ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆପୋଲୋ ହସ୍ପିଟାଲ ପକ୍ଷରୁ ୟୁରୋଲୋଜି ସମ୍ପର୍କିତ ଦ୍ବିଦିବସୀୟ ସମ୍ମିଳନୀ ଅନୁଷ୍ଠିତ

ଆପୋଲୋ ହସ୍ପିଟାଲ ପକ୍ଷରୁ ୟୁରୋଲୋଜି ସମ୍ପର୍କିତ ଦ୍ବିଦିବସୀୟ ସମ୍ମିଳନୀ ଅନୁଷ୍ଠିତ

ରାଉରକେଲା: ଆପୋଲୋ ହସ୍ପିଟାଲ୍ସ (ଇସ୍ପାତ ପିଜିଆଇ ଏବଂ ଏସଏସଏଚ୍ ପରିଚାଳିତ) ରାଉରକେଲା ପକ୍ଷରୁ ଦ୍ବିଦିବସୀୟ ୟୁରୋକନ୍ ୨୦୨୫’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ପ୍ରଖ୍ୟାତ ୟୁରୋଲୋଜିଷ୍ଟ ଡାକ୍ତର ପି.କେ. ମିଶ୍ର, ଡାକ୍ତର କମଳାକାନ୍ତ ପାଣିଗ୍ରାହୀ ଏବଂ ସୁ ପ୍ରତିଷ୍ଠିତ ୟୁରୋଲୋଜିଷ୍ଟ ଏବଂ ନେଫ୍ରୋଲୋଜିଷ୍ଟଙ୍କ ଦ୍ୱାରା ଉତ୍ସାହଜନକ ଅଧିବେଶନ ଆୟୋଜିତ ହୋଇଥିଲା। ବୈଶିଷ୍ଟ୍ୟଯୁକ୍ତ ବିଷୟ ସମ୍ପର୍କ ରେ ଆଲୋଚନା କରାଯାଇଥିଲା l ବିଶେଷ କରି ଭିଡିଓ ରେକର୍ଡ ହୋଇଥିବା କର୍ମଶାଳା (ୟୁରୋ-ସର୍ଜରୀ), ୟୁରୋଲୋଜିକାଲ ସର୍ଜରୀରେ ସାମ୍ପ୍ରତିକ ଉନ୍ନତି, ଲାପାରୋସ୍କୋପିକ୍ ଏବଂ ସର୍ବନିମ୍ନ ଆକ୍ରମଣାତ୍ମକ ଉଦ୍ଭାବନ, ୟୁରୋଲୋଜି, ନେଫ୍ରୋଲୋଜି ଏବଂ ୟୁରୋ-ସ୍ତ୍ରୀ ରୋଗ ଉପରେ ବକ୍ତୃତାମାଳା ଅନୁଷ୍ଠିତ ହୋଇଥିଲା l ପ୍ରଖ୍ୟାତ ୟୁରୋଲୋଜିଷ୍ଟ ଏବଂ ନେଫ୍ରୋଲୋଜିଷ୍ଟଙ୍କ ସହିତ ପ୍ୟାନେଲ୍ ଆଲୋଚନା କରାଯାଇଥିଲା l କୋଲକାତାର ସିନିୟର କନସଲଟାଣ୍ଟ, ୟୁରୋଲୋଜି ଏବଂ ଟ୍ରାନ୍ସପ୍ଲାଣ୍ଟ ସର୍ଜନ ଡାକ୍ତର ପି.କେ. ମିଶ୍ର, ବ୍ରହ୍ମପୁରର ବରିଷ୍ଠ ୟୁରୋଲୋଜିଷ୍ଟ ପରାମର୍ଶଦାତା ଡାକ୍ତର କେ.କେ. ପାଣିଗ୍ରାହୀ, ଆପୋଲୋ ହସ୍ପିଟାଲ ର ନେଫ୍ରୋଲୋଜିଷ୍ଟ ପରାମର୍ଶଦାତା ଡାକ୍ତର ୟୁ. ସି. ସାହୁ, ସୁପରିଚିତ ସର୍ଜନ ଡାକ୍ତର ଅଜିତ ଗୋପାଳ ସାମଲ ପ୍ରମୁଖ ବିଭିନ୍ନ ଦିଗରୁ ଆଲୋଚ୍ୟ ବିଷୟ ସମ୍ପର୍କ ରେ ଆଲୋଚନା କରିଥିଲେ l ଆପୋଲୋ ହସ୍ପିଟାଲ ର ମେଡିକାଲ ଅଧୀକ୍ଷକ ଅରବିନ୍ଦ ସାମଲ ସ୍ୱାଗତ ଭାଷଣ ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ l ଆୟୋଜକ ତଥା ଆପୋଲୋ ହସ୍ପିଟାଲ ରାଉରକେଲା ର ସିଇଓ ଡାକ୍ତର ଅଖିଳ ଜୈନ ଏହି କର୍ମଶାଳାର ଆଭିମୁଖ୍ୟ ସମ୍ମିଳନୀ ର ଉଦ୍ଦେଶ୍ୟ ସମ୍ପର୍କ ରେ ଆଲୋକପାତ କରିଥିଲେ l ଶେଷରେ ୟୁରୋଲୋଜିଷ୍ଟ ପରାମର୍ଶଦାତା ଡାକ୍ତର ଅଭିଜିତ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ l ଏଥିରେ ବହୁ ବିଶେଷଜ୍ଞ ଡାକ୍ତର, ଡାକ୍ତରୀ ଛାତ୍ର ଛାତ୍ରୀ, ଇଣ୍ଟରନ ପ୍ରମୁଖ ଯୋଗ ଦେଇଥିଲେ l 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ହାତୀ ଆକ୍ରମଣରେ ଚାଷୀ ମୃତ   

Sunil Chandra Nayak

ସ୍ଵାଭିମାନୀ ଓଡିଆର ନବତ୍ସୋବ କାର୍ଯ୍ୟକ୍ରମ ଆସନ୍ତା ୧୪ ରେ……

Sunil Chandra Nayak

କାମାକ୍ଷାନଗର ସାମ୍ବାଦିକ ସଂଘ ପୂର୍ବତନ ସଭାପତି ଅକ୍ଷୟ ବାବୁ ଉପଖଣ୍ଡ ସାମ୍ବାଦିକ ସଂଘରେ ଯୋଗଦାନ

Sunil Chandra Nayak

Leave a Comment

error: Content is protected !!