ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବର୍ଷା ବର୍ଣ୍ଣାଳି ପାଇଲେ ପ୍ରଫେସର ଡ଼ ରମେଶ ଚନ୍ଦ୍ର ବେହେରା ଗୋଲଡ଼ ମେଡାଲ

ବର୍ଷା ବର୍ଣ୍ଣାଳି ପାଇଲେ ପ୍ରଫେସର ଡ଼ ରମେଶ ଚନ୍ଦ୍ର ବେହେରା ଗୋଲଡ଼ ମେଡାଲ

 ରାଉରକେଲା: ରାଉରକେଲା ଏନଆଇଟି ମେଟାଲର୍ଜି ବିଭାଗରେ ଏଚଓଡ଼ି ତଥା ଏନଆଇଟି ର ଡିନ ଏକାଡେମୀ ଭାବେ କାର୍ଯ୍ୟ କରି ଅବସର ନେଇଥିଲେ ପ୍ରଫେସର ରମେଶ ଚନ୍ଦ୍ର ବେହେରା l ତାଙ୍କର ମୃତ୍ୟୁ ପରେ ଆଜକୁ ୬ବର୍ଷ ହେଲା ତାଙ୍କ ସ୍ମୃତିରେ ଏନ୍ଆଇଟି ର ଏମଟେକ୍ ଟପ୍ପର କୁ ପ୍ରଫେସର ଡ଼ ରମେଶ ଚନ୍ଦ୍ର ବେହେରା ମେମୋରିଆଲ ଗୋଲଡ଼ ମେଡାଲ ପ୍ରତିବର୍ଷ ତାଙ୍କ ସ୍ତ୍ରୀ ସବିତାରାଣୀ ବେହେରାଙ୍କ ତରଫରୁ ଏନ୍ଆଇଟି ର ସମାବର୍ତ୍ତନ ଉତ୍ସବ ରେ ପ୍ରଦାନ କରାଯାଇ ଆସୁଛି l ଚଳିତ ବର୍ଷ ୨୦ତମ ସମାବର୍ତ୍ତନ ଉତ୍ସବ ରେ ଏନ୍ଆଇଟି ର ଇଲେକ୍ଟ୍ରିକ ବିଭାଗ ର ଛାତ୍ରୀ ବର୍ଷା ବର୍ଣ୍ଣାଳି ସମଗ୍ର କଲେଜ ର ଏମଟେକ୍ ଟପର ହୋଇଥିବାରୁ ତାଙ୍କୁ ପ୍ରଫେସର ଡ଼ ରମେଶ ଚନ୍ଦ୍ର ବେହେରା ମେମୋରିଆଲ ଗୋଲଡ଼ ମେଡାଲ ପ୍ରଦାନ କରାଯାଇଛି l ସେଥିପାଇଁ ସବିତାରାଣୀ ଓ ସହପାଠୀଙ୍କ ତରଫରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବନ୍ୟା ପ୍ରପୀଡ଼ିତ ଖାଲିନା ପଞ୍ଚାୟତରେ କଂଗ୍ରେସ ପକ୍ଷରୁ ରିଲିଫ୍ ସାମଗ୍ରୀ ବଣ୍ଟନ

Sunil Chandra Nayak

ବାରମ୍ବାର ଅଭିଯୋଗ ସତ୍ୱେ କଙ୍କାଳୁ ଗ୍ରାମରେ ପାନୀୟ ଜଳ ସମସ୍ୟା ପାଇଁ ଜିଲ୍ଲାପାଳ ଜଣଶୁଣାଣି ରେ ଅଭିଯୋଗ

ଅଘୋଷିତ ବିଦ୍ୟୁତକାଟ, ଓ ଗ୍ରାହକ ଶୋଷଣ ନୀତି ବିରୁଦ୍ଧରେ ଚନ୍ଦାହାଣ୍ଡି ବ୍ଲକ ଭାଜପା ପକ୍ଷରୁ ଟାଟା ପାୱାର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ

Sunil Chandra Nayak

Leave a Comment

error: Content is protected !!