ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଣ୍ଟାବଣି ଗ୍ରାମରେ ଚଞ୍ଚକତା କରାଯାଇଥିବା ସ୍ବତନ୍ତ୍ର ପଲ୍ଲିସଭାକୁ ଅସିଦ୍ଧ ଘୋଷଣା ଦାବିରେ କଂଗ୍ରେସ ଦଳ ତରଫରୁ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମୁଖରେ ବିକ୍ଷୋଭ

କଣ୍ଟାବଣି ଗ୍ରାମରେ ଚଞ୍ଚକତା କରାଯାଇଥିବା ସ୍ବତନ୍ତ୍ର ପଲ୍ଲିସଭାକୁ ଅସିଦ୍ଧ ଘୋଷଣା ଦାବିରେ କଂଗ୍ରେସ ଦଳ ତରଫରୁ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମୁଖରେ ବିକ୍ଷୋଭ

 ମୟୂରଭଂଜ – ୨୨/୦୭ — ଗତ ୧୯/୦୭ /୨୫ ତାରିଖରେ ରାଇରଙ୍ଗପୁର ବ୍ଳକର ପୁରୁଣାପାଣି ପଞ୍ଚାୟତର କଣ୍ଟାବଣି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଳ୍ପାୟନ ପାଇଁ ୫୭ ଏକର ସରକାରୀ ଜମି ଅଧିଗ୍ରହଣ ନିମନ୍ତେ ଆୟୋଜିତ ସ୍ଵତନ୍ତ୍ର ପଲ୍ଲି ସଭାରେ ଚଞ୍ଚକତା କରାଯାଇଥିବା ନେଇ ଆଜି ମଙ୍ଗଳବାର ଦିନ ମଧ୍ୟାହ୍ନରେ ପଶ୍ଚିମ ମୟୂରଭଂଜ କଂଗ୍ରେସର ଜିଲ୍ଲା ସଭାପତି ଭୁବନ ସାହୁଙ୍କ ନେତୃତ୍ଵରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଥିଲା ।ଏଥିରେ ରାଜ୍ୟ ଆଦିବାସୀ ସେଲ ଅଧ୍ୟକ୍ଷ ତଥା ପ୍ରାକ୍ତନ କେନ୍ଦୁଝର ସାଂସଦ ଯଶୋବନ୍ତ ସିଂ ଲାଗୁରୀ,ପିସିସି ସଂପାଦକ ଲକ୍ଷ୍ମୀଧର ସିଂ,ପ୍ରାକ୍ତନ କଂଗ୍ରେସ ବିଧାୟକ ଲକ୍ଷ୍ମଣ ମାଝୀ,ପ୍ରାକ୍ତନ ବିଧାୟକ ପ୍ରହଲ୍ଲାଦ ପୂର୍ତ୍ତି,ପ୍ରାକ୍ତନ କଂଗ୍ରେସ ବିଧାୟକ ଶାମ ଚରଣ ହାଁସଦା,ଭଜହରି ମହାନ୍ତ, ରୁପକ ମହାନ୍ତି ସମେତ କଣ୍ଟାବଣିଗ୍ରାମର ପିଡିତାମାନେ ସାମିଲ ହୋଇଥିଲେ ।ସରକାରଙ୍କ ଆଦିବାସୀ ମାରଣ ନୀତି ଉପରେ ବର୍ଷିଥିଲେ ।ପରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳ ଶ୍ରୀ ସୌମ୍ଯ ରଞ୍ଜନ ପ୍ରଧାନଙ୍କୁ ଏକ ଲିଖିତ ଦାଵିପତ୍ର ପ୍ରଦାନ କରିଥିଲେ ।ଦାବିଗୁଡିକୁ ହେଲା ଚଞ୍ଚକତା କରି କରାଯାଇଥିବା ପଲ୍ଲୀ ସଭାକୁ ବାତିଲ କରି ଆଉଥରେ ପଲ୍ଲିସଭା କରାଯିବା,ବିଡିଓ ଧାନାଇ ଚରଣ ଟୁଡୁଙ୍କୁ ବଦଳି,ଆଦିବାସୀଙ୍କ ଉପରେ ମିଥ୍ୟା ମାମଲା ପ୍ରତ୍ୟାହାର,ପୋଲିସ ଦମନ ଲୀଳା ବନ୍ଦ କରାଯାଉ ।

 ମୟୂରଭଂଜର ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ବିଶ୍ୱରେ ଶ୍ରୀଜଗନ୍ନାଥ ମନ୍ଦିର, ଶ୍ରୀକ୍ଷେତ୍ର ଧାମ, ଓ ପ୍ରସିଦ୍ଧ ରଥଯାତ୍ରା କେବଳ ପୁରୀରେ 

ବିପର୍ଯ୍ୟୟ ପରିଚାଳନା ମୋକଡ୍ରିଲ ଅନୁଷ୍ଠିତ

masiha

ମୁକ୍ତି ଆନ୍ଦୋଳନ କ୍ଷେତ୍ରରେ କଳାକାରମାନଙ୍କ ସଂପୃକ୍ତି ଏକ ମହାର୍ହ ଅବଦାନ : ବରିଷ୍ଠ କଳାକାର ସଂଘ 

Sunil Chandra Nayak

Leave a Comment

error: Content is protected !!