ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ଵୀ କୁ ହତ୍ୟା କରିଥିବା ଅଭିଯୋଗ କଲେ ଭଉଣୀ ଜ୍ୱାଇଁ: ଥାନାରେ ଦେଲେ ଏତଲା 

ସ୍ଵୀ କୁ ହତ୍ୟା କରିଥିବା ଅଭିଯୋଗ କଲେ ଭଉଣୀ ଜ୍ୱାଇଁ: ଥାନାରେ ଦେଲେ ଏତଲା 

କୋଷାଗୁମୁଡା:(୨୪|୬)( ରବି ନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ବଡଆମ୍ବଡ଼ା ଆଶ୍ରମ ବିଦ୍ୟାଳୟରେ ଶିକ୍ଷକ ଚନ୍ଦ୍ରସିଂ ଦ୍ଵିତୀୟ ସ୍ତ୍ରୀ ସ୍ୱାତୀ ଙ୍କ ସହ ବିଦ୍ୟାଳୟ ପରିସରରେ ଥିବା କ୍ୱାଟର ରେ ରହୁଥିଲେ l ରବିବାର ରାତ୍ରିରେ ସ୍ତ୍ରୀ ଦେହ ଅସୁସ୍ଥ ଅଛି ବୋଲି କହି ଚନ୍ଦ୍ରସିଂ କୋଷାଗୁମୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ l କିନ୍ତୁ ସେଠାରେ ଡ଼ାକ୍ତର ସ୍ୱାତୀ କୁ ମୃତ ଘୋଷଣା କରିଥିଲେ l ଉକ୍ତ ଘଟଣା ପରେ ମୃତ ସ୍ୱାତୀ ଙ୍କ ଭଉଣୀଙ୍କ ସ୍ଵାମୀ ଅର୍ଥାତ୍ ଶିକ୍ଷକ ଚନ୍ଦ୍ର ସିଂ ଙ୍କ ସଢୁ ଚନ୍ଦ୍ର ସିଂ ଙ୍କ ନାମରେ ହତ୍ୟା ଅଭିଯୋଗ ନେଇ ଥାନାରେ ଏତଲା ଦେଇଥିଲେ l ଏତଲାରେ ମୃତା ମୁଣ୍ଡରେ ଗଭୀର ଆଘାତ ଲାଗି ଥିବାରୁ ମୁଣ୍ଡରେ ଗାତ ହୋଇଛି ବୋଲି ଦର୍ଶା ଯାଇଛି l ସେହିପରି ପିଠି ଓ ହାତରେ ମାଡ ହୋଇଥିବା ଚିହ୍ନ ରହିଥିବା ଉଲ୍ଲେଖ ରହିଛି l କୌଣସି ଓଜନିଆ ଜିନିଷ ରେ ମାଡ ମାରିବା ପରେ ମୃତ୍ୟୁ ଘଟିଥିବା ପରିବାର ତରଫରୁ ଅଭିଯୋଗ କରାଯିବା ସହ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିବେଦନ କରିଛନ୍ତି l ତେଣୂ ଶବ ବ୍ୟବଚ୍ଛେଦ ପରେ ମଧ୍ୟ ପରିବାର ଲୋକେ ଶବ କୁ ନେଇ ନ ଥିବା ଜଣାପଡ଼ିଛି l ଥାନା ଅଧିକାରୀ ଉମେଶ ନାୟକ କହିଛନ୍ତି ଏତଲା ପରେ ଶିକ୍ଷକ ସ୍ୱାମୀଙ୍କୁ ଅଟକ ରଖି ପଚରା ଉଚରା ଚଳାଇ ତଦନ୍ତ ଚାଲୁ ରଖିଛନ୍ତି l ଅଟକ ଶିକ୍ଷକ ହେଲେ ଚନ୍ଦ୍ର ସିଂ କମରଲା, ମୃତା ହେଲେ ସ୍ୱାତୀ ଜାନି (୪୦)।ଏନେଇ ଥାନାରେ ୧୧/୨୫ ଓ ୧୧୯/୨୫ ରେ ଦୁଇଟି ମାମଲା ରୁଜୁ କରାଯାଇଛି l ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ସତ୍ୟାସତ୍ୟ ଜଣା ପଡିବ ବୋଲି ଥାନା ଅଧିକାରୀ ଉମେଶ ନାୟକ କହିଛନ୍ତି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜଙ୍ଗଲ ବିଭାଗ ତରଫରୁ ତାଲିମ ଶିବିର ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

ଉମରକୋଟ ବ୍ଲକ ଅନ୍ତର୍ଗତ ପୁଜାରୀଗୁଡା ଠାରେ ସଟ ସର୍କିଟ ରୁ ନିଆ ଲାଗି ଫାଟିଲା ଗ୍ୟାସ୍ ସିଲିଣ୍ଡର୍

masiha

ଟେକ୍ନୋଓ୍ବାର୍ଲ୍ଡ +୨ ବିଜ୍ଞାନ ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!