ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଡ଼ଃ ଶ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କ ବଳିଦାନ ଦିବସ ପାଳିତ 

ଡ଼ଃ ଶ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କ ବଳିଦାନ ଦିବସ ପାଳିତ 

ଆଜି ତା:୨୩/୦୬/୨୦୨୫ ରିଖ ରାୟଗଡ଼ ନଗର ସଭାପତି ରାଜେଶ କୁମାର ପାଣିଗ୍ରାହୀ ଙ୍କ ନେତୃତ୍ୱରେ ଭାରତୀୟ ଜନସଂଘ ର ସଂସ୍ଥାପକ ଡ଼ଃ ଶ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କ ବଳିଦାନ ଦିବସ ସ୍ଥାନୀୟ ବିଦ୍ୟନଗର ଠାରେ ପାଳନ କରାଯାଇଥିଲା। ପ୍ରଥମେ ଶ୍ରୀ ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ପରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ମୂଖ୍ୟ ବକ୍ତା ଭାବେ ଓଡ଼ିଶା ସକ୍ଷମ ର ପଶ୍ଚିମ ପ୍ରାନ୍ତ ସଚୀବ ଶ୍ରୀ ଶ୍ୟାମ କୁମାର ଦାଶ ମହୋଦୟ ଯୋଗ ଦେଇ ଡ଼ଃ ଶ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କ ଜୀବନୀ କାଳ ବିଷୟରେ ଆଲୋକପାତ କରିଥିଲେ। ଶ୍ରୀ ମୁଖାର୍ଜୀ ଙ୍କ ଜନ୍ମ ପଶ୍ଚିମବଙ୍ଗ ଠାରେ ୬ ଜୁଲାଇ ୧୯୦୧ ମସିହାରେ ହୋଇଥିଲା , ଶିକ୍ଷାଗତ ଯୋଗ୍ୟତା ଭାବେ ଶ୍ରୀ ମୁଖାର୍ଜୀ BA,MA,LLB ସହିତ ସାହିତ୍ୟିକ ରେ ଡକ୍ଟରେଟ ହାସଲ କରିଥଲେ, ସେହିଭଳି ସେ କଲିକତା ୟୁନିଭର୍ସିଟି ରେ ୮ ଅଗଷ୍ଟ ୧୯୩୪ ରୁ ୮ ଅଗଷ୍ଟ ୧୯୩୮ ପର୍ୟ୍ୟନ୍ତ ଉପ କୁଳାଧିପତି ଭାବେ ଦାୟିତ୍ବ ନେବା ସହିତ ଡ଼ଃ ଶ୍ୟାମା ପ୍ରସାଦ ମୁଖାର୍ଜୀ MEMBER OF INDIAN CONSTITUTION ASSEMBLY ରେ ୯ ଡିସେମ୍ବର ୧୯୪୬ ରୁ ୨୪ ଜାନୁଆରୀ ୧୯୫୦ ପର୍ୟ୍ୟନ୍ତ ସଦସ୍ୟ ଥିଲେ ଏବଂ ଭାରତର ପ୍ରଥମ UNION MINISTER ଭାବେ ୧୫ ଅଗଷ୍ଟ ୧୯୪୭ ରୁ ୦୬ ଏପ୍ରିଲ୍ ୧୯୫୦ ପର୍ଯ୍ୟନ୍ତ ଦାୟୀତ୍ୱ ଗ୍ରହଣ କରିଥିଲେ।ଅଖିଳ ଭାରତୀୟ ହିନ୍ଦୁ ମହାସଭାର ସଭାପତି ଭାବରେ ୧୯୪୩ ମସିହାରୁ ୧୯୪୬ ମସିହା ପର୍ଯ୍ୟନ୍ତ ଦାୟୀତ୍ୱ ତୁଲାଇଥିଲେ। ସ୍ଵଳ୍ପ ସମୟ ପାଇଁ ୧୯୫୨ ମସିହାରେ ସାଂସଦ ମଧ୍ୟ ରହିଥିଲେ ଏବଂ ପରବର୍ତ୍ତୀ ସମୟରେ ୧୯୫୧ ମସିହାରୁ ୧୯୫୨ ମସିହା ଯାଏଁ ଭାରତୀୟ ଜନସଂଘ ର ପ୍ରତିଷ୍ଠାତା ଭାବରେ ନିଜର ଦକ୍ଷତା ପ୍ରତିପାଦନ କରିଥିଲେ।

ଡ଼ଃ ଶ୍ୟାମା ପ୍ରସାଦ ମୁଖାର୍ଜୀ ଙ୍କ ଜୀବନୀ ଉପରେ ଆଧାରିତ ସମସ୍ତ ତଥ୍ୟ ଉପସ୍ଥାପନା ସମୟରେ ପୁର୍ବତନ ନଗର ସଭାନେତ୍ରୀ ମଞ୍ଜୁଳା ମିଣିଆକା, ନଗର ସଧାରଣ ସମ୍ପାଦକ ଅଜୟ ଚୁଳେଟ୍, ରାଜେଶ୍ ନାଇଡୁ, ଉଭୟ ଉପସଭାପତି ରାମ କୃଷ୍ଣ ପାଣିଗ୍ରାହୀ , ପି କ୍ରିଷ୍ଣା,ପୁର୍ବତନ ନଗର ଉପସଭା ନେତ୍ରୀ ଝରଣା ପାଣି, ପୁର୍ବତନ ନଗର ସାଧାରଣ ସଂପାଦକ ବି ଦେବି ସମେତରଚନା ସାହୁ, ଶାନ୍ତିଲତା ପଣ୍ଡା, ରାକେଶ ପାଢ଼ି, ସନ୍ତୋଷ ସାହୁ, ଶ୍ରୀକାନ୍ତ ପାଣିଗ୍ରାହୀ, ଅଜୟ ଆସ୍ରାନି,ମୂରଲୀ ସେନାପତି ନଗର ଭାଜପା ର ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ଏବଂ କାର୍ଯ୍ୟକ୍ରମ ର ପରିଚାଳନା ଦାୟୀତ୍ଵ ନଗର ଭାଜପାର ସାଧାରଣ ସଂପାଦକ ଅଜୟ ଚୁଲେଟ କରିଥଲେ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଯଶସ୍ବୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଙ୍କ ୭୩ ତମ ଜନ୍ମ ଦିନ ପାଳିତ

masiha

ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନର ରାଜ୍ୟସ୍ତରୀୟ ଶିବିର

masiha

ଗାଁ ଗାଁ ବୁଲି ଭୋଟରଙ୍କୁ ଭେଟୁଛନ୍ତି ପ୍ରାର୍ଥିନୀ 

masiha

Leave a Comment

error: Content is protected !!