ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ! ୨୨୦ ନମ୍ବର ଜାତୀୟ ରାଜପଥ ( ଯଶିପୁର- ରାଇରଙ୍ଗପୁୟ) ମରଣଯନ୍ତା;ବାଇକ୍ ଆସନା ସାମ୍ନା; ଜଣେ ମୃତ ଦୁଇ ଗୁରୁତର

ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ! ୨୨୦ ନମ୍ବର ଜାତୀୟ ରାଜପଥ ( ଯଶିପୁର- ରାଇରଙ୍ଗପୁୟ) ମରଣଯନ୍ତା;ବାଇକ୍ ଆସନା ସାମ୍ନା; ଜଣେ ମୃତ ଦୁଇ ଗୁରୁତର

 ମୟୂରଭଂଜ- ୨୧/୦୬ — ବିଜୟଓ୍ବାଡା – ରାଞ୍ଚି ଜାତୀୟ ରାଜପଥ ମରଣଯନ୍ତା ପାଲଟିଛି ।ଅମାନିଆ ଚାଳକ ହେଉ ଅବା ନିଶାଗ୍ରସ୍ତ ଯୁବକ ହେଉ ଅବା ଦୃତ ଗତି ମହା ବିପତ୍ତି ହେଉ ରାସ୍ତାରେ ଗଡୁଛି ମୁଣ୍ଡ ।ଗତକାଲି ରାତିରେ ୨୨୦ ନମ୍ବର ଜାତୀୟ ରାଜପଥ ରାଇରଙ୍ଗପୁର- ଯଶିପୁର ରାସ୍ତାର କୁସୁମିତ ବ୍ଳକର ଵଳଦପୁର ନିକଟରେ ଦୁଇଟି ବାଇକ୍ ଆସନା ସାମ୍ନା ହେବା ଫଳରେ ଜଣଙ୍କର ମୃତ୍ୟୁ ସୋଇଥିବାବେଳେ ଦୁଇଜଣ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି ।ସୂଚନା ଯୋଗ୍ୟ କୁସୁମିତ ବ୍ଳକର ସାରସପଦା ଗ୍ରାମର ବାପ ପୁଅ ସୁନା ରାମ ଟୁଡୁ(୬୦) ଏବଂ ଦିବ୍ୟ ଲୋଚନ ଟୁଡୁ(୨୪) ଖେରଣାରୁ ନିଜ ଗାଁକୁ ବାଇକ ( OR11J 4067)ଫେରୁଥିବା ବେଳେ ସାମନା ପଟୁ ବାଲିଆଢିପା ଗ୍ରାମର ପ୍ରେମ ପୂର୍ତ୍ତି ବାଇକ୍ (O9AB 3097) ସହିତ ଧକ୍କା ହେବା ଫଳରେ ରାସ୍ତା ଉପରେ ଛିଟିକି ପଡ଼ିଥିଲେ ।ରକ୍ତ ଜୁଡୁ ବୁଡୁ ଅବସ୍ଥାରେ ୩ ଜଣଙ୍କୁ ରାଇରଙ୍ଗପୁର‌ ହସ୍ପିଟାଲ ଅଣା ଯାଇଥିଲା ।ଡାକ୍ତର ସୁନା ରାମ ଟୁଡୁଙ୍କୁ ମୃତ ଘୋଷଣା କରିଥିଲେ । ପରିସ୍ଥିତି ଗୁରୁତର ଯୋଗୁଁ ପ୍ରେମ ଏବଂ ଦିବ୍ୟଲୋଚନଙ୍କୁ ବାରିପଦା ପିଆରଏମ ସରକାରୀ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଛି ‌ ।ଏହାକୁ ନେଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନାରେ କେଶ ନମ୍ବର ୯୪ /୨୫ ରୁଜୁ ହେବା ସହ ପୋଲିସ ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।ପୋଲିସ ବାଇକ ଦୁଇଟିକୁ ଜବତ କରିବା ସହ ଘଟଣା ତଦନ୍ତ କରୁଛି ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ପୋଲିସ୍ ଗୁଳିରେ ଜଣେ ପୁରୁଷ ଜଣେ ମହିଳା ଦୁଇ ମାଓବାଦୀ ନିହତ# Ak 47 , SLR ରାଇଫଲ ଉଦ୍ଧାର # ଏ ଡି ଜି ପି ସଞ୍ଜୀବ ପଣ୍ଡା କହିଛନ୍ତି ୨୦୨୬ ମାର୍ଚ୍ଚ ୩୧ ପୂର୍ବରୁ କନ୍ଧମାଳ ଜିଲ୍ଲା ମାଓମୁକ୍ତ ହେବ # 

Sunil Chandra Nayak

ରାସ୍ତା କଡରୁ ଜବର ଦଖଲ ଉଛେଦ , ହୋଟେଲରେ ଚଢାଉ, ବିଭିନ୍ନ ସ୍ଥାନରୁ ଜରିମାନା ଆଦାୟ 

Sunil Chandra Nayak

ରାଇରଙ୍ଗପୁର ଅବକାରୀ ବ୍ୟାପକ ଚଢାଉ; ୭୨ ଲି ଦେଶୀ ମଦ ଜବତ ସହ ୪ କୋର୍ଟ ଚାଲାଣ 

masiha

Leave a Comment

error: Content is protected !!