ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଡ଼ ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ୧୨୩ତମ ବଳିଦାନ ଦିବସ ପାଳିତ 

ଡ଼ ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ୧୨୩ତମ ବଳିଦାନ ଦିବସ ପାଳିତ 

ନବରଙ୍ଗପୁର:(ତା ୨୩|୬)(ରବି ନାରାୟଣ ମହାନ୍ତି)-ଆଜି ଦେଶବ୍ୟାପି ବିଜେପି କାର୍ଯ୍ୟକର୍ତ୍ତା, ନେତା, କର୍ମୀ ଓ ସମର୍ଥକ ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠାତା ଡ଼ ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ୧୨୩ତମ ବଳିଦାନ ଦିବସ ପାଳନ କରିଥିବା ବେଳେ ଏହି କ୍ରମରେ ନବରଙ୍ଗପୁର ଲୋକସଭାର ଝରିଗାଁ ନିର୍ବାଚନ ମଣ୍ଡଳୀର ବିଭିନ୍ନ ବିଜେପି କାର୍ଯ୍ୟାଳୟରେ ଡ଼ ଶ୍ୟାମ ପ୍ରସାଦ ମୁଖାର୍ଜୀଙ୍କ ୧୨୩ତମ ବଳିଦାନ ଦିବସ ପାଳନ କରିଥିବା ଦେଖିବାକୁ ମିଳିଛି |ବିଶେଷ କରି ଝରିଗାଁ ନିକଟସ୍ଥ କର୍ଶାହାଣ୍ଡି ଗ୍ରାମ ସ୍ଥିତ ବିଜେପି କାର୍ଯ୍ୟାଳୟ, ଚିତାବେଡା ପଞ୍ଚାୟତ ଅନ୍ତର୍ଗତ ଷଣ୍ଡସା ଗ୍ରାମ ସ୍ଥିତ ବିଜେପି କାର୍ଯ୍ୟାଳୟ ଏବଂ ପୂର୍ଲା ସ୍ଥିତ ବିଜେପି କାର୍ଯ୍ୟାଳୟରେ ଡ଼ ମୁଖାର୍ଜୀଙ୍କ ୧୨୩ତମ ବଳିଦାନ ଦିବସକୁ ବେଶ ଉତ୍ସାହର ସହିତ ପାଳନ କରାଯାଇଛି |ବିଧାୟକ ନରସିଂହ ଭତରା ନିଜ ବାସ ଭବନରେ ଦଳୀୟ କର୍ମୀ ଓ ସମର୍ଥକଙ୍କ ସହାୟତାରେ ବଳିଦାନ ଦିବସ ପାଳନ କରିଥିବା ବେଳେ ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକଙ୍କ ତତ୍ୱାବଧାନରେ କର୍ଶାହାଣ୍ଡି ବିଜେପି କାର୍ଯ୍ୟାଳୟରେ ଓ ଝରିଗାଁ ବ୍ଲକ ସଭାପତି ସୁକାଳୁ ଗଣ୍ଡଙ୍କ ତତ୍ୱାବଧାନରେ ଷଣ୍ଡସା ଗ୍ରାମ ସ୍ଥିତ ବିଜେପି କାର୍ଯ୍ୟାଳୟରେ ଡ଼ ମୁଖାର୍ଜୀଙ୍କ ୧୨୩ତମ ବଳିଦାନ ଦିବସ ପାଳିତ ହୋଇଯାଇଛି |ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଧୋଡ୍ରାଜୋନ ସଭାପତି ଭୁଜବଳ ଗୌଡ଼, ଗଜେନ୍ଦ୍ର ପାଣ୍ଡେ, ମନୁରାଜ ଭତରା, ପଞ୍ଚାନନ ବାବାଲି, ଶ୍ୟାମଲାଲ ବିଶ୍ୱାସ, ପବିତ୍ର ଦେହୁରୀ,ରଥ ଗୌଡ଼, ବିଶ୍ୱଜିତ ଙ୍କ ସମେତ ଶତାଧିକ ବିଜେପି ବରିଷ୍ଠ କର୍ମୀ ଓ ସମର୍ଥକ ଉପସ୍ଥିତ ରହି ଡ ମୁଖାର୍ଜୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ବଳନ କରିଥିଲେ |ଡ଼ ମୁଖାର୍ଜୀଙ୍କ ଫଟୋ ଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ କରି ସାରିବା ପରେ ସମସ୍ତେ ପୁଷ୍ପାର୍ପଣ କରି ନିରବ ପ୍ରାର୍ଥନା କରିଥିଲେ |ପରେ ବରିଷ୍ଠ କର୍ମୀମାନେ ଡ଼ ମୁଖାର୍ଜୀଙ୍କ ଜୀବନୀ ଓ ଦଳ ପାଇଁ ସଂଘର୍ଷ ଉପରେ ସଂକ୍ଷିପ୍ତରେ ନିଜ ନିଜର ଅଭିଭାଷଣ ରଖିବା ସହିତ ସମସ୍ତେ ଏକଜୁଟ ହୋଇ କାର୍ଯ୍ୟ କରିବା ସହ ଦଳକୁ ମଜବୁତ କରିବା ପାଇଁ ସଂକଳ୍ପ ନେଇଥିଲେ |

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

Related posts

ଜିଲ୍ଲା ରେ ସୁନିଶ୍ଚିତ ମରୁଡି ପରିସ୍ଥିତି କୁ ଆଶଙ୍କା କରି ଜିଲ୍ଲା କଂଗ୍ରେସ କମିଟି କଲା ଏକ ଜରୁରୀ ସମ୍ବାଦଦାତା ସମ୍ମିଳନୀ ଅନୁଷ୍ଠିତ 

Sunil Chandra Nayak

ରାଉରକେଲାକୁ ପୂର୍ଣ୍ଣାଙ୍ଗ ଜିଲ୍ଲା କରାଯାଉ : ଜିଲ୍ଲା କଂଗ୍ରେସ

ରାଜୀବଗାନ୍ଧୀ ପଂଚାୟତ୍ତିରାଜ ସଂଗଠନ ର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ସରୋଜ ବାଗ ମନୋନୀତ 

masiha

Leave a Comment

error: Content is protected !!