ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ଫୁଲବାରି ପଡ଼ାକୁ ରାସ୍ତା ନାହିଁ ଲତା ବୁଦା ହୁଡା ଦେଇ ଯିବା ଆସିବା କରନ୍ତି ପଡ଼ାବାସୀ

ଜୁନାଗଡ଼ ଫୁଲବାରି ପଡ଼ାକୁ ରାସ୍ତା ନାହିଁ ଲତା ବୁଦା ହୁଡା ଦେଇ ଯିବା ଆସିବା କରନ୍ତି ପଡ଼ାବାସୀ

ଜୁନାଗଡ଼ ୨୨/୬ ( ମନୀସ ) ସ୍ୱାଧୀନତାର ଅନେକ ବର୍ଷ ବିତିଯାଇଥିଲେ ସୁଦ୍ଧା ଏବେବି ଲୋକେ ଭଲ ରାସ୍ତାଟିଏ ପାଇ ନାହାନ୍ତି ।ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଜୁନାଗଡ଼ ଏନ ଏ ସି ସ୍ଥିତ ୱାର୍ଡ ନମ୍ବର ୫ ଫୁଲବାରି ପଡ଼ାରେ ,ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ ହେବ ଏହି ପଡ଼ା ଲୋକେ ରାସ୍ତା ଖଣ୍ଡିଏ ପାଇଁ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି ।କହିବାକୁ ଗଲେ ଅନେକ ଥର ଏହି ପଡ଼ାର ରାସ୍ତା ନିର୍ମାଣ କରିବା ପାଇଁ ସର୍ଭେ ହୋଇଯାଇଛି ।ମାତ୍ର ସେହି ରାସ୍ତାର କାମ ଠପ ହୋଇ ପଡି ରହିଛି ।ବର୍ତ୍ତମାନ ଆଗକୁ ବର୍ଷା ଋତୁ ଆସୁଛି ।ବର୍ଷା ଦିନରେ ଲୋକେ ଯିବା ଆସିବା ସମ୍ଭବ ପର ନୁହେଁ ।ଏବେବି ଲୋକେ ରାସ୍ତା ଠିକ ନ ଥିବାରୁ ଲତା ,ବୁଦା ,ଅନ।ବନା ଗଛ ଏବଂ ହୁଡା ଦେଇ ଯିବା ଆସିବା କରୁଥିବା ଦେଖିବାକୁ ମିଳିଛି । ଏହି ରାସ୍ତା ଦେଇ ଯିବା ଜୀବନ ପ୍ରତି ବିପଦ ଥିଲେ ମଧ୍ୟ ଲୋକେ ବାଧ୍ୟ ହୋଇ ଯିବା ଆସିବା କରୁଛନ୍ତି ।ପଡ଼ା ବାସି ଅନେକ ଥର ଏହି ରାସ୍ତାର ନିର୍ମାଣ ପାଇଁ ଅଭିଯୋଗ କରି ଆସୁଥିଲେ ବି ଏନ ଏ ସି ନୀରବ ରହିବା ନେଇ ପଡ଼ା ବାସି ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଣୁ ଯୁଦ୍ଧ କାଳୀନ ଭିତ୍ତିରେ ବର୍ଷା ପୂର୍ବରୁ ଏହି ରାସ୍ତାର ମରାମତି କରିବା ପାଇଁ ପଡ଼ାବାସି ଦାବି କରିଛନ୍ତି । 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଗରିମା ପରିବାରର ଶ୍ରେଷ୍ଠ ଓଡ଼ିଆଣୀ ସିଜିନ ୩ ର ଅଡିସନ ଆସନ୍ତା ୨୫ ଓ ୨୬ ରେ……

Sunil Chandra Nayak

ରାଜ୍ୟ ସ୍ତରୀୟ ମେଧା ପରୀକ୍ଷାରେ ଦିବ୍ୟା ଦୀପାନ୍ନୀତା ପଞ୍ଚମ

masiha

ନବରଙ୍ଗପୁର ମହାବିଦ୍ୟାଳୟ ରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!