ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ସମୀର କୁମାର ପ୍ରଧାନ ଙ୍କ କବିତା = ସାଧବବୋହୁ

     ସାଧବବୋହୁ 

         

ସାଧବବୋହୁ ଲୋ ସାଧବବୋହୁ l

      ସାରା ବରଷ ତୁ କୁଆଡ଼େ ଥାଉ ll

ଆଦ୍ୟ ଆଷାଢ଼ରେ ବରଷା ଧାରା l

     ପୃଥ୍ଵୀ ମଣ୍ଡି ହୋଇ ଘାସ ପସରା ll

ଶ୍ୟାମଳ କେଦାରେ ପଡ଼ୁ ବାହାରି l

     ନାଲି ନାଲି ତୋର ଚାଲି ଥିଇରି ll

ରଜ ପରବରେ ଧରିତ୍ରୀ ରାଣୀ l

       ରଜସ୍ୱଳା ପାଇ ବରଷା ପାଣି ll

ଭିଜା ଭିଜା ମାଟି ବାସନା ବାରି l

    ରଜପୋକ ବୁଲୁ ରାଣୀ ଯେପରି ll

ସରଗେ ଶୋଭଇ ଇନ୍ଦ୍ରଙ୍କ ଚାପ l

    ନାମ ବହୁ ତେଣୁ ତୁ ଇନ୍ଦ୍ରଗୋପ ll

ଚିକି ମିକି ତୋର ନାଲି ଓଢଣୀ l

       ଭିଜି ଗଲା ପଡ଼ି ବରଷା ପାଣି ll

ତର ବରେ ଚାଲି ପଳା ଘରକୁ l

      ଦେଖାହେବ ପୁଣି ଆର ଥରକୁ ll

ସାଧବ ବୋହୁ ଲୋ ସାଧବବୋହୁ l

  ତୋ ବଂଶ ନିବଂଶ ନହେଉ ଆଉ ll

             

ସମୀର କୁମାର ପ୍ରଧାନ(ସାମ୍ବାଦିକ)

ଗ୍ରାମ-ଜଗନ୍ନାଥ ପୁର
ପୋଷ୍ଟ-ମଦନ ପୁର
ଥାନା-ରାଜନଗର
ଜିଲ୍ଲା-କେନ୍ଦ୍ରାପଡ଼ା
ମୋ -8658253831

Related posts

ନଳିନୀ ପ୍ରଭା ମିଶ୍ର ଙ୍କ କବିତା = ସ୍ନାନ ମଣ୍ଡପ ରେ ଚତୁର୍ଦ୍ଧାମୂର୍ତ୍ତି

ମହେଶ୍ବର ନାଥ ଙ୍କ କବିତା = ହେ କବି

Sunil Chandra Nayak

କବୟିତ୍ରୀ ବୈଜୟନ୍ତୀ ପଟ୍ଟନାୟକଙ୍କ କବିତା ପୁସ୍ତକ “କଳ୍ପିତ ସ୍ୱପ୍ନ”ବିଷୟରେ କେଇପଦ ପାଠକୀୟ ମତାମତ

Sunil Chandra Nayak

Leave a Comment

error: Content is protected !!