମେଲେରିଆ ଓ ଡେଙ୍ଗୁ ପ୍ରତି ସାବଧାନ ରହିବାକୁ ବାଦାମପାହାଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।ଗାଁ କୁ ଗାଁ ବୁଲି ମେଲେରିଆ ଓ ଡେଙ୍ଗୁ ଉପରେ ସାଧାରଣ ଲୋକଙ୍କୁ ସଚେତନ କରାଯାଉଛି ।ଜ୍ଵର ହେଲେ ସଙ୍ଗେ ସଙ୍ଗେ ଡାକ୍ତରଖାନା ଯାଇ ରକ୍ତ ପରୀକ୍ଷା କରି ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଇବା,ମଶାରୀ ଟାଙ୍ଗି ଶୋଇବା,ଗରମ ପାଣି ପିଇବା,ବାହାର ଖାଦ୍ୟ ନ ଖାଇବା,ଘର ପାଖ ପରିଷ୍କାର ପରିଚ୍ଛନ୍ନ କରିବା,ଘରେ ନିମ୍ବ ପତ୍ର ଧୂଆଁ ଦେବା ଇତ୍ଯାଦି ।ଆଜି ବାଦାମବାହାଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ରିତେଶ ଚୈତନ୍ୟ, ମେଲେରିଆ ଵିଭାଗ ଅଧିକାରୀ ତିର୍ଥଙ୍କର ମହାନ୍ତି,‌ହିମାଂଶୁ ଶେଖର ମହାନ୍ତି ଏବଂ ଡେଙ୍ଗୁ ସ୍ବାସ୍ଥ୍ଯ ସ୍ବେଛାସେଵୀ ପ୍ୟମୁଖ ଧାଙ୍ଗିଡିମୁତା ପଞ୍ଚାୟତର ଗ୍ରାମକୁ ଗ୍ରାମ ବୁଲି ମଶା ଲାର୍ଭା,ମଶା ତେଲ ସିଞ୍ଚନ କରିଥିଲେ ।

 ମୟୂରଭଂଜରୁ ରୁ ଅକ୍ଷୟ ବିଶ୍ଵାଳ ମସିହା ନିଉଜ

Related posts

ଲାଞ୍ଜିଗଡ ଠାରେ ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

Sunil Chandra Nayak

ବ୍ଲକ ସ୍ତରୀୟ ସୁରକ୍ଷା ମଞ୍ଚର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

masiha

ହିନ୍ଦୋକ ବନ ବିଭାଗର ଖାମ ଖିଆଲି ମନୋଭାବ ଯୋଗୁଁ ହାତୀ ଆକ୍ରମଣର ଶିକାର ହେଉଛନ୍ତି ନିରୀହ ଜନତା

Sunil Chandra Nayak

Leave a Comment

error: Content is protected !!