ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲାଞ୍ଜିଗଡ ଠାରେ ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

ଲାଞ୍ଜିଗଡ ଠାରେ ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

କଳାହାଣ୍ଡି,୨୬/୦୮ କଳାହାଣ୍ଡି ଜିଲ୍ଲା, ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡର ସାର୍ଵଜନିନ ଦୁର୍ଗାପୂଜା କମିଟିର ଏକ ଗୁରୁତ୍ୱପୂର୍ଣ ବୈଠକ ଲାଞ୍ଜିଗଡ ସ୍ଥିତ ଜଗନ୍ନାଥ ମନ୍ଦିରର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି I ଏଥିରେ ଚଳିତ ବର୍ଷର ଦୁର୍ଗାପୂଜାକୁ ଆକର୍ଷଣୀୟ କରିବାକୁ ସମସ୍ତେ ମତ ଵ୍ୟକ୍ତ କରିଥିଲେ I ତାପରେ ସର୍ବ ସଂମ୍ମାତି କ୍ରମେ ଏକ ନୂତନ କମିଟି ଗଠନ ହୋଇଥିଲା I ଏହି ଦୁର୍ଗାପୂଜା କମିଟିରେ ସଭାପତି ଏମ.ଚନ୍ଦ୍ରଶେଖର,ଉପସଭାପତି ଜୟନ୍ତ ମାହାଙ୍କୁଡ,ସାଧାରଣ ସମ୍ପାଦକ କିଶୋର ପେସନିଆ,କୋଷାଧ୍ୟକ୍ଷ ସୁମନ୍ତ ଦଳବେହେରା,ସହ କୋଷIଧ୍ୟକ୍ଷ ରାଘବ ଗହୀର ସର୍ବ ସଂମ୍ମାତି କ୍ରମେ ମନୋନୀତ କରାଯାଇଥିଲା I ପରେ ଉପଦେଷ୍ଟା ଭାବରେ କାମରାଜ ଦଳବେହେରା,ଶ୍ରୀଧର ପେସନିଆ, ରାଜେନ୍ଦ୍ର ସିଂ ଦେଓ, ହିମାଦ୍ରୀ ପେସନିଆ, ଚନ୍ଦ୍ରଧ୍ୱଜ ପେସନିଆ ପ୍ରମୁଖ ମନୋନୀତ ହୋଇଥିଲେ I ଏହି ବୈଠକଟି ହିମାଦ୍ରୀ ପେସନିଆ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା I ମା” ଜଗତ ଜନନୀଙ୍କ ପୂଜାରେ କର୍ତ୍ତା ଭାବେ ପିତାମ୍ବର ଡ଼ମ୍ବିସୀ ଓ ତାଙ୍କ ସହ ଧର୍ମିଣୀ ଦେବକୀ ଡ଼ମ୍ବିସୀ ଦାୟିତ୍ୱ ନେବେ ବୋଲି ସ୍ତିରୀ କରାଯାଇଥିଲା I ଏହି କାର୍ଯ୍ୟକ୍ରମ ପIଞ୍ଚଦିନ ହେବାକୁ ନିର୍ଦ୍ଧିଷ୍ଟ କରାଗଲା,ପ୍ରତେକ ଦିନ ରାତିରେ ରଙ୍ଗା-ରଙ୍ଗ କାର୍ଯ୍ୟକ୍ରମ ହେବାକୁ ଥିବାବେଳେ ଶେଷଦିନ ବା ସବୁବର୍ଷ ଭଳି ଚଳିତ ବର୍ଷ ଦଶହରା ଦଶମୀ ଦିନ ରାବଣ ପୋଡି କାର୍ଯ୍ୟକ୍ରମ ରହିଛି I ଏହି ସମସ୍ତ କାର୍ଯ୍ୟକ୍ରମର କମିଟି ପକ୍ଷରୁ ସୂଚନା ଦିଆଯାଇଛି, ଏହି ବୈଠକରେ ଲାଞ୍ଜିଗଡର ସମସ୍ତ ଯୁବକ ଉପସ୍ଥିତ ଥିଲେ ଓ ଲାଞ୍ଜିଗଡର ସାମ୍ବାଦିକ ମହେଶ୍ୱର ପତି,କ୍ଷମାନିଧି ମାହାଙ୍କୁଡ,ପରେଶ ନାୟକ,ରମେଶ ନାୟକ ଉପସ୍ଥିତ ଥିଲେ I ତତ ସଙ୍ଗେସଙ୍ଗେ ଯୁବକ ସଙ୍ଘ ଓ ଲାଞ୍ଜିଗଡ ଗ୍ରାମର କିଛି ଭଦ୍ର ଲୋକ ଉପସ୍ଥିତଥିଲେ ଶ୍ରୀମୁଖ ଅଗସ୍ତି,କାର୍ତ୍ତିକ ଓଡ଼ିଆ,ଟୁନା ମାର୍ଥା,ଭୂଷଣ ଚାଲାଣ, ଉମା ଧଙ୍ଗଡ଼ାମାଝୀ,ମହାନ୍ଦ୍ର ଦଣ୍ଡସେନା,ରାମ ସିଂ,ବୁବୁ ପୃଷ୍ଟି, ସୁମନ୍ତ ଗୌଡ଼,ମଞ୍ଚନ ଗୌଡ଼, ସୀମା, ସାନ, ମାନସ,ସୁମିତ, ପିଙ୍କୁ, ଗିରୀ ପ୍ରମୁଖ ଉପସ୍ଥିତ ରହିଥିଲେ, ଶେଷରେ ଟୁନା ମହାରଥI ସମସ୍ତଙ୍କୁ ଧନ୍ୟବାଦ ଦେଇ ବୈଠକ ଟିକୁ ପରି ସମାପ୍ତ କରଥିଲେ I

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ରୁପ୍ରା ସ୍ଥିତ ଶ୍ରୀ ଅରବିନ୍ଦ ପୁର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ୪୧ତମ ପ୍ରତିଷ୍ଠା ପାଳନ

Sunil Chandra Nayak

ବଡାମତଳିଆ ସରକାରୀ ଉପ୍ରା ସ୍କୁଲରେ ଗୁରୁଦିବସ ପାଳିତ

Sunil Chandra Nayak

ବୁଥସ୍ତରୀୟ ଅଧିକାରୀ ମାନଙ୍କୁ ତାଲିମ 

Sunil Chandra Nayak

Leave a Comment

error: Content is protected !!