ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଶକ୍ତି କ୍ଲବ୍ ର ବ୍ଳକ୍ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ

ଧର୍ମଗଡ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଶକ୍ତି କ୍ଲବ୍ ର ବ୍ଳକ୍ ସ୍ତରୀୟ ବିଜ୍ଞାନମେଳା ଅନୁଷ୍ଠିତ

ଧର୍ମଗଡ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ “ପରିବେଶ ଶିକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ ଦୀର୍ଘ ସ୍ଥାୟୀ ଜୀବନ”ଉପରେ ଆଧାରିତ ଶକ୍ତି କ୍ଲବ୍ ର ବ୍ଳକ୍ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବ୍ଳକ୍ ର ୨୪ ଗୋଟି ବିଭିନ୍ନ ସରକାରୀ, ଉନ୍ନୀତ ସରକାରୀ ଏବଂ ଆଦର୍ଶ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ୫୦ ଗୋଟି ପ୍ରକଳ୍ପ ସହ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମର ଉଦ୍ ଘାଟନୀ ସଭାରେ ମୁଖ୍ୟ ଅତିଥି ଭାବେ ତହସିଲଦାର କିର୍ତ୍ତୀଚନ୍ଦ୍ର ପ୍ରଧାନ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ସବରେଜିଷ୍ଟର ଅଜିତ କୁମାର ଶବର,ସମ୍ମାନିତ ଅତିଥି ଭାବେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀମତୀ ପଙ୍କ ଜିନୀ ମାଝି ବିଜ୍ଞାନ ଶିକ୍ଷକ ଫୋରମ୍ ର ସଭାପତି ଯୋଗେଶ୍ ଚନ୍ଦ୍ର ପ୍ରହରାଜ,ସମ୍ପାଦକ ନିରଞ୍ଜନ ମୁଦୁଲି ଏବଂ ଗୋଷ୍ଠୀ ବିଜ୍ଞାନ ସାଧନ କେନ୍ଦ୍ର ର ସଭାପତି ତଥା ଉକ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଜୟନ୍ତ କୁମାର ମୁଣ୍ଡ , ସମ୍ପାଦକ ସରୋଜ ପଣ୍ଡା, ସାମ୍ୱାଦିକ ବିରଞ୍ଚି ନାରାୟଣ ଜାଲ ଯୋଗ ଦେଇଥିଲେ। ବିଜ୍ଞାନ ଶିକ୍ଷକ ସୁଧାଂଶୁ ଶେଖର ପଣ୍ଡା ମୁକେଶ ଛତ୍ରିଆ ସଭା ପରିଚାଳନା କରିଥିଲେ।ଉଦଯାପନୀ ଉତ୍ସବରେ ଧର୍ମଗଡ ବିଡିଓ ସଦାଶିବ ନାଏକ ଯୋଗଦେଇଥିଲେ। ଏହି ମେଳା ରେ ଧର୍ମଗଡ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ରାମକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟ ବ୍ରାହ୍ମଣ ଛେଣ୍ଡିଆ ଦ୍ୱିତୀୟ ଓ ପିଏମ୍ ଶ୍ରୀ ଏ.ପି ଦାଶ ପର୍ଲା ତୃତୀୟ ସ୍ଥାନ ଅଧିକାର କରିଥିଲେ।କାର୍ଯ୍ୟକ୍ରମରେ କୃତୀ ଛାତ୍ର ଛାତ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା। ବିଜ୍ଞାନ ଶିକ୍ଷକ ତେଜେଶ୍ଵର ସାହୁ ସ୍ଵାଗତ ଭାଷଣ ଦେଇଥିବା ବେଳେ ଝଙ୍କାର ନିଆଲ୍ ଧନ୍ୟବାଦ ଅର୍ପଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ବୟାଳିଶମୌଜା ବିକାଶ ପରିଷଦର ସମୀକ୍ଷା ବୈଠକ

Sunil Chandra Nayak

ଉତ୍କଳ ସ୍ନେହୀ ମହିଳା ସମିତି ଆନୁକୂଲ୍ୟରେ ନିଃଶୁଳ୍କ ସ୍ବାସ୍ଥ୍ୟ ଶିବିର

masiha

ଭାରତୀୟ ଜାତୀୟ ଛାତ୍ର ସଂଗଠନ ଦ୍ୱାରା ନବରଙ୍ଗପୁର ମହାବିଦ୍ୟାଳୟ ଅଧ୍ୟକ୍ଷ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଦାବୀ ପତ୍ର ପ୍ରଦାନ

masiha

Leave a Comment

error: Content is protected !!