ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନନ୍ଦାଵସା ଗ୍ରାମର ବସୁଧା ପ୍ରକଳ୍ପ ପାଣି ଟାଙ୍କି ନିମ୍ନମାନର ନିର୍ମାଣ ନେଇ ଗ୍ରାମବାସୀଙ୍କ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ

ନନ୍ଦାଵସା ଗ୍ରାମର ବସୁଧା ପ୍ରକଳ୍ପ ପାଣି ଟାଙ୍କି ନିମ୍ନମାନର ନିର୍ମାଣ ନେଇ ଗ୍ରାମବାସୀଙ୍କ ଉପଜିଲ୍ଲାପାଳଙ୍କ ଦ୍ବାରସ୍ଥ

 ମୟୂରଭଂଜ – ୨୫/୦୬ —  ସରକାର ହର ଘର ଜଳ ସ୍କିମରେ କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି ।ସମସ୍ତେ ଯେମିତି ବିଶୁଦ୍ଧ ପିଇବା ପାଣି ପିଇ ପାରିବେ । ଅପରିଷ୍କାର ପାଣି ପିଇ ହଇଜା ଓ ଝାଡାବାନ୍ତୀରେ ଯେଭଳି କେହି ନ ମରନ୍ତି ।ଜଳ ଅଭାବରୁ ଘର ଶୌଚାଳୟ ଛାଡି ପଦାକୁ ନ ଯାଆନ୍ତି ।ମା,ମାଉସୀ, ମହିଳାମାନଙ୍କର  ସ୍ବାଭିମାନ ଓ ମାନ ବଞ୍ଚି ରହୁ ।ପଦାକୁ ମଳ ତ୍ୟାଗ ପାଇଁ ଯେଭଳି କେହି ନ ଯାଆନ୍ତି ।ପିଇବା ପାଣି ହଇରାଣ ହରକତ ନ ହୁଅନ୍ତି ।କିନ୍ତୁ ତଳ ସ୍ତରରେ ଠିକାଦାର ଓ‌ଯନ୍ତ୍ରୀଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ପାଣି ଟାଙ୍କିରେ ଝର ଝର ପାଣି ଗଳୁଛି ।କେଉଁଠି ପାଇପ ପାଣି ବିଛା ଯାଇ ନାହିଁ ।କେଉଁଠି ଅଧା ପନ୍ତରିଆ ଭାବରେ ପାଇପ ବିଛା ଯାଇଛି ।ସରକାରଙ୍କ ଯୋଜନା ଫସରଫାଟି ଯାଇଛି ।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଂଜ ଜିଲ୍ଲାର ଵହଳଦା ବ୍ଳକର ଦୁର୍ଗମ ଅଂଚଳ ଯଶିପୁର ପଞ୍ଚାୟତର ନନ୍ଦାଵସା ଗ୍ରାମର ।୨୦୨୩ ରୁ ଟାଙ୍କି ନିର୍ମାଣ ଚାଲିଛି ଯେ ସରୁନାହିଁ ।ଏଣେ ପାଣି ଟାଙ୍କିରୁ ଝର ଝର ପାଣି ଗଳୁଛି ।ଯାହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରାଇଛନ୍ତି ।ନିମ୍ନ ମାନର କାମ ଚାଲିଥିବାବେଳେ ଗ୍ରାମର ଯୁବକମାନେ ଠିକାଦାରଙ୍କୁ ଜଣାଇଲେ ମଧ୍ୟ ସେ କର୍ଣ୍ଣପାତ କଲେ ନାହିଁ ଏଵଂ ଯନ୍ତ୍ରୀ ମଧ୍ଯ ଧରାଛୁଆଁ ଦେଲେ ନାହିଁ ।ଠିକାଦାର ଓ ମନ୍ତ୍ରୀଙ୍କ ବେପରୁଆ ମନୋଭାବ ଯୋଗୁଁ ଗ୍ରାମବାସୀ ଆଜିଯାଏଁ ପିଇବା ପାଣି ପାଇଲେ ନାହିଁ ।ଏଣେ ଚାରିଆଡ଼େ ହଇଜା ଓ ଝାଡାବାନ୍ତି ଲମ୍ଫ ମାଡ଼ି ଚାଲିଗଲାଣି ଗାଁକୁ ଗାଁ । ଲୋକେ ଭୟଭୀତ ହେଲେଣି ।କେତେବେଳେ ଯେ ହଇଜା ମାଡ଼ି ନ ଆସିବ ।ଏହାକୁ ନେଇ ଗ୍ରାମବାସୀ ଆଜି ବୁଧବାର ଦିନ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ତୁରନ୍ତ ତଦନ୍ତ କରାଯାଇ ପାଣିଟାଙ୍କି ସହି ଢଙ୍ଗରେ ମରାମତି କରାଯାଉ ଏବଂ ବେପରୁଆ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଉ ।ଗ୍ରାମବାସୀ ହେଲେ ଦୁବରାଜ ହେମ୍ବ୍ରମ,କରନ୍ତୁ ହେମ୍ଵ୍ରମ, ସାଲଖାନ ହାଁସଦା,ବିକ୍ରମ ହାଁସଦା,ସାଉଁଳା ସୋରେନ,ଧାନୁ ହେମ୍ବ୍ରମ ଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

ମୟୂରଭଂଜର ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ରୋଟାରୀ କ୍ଲବ ଡିଜି ଅନିଲ ଜୟସ୍ବାଲଙ୍କ ଅଫିସିଆଲ୍ ଗ୍ରସ୍ତ 

Sunil Chandra Nayak

ବାଣୀପୀଠ ମହୋତ୍ସବ ଉଦ୍‌ଯାପନ ସଭାରେ ଶାରଦାମଣି ସ୍ମୃତି ସମ୍ମାନ-୨୦୨୪ରେ ସମ୍ବର୍ଦ୍ଧିତ ହେଲେ ବାଲେଶ୍ବର କବୟିତ୍ରୀ ଜ୍ଯୋତ୍ସ୍ନାରାଣୀ ମହାନ୍ତି 

masiha

ଉତ୍କଳ ଗୋପାଳ ସମାଜ ରାୟଗଡା ଜିଲ୍ଲା ଶାଖାର ବାର୍ଷିକ ବୈଠକ

masiha

Leave a Comment

error: Content is protected !!