ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝାଡଖଣ୍ଡରେ ଭାଲୁ ଆକ୍ରମଣରେ ଯୁବକ ଗୁରୁତର ହୋଇ ରାଇରଙ୍ଗପୁର ହସ୍ପିଟାଲରେ ଚିକିତ୍ସିତ

ଝାଡଖଣ୍ଡରେ ଭାଲୁ ଆକ୍ରମଣରେ ଯୁବକ ଗୁରୁତର ହୋଇ ରାଇରଙ୍ଗପୁର ହସ୍ପିଟାଲରେ ଚିକିତ୍ସିତ

ମୟୂରଭଂଜ – ୨୫/୬ — ଶୌଚ କରିବାକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ଜନୈକ ଯୁବକ ଗୁରୁତର ଆହତ ହୋଇଛନ୍ତି । ରାଜନଗର ଥାନା ହନୁମାତବେଡା ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।

     ସୂଚନା ଅନୁଯାୟୀ, ପୋଡଶୀ ଝାରଖଣ୍ଡ ରାଜ୍ୟ ରାଜନଗର ଥାନା ହନୁମାତବେଡା ଗାଁର ଗମା ସର୍ଦ୍ଦାର(୪୦) ଗତ ରାତିରେ ଶୌଚ ପାଇଁ ଗ୍ରାମର ପୋଖରୀ ନିକଟକୁ ଯାଇଥିଲେ। ତେବେ ହଠାତ୍ ସେହି ସମୟରେ ଏକ ଭାଲୁ ହାବୁଡରେ ପଡି ଯାଇଥିଲେ। ଭାଲୁ ଆକ୍ରମଣରେ ଗମା ଗୁରୁତର ଭାବେ ଆହତ ହୋଇଥିଲେ। ଭାଲୁ ଟି ଜଙ୍ଘରେ କାମୁଡି ଓ ରାମ୍ପୁଡି ଦେବା ଫଳରେ ରକ୍ତାକ୍ତ ଅବସ୍ଥାରେ ହିଁ କୌଣସି ମତେ ସେ ଖସି ପଳାଇ ଆସି ନିଜ ଘରକୁ ପହଞ୍ଚିଥିଲେ । ତେବେ ପୋଡଶୀ ଝାରଖଣ୍ଡ ରାଜ୍ୟର ହସ୍ପିଟାଲ ଦୂରରେ ଥିବାରୁ ପରିବାର ଲୋକେ ତାଙ୍କୁ ତୁରନ୍ତ ତିରିଂ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ ଡାକ୍ତର । ସେଠାରେ ସେ ଚିକିତ୍ସିତ ହେଉଛନ୍ତି।

ମୟୂରଭଂଜରୁ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

 

Related posts

ବେଟି ବଞ୍ଚାଓ ବେଟି ପଢାଓ” ଅଭିଯାନ ର ଦଶବର୍ଷ ପୂର୍ତ୍ତି ଉପଲକ୍ଷେ ଜିଲ୍ଲା ସ୍ତରୀୟ ସମାବେଶ

masiha

ଉଦ୍ୟାନ ବିଭାଗ କାହାପାଇଁ ? ଉଦ୍ୟୋଗୀ ଚାଷୀଙ୍କୁ ମିଳୁଥିବା ସହାୟତା ଓ ସଚେତନତା ପାଇଁ ଅସୁବିଧା ଅର୍ଥ କାହା ସ୍ୱାର୍ଥରେ?

Sunil Chandra Nayak

ଧର୍ମଗଡ ଠାରେ ଛାତ୍ର ଓ ଛାତ୍ରୀ ଙ୍କ ଦ୍ଵାରା ମେଗା ବୃକ୍ଷରୋପଣ କାର୍ଯକ୍ରମ

masiha

Leave a Comment

error: Content is protected !!