ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ପାଞ୍ଚ ହଜାର ରୁ ଉର୍ଦ୍ଧ୍ବ କାଉଡ଼ିଆ ବୁଦ୍ଧେଶ୍ଵରଙ୍କୁ ଜଳ ଲାଗି କଲେ  

ପାଞ୍ଚ ହଜାର ରୁ ଉର୍ଦ୍ଧ୍ବ କାଉଡ଼ିଆ ବୁଦ୍ଧେଶ୍ଵରଙ୍କୁ ଜଳ ଲାଗି କଲେ  

 କାମାକ୍ଷାନଗର (ମନିସ)21/7/25 — ଢେ଼ଙ୍କାନାଳ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଭୁବନର ବାବା ବୁଦ୍ଧେଶ୍ଵର ଙ୍କ ମନ୍ଦିର ରେ ଶ୍ରାବଣ ମାସର ଦ୍ଵିତୀୟ ସୋମବାର ରେ ଜଳଲାଗି କରିବାକୁ କାଉଡ଼ିଆ ଙ୍କ ପ୍ରବଳ ଭିଡ ହୋଇଥିଲା । ରବିବାର ସନ୍ଧ୍ୟାରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ହଜାର ହଜାର ଶୈବ ଭକ୍ତ ନିଜର ମାନସିକ ପୂରଣ ପାଇଁ ଆସି ପହଞ୍ଚିଥିଲେ । ପୂଣ୍ୟତୋୟା ବ୍ରାହ୍ମଣୀ ନଦୀରୁ ଜଳ ଆଣି ବାବା ବୁଦ୍ଧେଶ୍ଵର ଙ୍କୁ ଜଳ ଲାଗି କରିଥିଲେ । ହର ହର ମହାଦେବ ଧ୍ବନିରେ ମନ୍ଦିର ପରିସର ପ୍ରକମ୍ପିତ ହୋଇଥିଲା । ଦ୍ଵିତୀୟ ସୋମବାର ରେ ପ୍ରାୟ ପାଞ୍ଚ ହଜାର ରୁ ଉର୍ଦ୍ଧ୍ୱ କାଉଡ଼ିଆ ଶୃଙ୍ଖଳିତ ଭାବେ ଧାଡ଼ିରେ ଯାଇ ବୁଦ୍ଧେଶ୍ୱର ଙ୍କୁ ଜଳ ଲାଗି କରିଥିଲେ । ବିଭିନ୍ନ ସ୍ବେଛାସେବୀ ସଂସ୍ଥା ତରଫରୁ କାଉଡ଼ିଆ ଙ୍କ ପାଇଁ ସେବା କେନ୍ଦ୍ର ଖୋଲାଯାଇଥିଲା । ଜଳପାନ ଓ ଭୋଜନ ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ମନ୍ଦିର ପରିଚାଳନା କମିଟି ତରଫରୁ କାଉଡ଼ିଆ ଙ୍କ ସୁରକ୍ଷା ଓ ଶୃଙ୍ଖଳାର ସହ ଜଳଲାଗି ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଭୁବନ ଥାନା ତରଫରୁ ମଧ୍ୟ ମନ୍ଦିର ପରିସରରେ ପୋଲିସ ମୁତୟନ କରାଯାଇ କାଉଡ଼ିଆ ଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ତେନ୍ତୁଳିଖୁଣ୍ଟି ବ୍ଲକର ବିଭିନ୍ନ ସ୍ଥାନରେ ରାମ ନବମୀ ପାଳିତ

Sunil Chandra Nayak

ଦେବ ଦମ୍ପତି ଶିବ ପାର୍ବତୀଙ୍କ ବିବାହ ଉତ୍ସବ

ରାଇରଙ୍ଗପୁର ପିସିଏମ କଲ୍ୟାଣ ମଣ୍ଡପ ପରିସରରେ ସ୍ବାମୀ ମୁକୁନ୍ଦାନନ୍ଦଙ୍କ ଦ୍ବାରା ଆଧ୍ୟାତ୍ମିକ ପ୍ରବଚନ 

Sunil Chandra Nayak

Leave a Comment

error: Content is protected !!