ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ସିନାପାଲିରେ ଶ୍ରୀଜିଉଙ୍କ ପାରମ୍ପରିକ ସ୍ନାନଯାତ୍ରା ଓ ଗଜାନନ ବେଶ 

ସିନାପାଲିରେ ଶ୍ରୀଜିଉଙ୍କ ପାରମ୍ପରିକ ସ୍ନାନଯାତ୍ରା ଓ ଗଜାନନ ବେଶ 

ସିନାପାଲି:୨୯/୦୬‐ (ବିଘ୍ନରାଜ ତାଣ୍ଡି ଙ୍କ ରିପୋର୍ଟ )ନୂଆପଡ଼ା ଜିଲ୍ଲା ସିନାପାଲି ଜଗନ୍ନାଥ ମନ୍ଦିରରେ ସୋମବାର ଶ୍ରୀଜିଉଙ୍କ ପବିତ୍ର ସ୍ନାନଯାତ୍ରା ସହ ବିରଳ ଗଜାନନ ବେଶ ଅନୁଷ୍ଠିତ ହୋଇଛି l ସକାଳ ଆଳତି ପରେ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପରମ୍ପରା ଅନୁଯାୟୀ ଗୋଟି ପହଣ୍ତିରେ ସ୍ନାନ ବେଦୀକୁ ଅଣାଯାଇଥିଲା l ବିଧି ମୁତାବକ ପୂଜା ପରେ ଅଭିମଂତ୍ରିତ ସୁବାସିତ ଜଳରେ ଶ୍ରୀବିଗ୍ରହ ମାନଙ୍କୁ ୧୦୮ ଗଡ଼ୁ ଜଳରେ ମହାସ୍ନାନ କରାଯାଇଥିଲା l ଏହା ପରେ ସାଧାରଣ ଭକ୍ତ ମହାପ୍ରଭୁଙ୍କୁ ଜଳଲାଗି କରିଥିଲେ ା କାର୍ଯ୍ୟକ୍ରମର କର୍ତା ଭାବରେ ବିଜୟ ମେହେର ଓ ତାଙ୍କ ସହଧର୍ମିଣୀ ପିଙ୍କି ମେହେର ରହିଥିଲେ l ସେହିପରି ପ୍ରମୋଦ ଯୋଷୀ, ବସନ୍ତ ପତି ଓ ଆଲୋକ ବେହେରା ପୂଜକ ଦାୟିତ୍ୱ ତୁଲାଇଥିଲେ l ଅପରାହ୍ଣରେ ପରମ୍ପରା ଅନୁଯାୟୀ ଶ୍ରୀଜିଉଙ୍କ ଗଜାନନ ବେଶ ଅନୁଷ୍ଠିତ ହୋଇଥିଲା l ସଂଧ୍ଯାରେ ଶ୍ରୀଜିଉ ମାନଙ୍କୁ ଅଣସର ଘରେ ବିଜେ କରାଯାଇଥିବା ବେଳେ ଆସନ୍ତା ନେତ୍ରୋତ୍ସବ ଯାଏଁ ସେଠାରେ ଗୁପ୍ତ ସେବାନୀତି କରାଯିବ ବୋଲି ଜଣା ପଡିଛି l ଏଥିସହ ନେତ୍ରୋତ୍ସବ ଯାଏଁ ଭକ୍ତଙ୍କ ପାଇଁ ପଟ୍ଟିଦିଅଁ ଦର୍ଶନ ବ୍ୟବସ୍ଥା ରହିବ ବୋଲି ମନ୍ଦିର କମିଟି ତରଫରୁ ସୂଚନା ଦିଆଯାଇଛି l ମହାସ୍ନାନ ଓ ଗଜାନନ ବେଶ ଦେଖିବାକୁ ଆଜି ସକାଳୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲିକ୍ଷିତ ହୋଇଥିଲା l

Related posts

ମହାସମାରୋହରେ ଗଣେଶ ପୂଜା ପାଳିତ 

Sunil Chandra Nayak

ରାଇରଙ୍ଗପୁରର ପ୍ରଷିଦ୍ଧ ଶ୍ରୀ ଶ୍ରୀ ଐଶ୍ବାନେଶ୍ବର ଶୈବ ପୀଠ ଚଳଚଞ୍ଚଳ

Sunil Chandra Nayak

ବଡ଼ବିଲ କେନ୍ଦ୍ରରେ ୮୯ ତମ ତ୍ରିମୂର୍ତ୍ତି ଶିବ ଜୟନ୍ତୀ ମହାଆଡମ୍ବରରେ ଉତ୍ସବ ପାଳନ

masiha

Leave a Comment

error: Content is protected !!