ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ପାଞ୍ଚ ହଜାର ରୁ ଉର୍ଦ୍ଧ୍ବ କାଉଡ଼ିଆ ବୁଦ୍ଧେଶ୍ଵରଙ୍କୁ ଜଳ ଲାଗି କଲେ  

ପାଞ୍ଚ ହଜାର ରୁ ଉର୍ଦ୍ଧ୍ବ କାଉଡ଼ିଆ ବୁଦ୍ଧେଶ୍ଵରଙ୍କୁ ଜଳ ଲାଗି କଲେ  

 କାମାକ୍ଷାନଗର (ମନିସ)21/7/25 — ଢେ଼ଙ୍କାନାଳ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଭୁବନର ବାବା ବୁଦ୍ଧେଶ୍ଵର ଙ୍କ ମନ୍ଦିର ରେ ଶ୍ରାବଣ ମାସର ଦ୍ଵିତୀୟ ସୋମବାର ରେ ଜଳଲାଗି କରିବାକୁ କାଉଡ଼ିଆ ଙ୍କ ପ୍ରବଳ ଭିଡ ହୋଇଥିଲା । ରବିବାର ସନ୍ଧ୍ୟାରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ହଜାର ହଜାର ଶୈବ ଭକ୍ତ ନିଜର ମାନସିକ ପୂରଣ ପାଇଁ ଆସି ପହଞ୍ଚିଥିଲେ । ପୂଣ୍ୟତୋୟା ବ୍ରାହ୍ମଣୀ ନଦୀରୁ ଜଳ ଆଣି ବାବା ବୁଦ୍ଧେଶ୍ଵର ଙ୍କୁ ଜଳ ଲାଗି କରିଥିଲେ । ହର ହର ମହାଦେବ ଧ୍ବନିରେ ମନ୍ଦିର ପରିସର ପ୍ରକମ୍ପିତ ହୋଇଥିଲା । ଦ୍ଵିତୀୟ ସୋମବାର ରେ ପ୍ରାୟ ପାଞ୍ଚ ହଜାର ରୁ ଉର୍ଦ୍ଧ୍ୱ କାଉଡ଼ିଆ ଶୃଙ୍ଖଳିତ ଭାବେ ଧାଡ଼ିରେ ଯାଇ ବୁଦ୍ଧେଶ୍ୱର ଙ୍କୁ ଜଳ ଲାଗି କରିଥିଲେ । ବିଭିନ୍ନ ସ୍ବେଛାସେବୀ ସଂସ୍ଥା ତରଫରୁ କାଉଡ଼ିଆ ଙ୍କ ପାଇଁ ସେବା କେନ୍ଦ୍ର ଖୋଲାଯାଇଥିଲା । ଜଳପାନ ଓ ଭୋଜନ ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ମନ୍ଦିର ପରିଚାଳନା କମିଟି ତରଫରୁ କାଉଡ଼ିଆ ଙ୍କ ସୁରକ୍ଷା ଓ ଶୃଙ୍ଖଳାର ସହ ଜଳଲାଗି ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଭୁବନ ଥାନା ତରଫରୁ ମଧ୍ୟ ମନ୍ଦିର ପରିସରରେ ପୋଲିସ ମୁତୟନ କରାଯାଇ କାଉଡ଼ିଆ ଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଥିଲା ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ରାଇରଙ୍ଗପୁରେ ବାହୁଡ଼ାଯାତ୍ରାରେ ଅବସରରେ ବାମନଘାଟୀ ବ୍ରାହ୍ମଣ ମହାସଭା ତରଫରୁ ଅନ୍ନପ୍ରସାଦ ବଣ୍ଟନ ସେବା

masiha

ବିଘ୍ନ ବିନାଶକ ଗଣେଶଙ୍କ ପୂଜା ପାଇଁ ରାଉରକେଲା ସହର ଚଳଚଞ୍ଚଳ

Sunil Chandra Nayak

ଥୁଆମୂଳ ରାମପୁର ବ୍ଳକ ମୂଖ୍ଯାଳୟ ଠାରେ ଓ ବିଭିନ୍ନ ସ୍ଥାନରେ ରଥଯାତ୍ରା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!