ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟାଳୟ ତରଫରୁ ଏ-୧ ଛାତ୍ରଙ୍କୁ ସମ୍ବର୍ଦ୍ଧନା

ବିଦ୍ୟାଳୟ ତରଫରୁ ଏ-୧ ଛାତ୍ରଙ୍କୁ ସମ୍ବର୍ଦ୍ଧନା

ଖଇରା,୨୫/୬/୨୫ – ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ନନ୍ଦୁର ସ୍ଥିତ ନରେନ୍ଦ୍ର ପ୍ରସାଦ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର କାହ୍ନୁ ଚରଣ ସାହୁ ଚଳିତ ବର୍ଷ ହାଇସ୍କୁଲ ପରୀକ୍ଷାରେ ମୋଟ ୬୦୦ ମାର୍କରୁ ୫୪୭ ନମ୍ବର ରଖି ବିଦ୍ୟାଳୟର ଟେକ ରଖିଥିଲେ । ଏହି ଉପଲକ୍ଷେ ବିଦ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ସଭା ପ୍ରଧାନ ଶିକ୍ଷକ କାର୍ତ୍ତିକ ଚନ୍ଦ୍ର ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ସ୍କୁଲ ଚେୟାରମ୍ୟାନ ଗୌତମ ନାୟକ, ସ୍ଥାନୀୟ ସରପଞ୍ଚ ଜୟନ୍ତୀ ପତି, ପୂର୍ବତନ ପ୍ରଧାନ ଶିକ୍ଷକ ଗଣନାଥ ଓଝା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସଭା ପରିଚାଳନା ସହଯୋଗ କରିଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଶେଷରେ ମଞ୍ଚାସୀନ ଅତିଥି ମାନେ ମିଳିତ ଭାବେ ଫୁଲତୋଡା ସହିତ ବିଭିନ୍ନ ଉପଢୌକନ ଦେଇ କାହ୍ନୁ ଚରଣଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସର୍ବ ଶେଷରେ ପ୍ରଧାନ ଶିକ୍ଷକ ଶ୍ରୀ ମହାପାତ୍ର ଛାତ୍ର କାହ୍ନୁ ଚରଣର ଉଜ୍ଜ୍ଵଳ ଭବିଷ୍ୟତ କାମନା କରି ସମ୍ବର୍ଦ୍ଧନା ସଭା ଶେଷ କରିଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଭିଜନ ଓଡିଶା 2036 ଓ ବିକଶିତ ଭାରତ 2047 ଉପଲକ୍ଷେ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତା

masiha

ନୂଆପଡା ମାରାଗୁଡା ଲୋକ ମହୋତ୍ସବରେ ପଲ୍ଲୀଶ୍ରୀ ମେଳାରେ ଜମୁଛି ବେପାର

masiha

ନାରଦ ଜୟନ୍ତୀ ଓ ଅଷ୍ଟମ ସମ୍ମାନ ସମାରୋହ ଅନୁଷ୍ଠିତ 

masiha

Leave a Comment

error: Content is protected !!