ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରଥ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ 

ରଥ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୈଠକ 

କଟକ: ୪୨ ମୌଜା କଳପଡ଼ା ଗ୍ରାମର ଗୋପୀନାଥ ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଭାବରେ ଅବସପ୍ରାପ୍ତ ଡାକ କର୍ମଚାରି ଶ୍ରୀଯୁକ୍ତ ପ୍ରତାପ କୁମାର ପତିଙ୍କ ସଭାପତିତ୍ବରେ ଅନୁଷ୍ଟିତ ହୋଇଯାଇଛି । ସଭାରେ ନୂତନ ରଥ ଆଣିବା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା । ରଥ ଗୋପୀନାଥ ଠାକୁର ଘରୁ ବାହାରି କଦମ୍ବେଶ୍ୱର୍ ମନ୍ଦିରରେ ରହି ବାହୁଡ଼ା ଯାତ୍ରାରେ ଫେରି ଆସିବାକୁ କମିଟି ସ୍ଥିର କରିଥିଲା । ଏଥିରେ ନୂତନ କମିଟି ଚୟନ କରାଯାଇ ଆବାହକ ଡ.ଅଜୟ କୁମାର ପତି,ସଂଯୋଜକ ସଞ୍ଜୟ କୁମାର ପତି,ସଭାପତି ଭାବେ ଦେବୀ ପ୍ରସାଦ ପତି,ଉପ ସଭାପତି ଗିରିଜା ଶଙ୍କର ପତି,ସାଧାରଣ ସମ୍ପାଦକ ଲକ୍ଷ୍ମୀଧର ପତି,ଯୁଗ୍ମ ସମ୍ପାଦକ ସଚ୍ଚିକାନ୍ତ ବେଉରା,ସହ ସମ୍ପାଦକ ଦିଲ୍ଲୀପ ବେହେରା,କୋଷାଧ୍ୟକ୍ଷ ଶ୍ରୀ ବିରଜା ନନ୍ଦନ ପତି ଓ ଅନ୍ୟ ମାନଙ୍କ ମଧ୍ୟ ରେ ଆଶିଷ ପତି,ପ୍ରମୋଦ ପତି,ସମ୍ପଦ ପତି,ଶ୍ୟାମସୁନ୍ଦର ପତି, ଚିତ୍ତ ରଞ୍ଜନ ପତି,ତ୍ରିଲୋଚନ ପତି ଯୋଗଦେଇଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଛାତ୍ର ଛାତ୍ରୀଙ୍କ ଦ୍ବାରା ସଡକ ସୁରକ୍ଷା ସପ୍ତାହ ପାଳିତ

Sunil Chandra Nayak

ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ରାଜ୍ୟବାସୀ ଙ୍କୁ ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି ଙ୍କ ବାର୍ତ୍ତା

masiha

ଇସ୍ପାତ ସାହିତ୍ୟ ସଂସଦର କାର୍ଯ୍ୟକାରୀ କମିଟି ବୈଠକ

masiha

Leave a Comment

error: Content is protected !!