ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁରତରଙ୍ଗ ର ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ଇନ୍ଦ୍ରଧନର ସପ୍ତରଙ୍ଗ ଅନୁଷ୍ଠିତ 

ସୁରତରଙ୍ଗ ର ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ଇନ୍ଦ୍ରଧନର ସପ୍ତରଙ୍ଗ ଅନୁଷ୍ଠିତ 

ରାଉରକେଲା: ସାମାଜିକ ଅନୁଷ୍ଠାନ ସେୟାର ପ୍ରାୟୋଜିତ ସୁରତରଙ୍ଗ ର ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ଇନ୍ଦ୍ରଧନର ସପ୍ତରଙ୍ଗ ସ୍ଥାନୀୟ ସିଭିକ ସେଣ୍ଟର୍ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସେୟାର ର ସଭାପତି ସରୋଜ ମହାନ୍ତି ଙ୍କ ସଭାପତିତ୍ବ, ସୁରତରଙ୍ଗ ର ମୁଖ୍ୟ ଦିଲ୍ଲିପ କୁମାର ପରିଡ଼ା ଙ୍କ ଆବାହକତ୍ଵ ଓ ଅନିଲ ମଲ୍ଲିକ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ଥିଲେ ଓଲିଉଡ ର ଚିର ସବୁଜ କଣ୍ଠଶିଳ୍ପୀ ତାନସେନ ସିଂ । ତାଙ୍କ କଣ୍ଠରୁ ଯାହାକୁ ଏତେ ମୁଁ ଭଲପାଉଛି, ଝୁମୁକା ଟିକେ ତୁତ ହଲେଇ ଦେ,କାଉଧନ ଖାଇଲା ବୋଲି ମାଇଲୁ ମୋତେ, ମୁଁ ଯେ ଏକ ପାଗଳ ଭଅଁର ଆଦି ଗୀତ ଗୁଡ଼ିକୁ ଗାଇ ଶ୍ରୋତାଙ୍କୁ ୭୦-୮୦ ଦଶକ କୁ ଫେରାଇ ନେଇଥିଲେ। ସେହିପରି ଚିହ୍ନା ଅଚିହ୍ନା ଚଳଚ୍ଚିତ୍ରର ଚାନ୍ଦ ନା ତୁମେ ତାରା ଯୁଗଳ ସଂଗୀତ କୁ ତାନସେନ ସିଂ ଓ ଆରଏସପି ର ସୂଚନା ଲୋକସମ୍ପର୍କ ବିଭାଗର ମହାପ୍ରବନ୍ଧକ ଅର୍ଚ୍ଚନା ଶତପଥୀ ଗାଇ ଦର୍ଶକଙ୍କ ହୃଦୟକୁ ଜିଣିଥିଲେ। ଏହି ଅବସରରେ ସର୍ବଶ୍ରୀ ଦିଲ୍ଲିପ କୁମାର ପରିଡ଼ା, ନିବେଦିତା ସ୍ବାଇଁ, ଜଗନ୍ନାଥ ସାହୁ,ବନୋଜ କୁମାର ଦାସ ଇତି ପଟ୍ଟନାୟକ, ଅନିରୁଦ୍ଧ ସାହୁ,ମୀନା ପଟ୍ଟନାୟକ,ଲୀନା ସେନାପତି, ମୀନାକ୍ଷୀ ମହାରଣା,ବିମଳ କୁମାର ସାହୁ, ମନୋଜ ମହନ୍ତ, ସତ୍ୟନାରାୟଣ ମିଶ୍ର ପ୍ରମୁଖ ଅନେକ ଚଳଚ୍ଚିତ୍ରର ସଂଗୀତ ଗାଇ ଶୁଣାଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ସମାଜସେବୀ କମଲ ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଅନୁଷ୍ଠାନର ପ୍ରୟାସ କୁ ପ୍ରଶଂସା କରିଥିଲେ। ଏହି ଅବସରରେ ତାନସେନ ସିଂଙ୍କୁ ଓଡ଼ିଆ ସ୍ବାଭିମାନ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ବସନ୍ତ ସ୍ବାଇଁ, ରବିନ୍ଦ୍ର ପଟ୍ଟନାୟକ, ସୁରେଶ ରାଉତରାୟ, ରାଜୀବ ନାୟକ, ଜନ୍ମଞ୍ଜୟ ରାଉତରାୟ, ଧର୍ମେନ୍ଦ୍ର ଦାଶ, ଶଶାଙ୍କ ପଟ୍ଟନାୟକ, ପ୍ରଦୀପ୍ତ ମହାନ୍ତି, ରାଜେଶ ଚୈ।ରାସିଆ ପ୍ରମୁଖ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନଗରପାଳିକା ଓ ଇ ଓ ମୁହାଁମୁହିଁ #ଇ ଓ ଙ୍କ ଚାମ୍ବର ରେ ତାଲା ପକାଇଲେ ଅଧକ୍ଷା , ତ୍ରିରଙ୍ଗା ଆଲୋକ ସଜା ୱାର୍କ ଅର୍ଡର କୁ କେନ୍ଦ୍ର କରି ବିବାଦ 

Sunil Chandra Nayak

ସଦର ମାଟିରେ ସଂଗ୍ରାମୀ ବଂଶୀଧର ଦାସଙ୍କ ସ୍ମୃତି ଚାରଣ 

masiha

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ! ନବଜାତ ଶିଶୁ କନ୍ୟା ଜନ୍ମ ଦେଇ ମା’ ଆର ପାରିରେ

masiha

Leave a Comment

error: Content is protected !!