ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ଯାଦବ ସମାଜ ସମିତି ଗଠିତ

ବ୍ଲକ ଯାଦବ ସମାଜ ସମିତି ଗଠିତ

ଜୁନାଗଡ଼,୨୨/୬(ମନୀସ)କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଳକ ଯାଦବ ସମିତିର ନୂତନ କର୍ମକର୍ତ୍ତା ଚୟନ ମଥୁରା ଯାଦବ ଭବନ ଠାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସଭାପତି ଭାବେ ଶ୍ରୀ ଗୈାରହରି ବାଗ, ସାଧାରଣ ସଂପାଦକ ରୂପେ ଶ୍ରୀ ଚନ୍ଦ୍ରଶେଖର ବାଗ,ଉପ ସଭାପତି ଭାବେ ଶ୍ରୀ ଈଶ୍ୱର ଗୋପାଳ,ସହ ସମ୍ପାଦକ ଭାବେ ଶ୍ରୀ କ୍ଷମା ସାଗର ବଗର୍ତ୍ତି, କୋଷାଧ୍ୟକ୍ଷ ଭାବେ ଶ୍ରୀ ଚିତ୍ରସେନ ଛତ୍ରିଆ, ମହିଳା ସଭାନେତ୍ରୀ ଭାବେ ଶ୍ରୀମତୀ ସଙ୍ଗିତା ଖର୍ସେଲ ଓ ଯୁବ ଯାଦବ ସଭାପତି ଭାବେ ଶ୍ରୀ ଜସ୍ମିର ନାଏକ ସମସ୍ତେ ନିର୍ଦ୍ଵନ୍ଦରେ ଚୟନ ହୋଇଛନ୍ତି।ଏହି ଅବସରରେ ଜିଲ୍ଲା ଅଭ୍ୟର୍ଥନା କମିଟି ପକ୍ଷରୁ ଗିରିଧାରୀ ଗୌଡ଼, ତ୍ରିପୁରା ନାଏକ,ଡାକେ ଲହଜଳ, ପୂର୍ବତନ ଜିଲ୍ଲା ସଭାପତି ଟିକଚନ ନାଗ, ଅବସର ପ୍ରାପ୍ତ ପ୍ରାଧ୍ୟାପକ ଅରୂପାନନ୍ଦ ନାଗ, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ସୀମାଞ୍ଚଳ ନାଗ, ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ତଥା ବିଶିଷ୍ଟ ଯାଦବ ନେତା ଶିବ ହାତୀ, ପୂର୍ବତନ ବ୍ଲକ ସଭାପତି ପ୍ରେମାନନ୍ଦ ଘି, ଭବାନୀ ଖଡ଼ିକାର,ଧର୍ମଗଡ଼ ନଗର ସଭାପତି, ଅନିରୁଦ୍ଧ ଲହଜଳ, ଯୁବ ଯାଦବ ମହାସଭା ସଭାପତି ଯସ୍ମୀର ନାଏକ ପ୍ରମୁଖଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ।ଆଗାମୀ ଦିନରେ ଯାଦବ ସମାଜକୁ ସୁସଙ୍ଗଠିତ କରିବା ଦିଗରେ ବିହିତ ପଦକ୍ଷେପ ନିଆଯିବ ବୋଲି ନବ ଚୟିତ ସଭାପତି ଗୌରହରି ବାଗ ପ୍ରକାଶ କରିଛନ୍ତି। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ବନ୍ଧୁଗାଁ ବ୍ଲକର ୧୩ ଟି ପଞ୍ଚାୟତର ୫୭୮୨ ମଧୁବାବୁ ପେନସନ ହିତାଧିକାରୀଙ୍କୁ ଗାଁକୁ ଯାଇ ବଣ୍ଟନ , ୫୦୦୨ ଜଣ ଇନ୍ଦିରା ଗାନ୍ଧି ପେନସନ ହିତାଧିକାରୀ ନିରାଶ 

Sunil Chandra Nayak

ବର୍ଷା ଓ ବଜ୍ରପାତ ରୁ ଚାଷୀ ଭାଇ ଙ୍କ ସୁରକ୍ଷା କବଚ ତାଳପତ୍ର ପଖିଆ 

Sunil Chandra Nayak

ସ୍ଵଚ୍ଛତା ହିଁ ସେବା ପକ୍ଷ ୨୦୨୫ ଅଭିଯାନ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!