ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାହାଡା ରେ ମେଗା ସ୍ଵୟଂ ସହାୟକ ଗୋଷ୍ଠୀ ଋଣ ମେଳା 

ଜାହାଡା ରେ ମେଗା ସ୍ଵୟଂ ସହାୟକ ଗୋଷ୍ଠୀ ଋଣ ମେଳା 

ଆସିକା,୨୪/୬/୨୫ — ଧରାକୋଟ ବ୍ଲକ ଅନ୍ତର୍ଗତ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ଜାହାଡା ଶାଖା ତରଫରୁ ମେଗା ସ୍ଵୟଂ ସହାୟକ ଗୋଷ୍ଠୀ ଋଣ ମେଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମୁଦାୟ 22 ଗୋଟି ସ୍ଵୟଂ ସହାୟକ ଗୋଷ୍ଠୀ କୁ ଏକ କୋଟି ଏକଚାଳସି ଲକ୍ଷ ଟଙ୍କା ଋଣ ପ୍ରଦାନ ବ୍ୟାଙ୍କ ପକ୍ଷରୁ କରାଯାଇଛି । ଏହି ଅବସରରେ ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ତିନିଜଣ ହିତାଧୀକାରୀ ବାଡୁଳା ଗ୍ରାମର ସୁନିଲ କୁମାର ସ୍ବାଇଁ, ଝରପାରି ର ସୁଦେଶ୍ନା ଭୂୟାଁ, ଲଟାପଲି ର ଦିଲୀପ ନାୟକ ଙ୍କୁ ଦୁଇ ଲକ୍ଷ ଟଙ୍କା ଲେଖାଏଁ ବିମା ରାଶି ର ଚେକ ପ୍ରଦାନ କରାଯାଇଥିଲା । ଏହି ମେଳାରେ ମୁଖ୍ୟ ଅତିଥି ଭାବରେ ଆଇ ଓ ବି ବ୍ୟାଙ୍କ ର କ୍ଷେତ୍ରୀୟ ପ୍ରବନ୍ଧକ ବ୍ରହ୍ମପୁର ଖୁର୍ଶିଦ ରୱାନୀ, ଅତିରିକ୍ତ ତହସିଲଦାର ଗଣେଶ ଦଳାଇ, ବ୍ଲକ ମିଶନ ଶକ୍ତିର ଅଧିକାରୀ ଶୁଶାନ୍ତ ନାୟକ,ପ୍ରତାପ ସ୍ୱାଇଁ , ଆଇ ଓ ବି ଜାହାଡା ଶାଖା ପ୍ରବନ୍ଧକ ରାଜ ପ୍ରତୀକ ଦାସ,ଉପ ପ୍ରବନ୍ଧକ ରତିକାନ୍ତ ପାହାଡ ସିଂ, କେଶିଆର ଗୋପାଳ ଚନ୍ଦ୍ର ବ୍ରହ୍ମା, ପି ବିଶ୍ଵନାଥ ଆଚାରି ଓ ବ୍ୟାଙ୍କ ମିତ୍ର ବିଷ୍ଣୁପ୍ରିୟା ଦଳାଇ ଙ୍କ ସମେତ ସ୍ଵୟଂ ସହାୟକ ଗୋଷ୍ଠୀର ସମସ୍ତ ସଦସ୍ୟା ଉପସ୍ଥିତ ରହିଥିଲେ।

ଆସିକା ରୁ ଶିବ ଶଙ୍କର ମିଶ୍ର ଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ମୂଳନିବାସୀ ଅନୁସୂଚିତ ଜାତି ସଙ୍ଘ ର ବିଶାଳ ଶୋଭଯାତ୍ରା, ଦାବୀ ପୂରଣ ନକଲେ ଭୋଟ ବର୍ଜନ 

masiha

ଆବାସ ଗୃହ ପାଇବାର ମାପକାଠି ରେ ଦାନୀ ଗୁଡା ବୃଦ୍ଧ ବୃଦ୍ଧା ଯୋଗ୍ୟ ହେଲେନି ! ଏମାନଙ୍କ ବିକଳ ଗୁହାରି ଶୁଣିଲେନି ଅଧିକାରୀ , ପ୍ରତିଶ୍ରୁତି ଦେଇ ପ୍ରତିଶ୍ରୁତି ଭୁଲିଗଲେ

Sunil Chandra Nayak

ଦରମା ହାର ବୃଦ୍ଧି ସମେତ କିଛି ଦାବୀ ନେଇ ପଞ୍ଚାୟତ ସମିତି ଅଣ ଗେଜେଟେଡ଼ କର୍ମଚାରୀ ପ୍ରତୀକ ଧର୍ମଘଟ ରେ

Leave a Comment

error: Content is protected !!